ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ସଂଶୋଧୃତ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ଘରକୁ ଘର ସର୍ଭେ

ରାଜ୍ୟର ମୋଟ ୩୭୬୦୭ଜଣ ବୁଥସ୍ତରୀୟ ଅଧିକାରୀମାନେ ସମସ୍ତ ୩୦ଟି ଜିଲ୍ଲାର ୧୪୭ଟି ବିଧାନସଭା ମଣ୍ଡଳୀର ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ।

ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ସଂଶୋଧୂତ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନିମନ୍ତେ ଗତକାଲିଠାରୁ ଘରକୁ ଘରୁ ସର୍ଭେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏକମାସ ଧରି ଅର୍ଥାତ ଅଗଷ୍ଟ ୨୧ତାରିଖ ପର୍ଯ୍ୟନ୍ତ ଏହି ସର୍ଭେ ଚାଲିବ ।

ରାଜ୍ୟର ମୋଟ ୩୭୬୦୭ଜଣ ବୁଥସ୍ତରୀୟ ଅଧିକାରୀମାନେ ସମସ୍ତ ୩୦ଟି ଜିଲ୍ଲାର ୧୪୭ଟି ବିଧାନସଭା ମଣ୍ଡଳୀର ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ ।

ଯେଉଁମାନଙ୍କ ନାଁ ଭୋଟର ତାଲିକାରୁ ବାଦ୍ ପଡ଼ିଛି ସେମାନଙ୍କ ନାମକୁ ଯୋଗ କରିବା ସହ ଯାହାଙ୍କ ବୟସ ୨୦୨୩ ଅକ୍ଟୋବର ୧ତାରିଖ ସୁଦ୍ଧା ୧୮ବର୍ଷ ହୋଇଥିବ ସେମାନଙ୍କୁ ତାଲିକାଭୁକ୍ତ କରାଇବା, ଅନ୍ୟତ୍ର ସ୍ଥାନାନ୍ତର ହୋଇଥିବା ଭୋଟରଙ୍କ ନାଁ ବାଦ୍ ଦେବା ଓ ଭୋଟର ତାଲିକାରୁ ମୃତ ବ୍ୟକ୍ତିଙ୍କ ନାଁ ବାଦ୍ ଦେବା ପାଇଁ ଏହି ସର୍ଭେ କରାଯାଉଛି ।ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ଓ ସେମାନଙ୍କୁ ସହଯୋଗ କରି ସଠିକ୍‌ ତଥ୍ୟ ପ୍ରଦାନ କରିବା ସହ ଗଣତନ୍ତ୍ରକୁ ସୁଦୃଢ଼ କରିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ନିବେଦନ କରିଛନ୍ତି ।

ସୂଚନାଯୋଗ୍ୟ, ଚିଠା ଭୋଟର ତାଲିକା ଅକ୍ଟୋବର ୧୭ତାରିଖରେ ପ୍ରକାଶ ପାଇବ । ଏହା ଉପରେ ଆପତ୍ତି ଅଭିଯୋଗ ଅକ୍ଟୋବର ୧୭ରୁ ନଭେମ୍ବର ୩୦ ମଧ୍ୟରେ ଶୁଣାଣିକରାଯିବ । ଡିସେମ୍ବର ୨୬ତାରିଖ ସୁଦ୍ଧା ସମସ୍ତ ଅଭିଯୋଗର ସମାଧାନ କରାଯିବ ଓ ୨୦୨୪ ଜାନୁୟାରୀ ୫ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୨୦୨୨ରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ୬.୩୧ ଲକ୍ଷ ଲୋକଙ୍କୁ ମିଳିଛି ମାଗାଣା ଚିକିତ୍ସା

Sunil Chandra Nayak

ଓଡ଼ିଶାରାଜ୍ୟ କ୍ୟାବିନେଟରେ ୯ଟି ପ୍ରସ୍ତାବ ଉପରେ ମୋହର ,‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ନୂଆ ଯୋଜନା

Sunil Chandra Nayak

ମିଶନ ଶକ୍ତି କମ୍ୟୁନିଟି ପାର୍ଟନର ପାଇଲେ ୮ ହଜାର ସାଇକେଲ

Sunil Chandra Nayak

Leave a Comment

error: Content is protected !!