ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ମଜଦୂର ସଂଘ ର ପ୍ରତିଷ୍ଠା ଦିବସ ପାଳନ

ମୟୂରଭଞ୍ଜ -23/7: ( ମସିହା) ରାଇରଙ୍ଗପୁର ପି. ସି. ଏସ. କଲ୍ୟାଣ ମଣ୍ଡପ ଠାରେ ଭାରତୀୟ ମଜଦୂର ସଂଘ ର ୬୮ତମ ପ୍ରତିଷ୍ଠା ଦିବସ ମୟୁରଭଞ୍ଜ ଜିଲ୍ଲା ସ୍ତରୀୟ ପାଳିତ ହୋଇଯାଇଛି | ସହ ବିଭାଗ କାର୍ଯ୍ୟବାହ ଚୈତନ୍ୟ ପ୍ରସାଦ ବାରିକ ଦ୍ବୀପ ପ୍ରଜ୍ବଳନ କରି ପ୍ରତିଷ୍ଠା ଦିବସ ଉଦଘାଟନ କରିଥିଲେ |

     ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବି. ଏମ. ଏସ. ର ରାଜ୍ୟ ସମ୍ପାଦିକା ତଥା ଅଲ ଓଡିଶା ଅଙ୍ଗନବାଡି ଲେଡ଼ିଜ ୱାର୍କର ଏସୋସିଏସନ ର ସଭାନେତ୍ରୀ ସୁମିତା ମହାପାତ୍ର, ରାଜ୍ୟ ପଦାଧିକାରୀ ତଥା ମୟୁରଭଞ୍ଜ ଜିଲ୍ଲା ବି. ଏମ. ଏସ. ର ଉପଦେଷ୍ଟା ନିଗମାନନ୍ଦ ପଟ୍ଟନାୟକ,ରାଉଲକେଲା ଷ୍ଟିଲ ପ୍ଲାଣ୍ଟର ସମ୍ପାଦକ ରାମଚନ୍ଦ୍ର ହାଁସଦାଃ,ବି.ଏମ.ଏସ୍ ସଦସ୍ୟ ମୀନା ସିଂ ଓ ବି.ଏମ.ଏସ. ର ବ୍ଲକ ସମ୍ପାଦକ କୌଶିକ କାଶ୍ୟପ ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ | ଏଥିରେ ସଭାପତିତ୍ୱ କରିଥିଲେ ବି. ଏମ. ଏସ. ର ଜିଲ୍ଲା ସଭାନେତ୍ରୀ ସରସ୍ବତୀ ଟୁଡୁ | ଏଥିରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଚୈତନ୍ୟ ପ୍ରସାଦ ବାରିକ ରାଷ୍ଟ୍ର ହିତରେ ଶ୍ରମିକ ମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ ବୋଲି କହିଥିଲେ | ଭାରତୀୟ ମଜଦୂର ସଂଘ ଏକ ଅଣରାଜନୟିତିକ ଶ୍ରମିକ ସଂଗଠନ, ଦେଶ ର ନମ୍ବର ୱାନ ଶ୍ରମିକ ସଂଗଠନ ର ପତାକା ତଳେ ରହି ଆମ୍ଭେ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଥିଲେ | ଅଥିତି ପରିଚୟ ପ୍ରଦାନ ତଥା ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ବୋଧିରଜତ ମହାନ୍ତ |

     ମୁଖ୍ୟ ଅତିଥି ସୁମିତା ମହାପାତ୍ର କହନ୍ତି ଅଙ୍ଗନବାଡି ହୋଉ ବା ଆଶାକର୍ମୀ, ମାତ୍ରାଧିକ କାର୍ଯ୍ୟାଭାର ଲଦି ଦିଅ ଯାଉଥିଲେ ମଧ୍ୟ ଉପଯୁକ୍ତ ଧର୍ଯ୍ୟ ମୂଲ୍ୟ ପ୍ରଦାନ କରା ନ ଯିବା କ୍ଷୋଭ ର ବିଷୟ | ଉଜ୍ଜ୍ଵଳା ଦିଦି, ପାଚିକା ତଥା ଅଣସଂଗଠନ ରେ କାର୍ଯ୍ୟରତ ଭାଇ ଭଉଣୀ ଙ୍କ ନାର୍ଯ୍ୟଦାବି ଉଭୟ ସରକାର ଅବହେଳା କରିଥିବା ପ୍ରକାଶ କରିଥିଲେ | ବରିଷ୍ଠ ଶ୍ରମିକ ନେତା ତଥା ସାମ୍ବାଦିକ ନିଗମାନନ୍ଦ ପଟ୍ଟନାୟକ କହନ୍ତି କଳ କାରଖାନା ମାଲିକ, ଖଣି ଖାଦାନ ର ମାଲିକ ଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ବ୍ୟବସାୟୀ ମାନେ ଶ୍ରମିକ ମାନଙ୍କ ର ନ୍ୟାର୍ଯ୍ୟ ଦାବି ନ ଦେଇ ବିଭିନ୍ନ ଆଳ ଦେଖାଇ କମ୍ ଦରମା ଦେବା ତଥା କାମ ରୁ ବାହାର କରିଦେବା ଭଳି ବହୁ ଘଟଣା ଦୈନନ୍ଦିନ ଘଟୁଛି ଏଥି ପ୍ରତି ସରକାର ଧ୍ୟାନ ନ ଦେଲେ ଆନ୍ଦୋଳନ ହେବ | ଏହାର ତୀବ୍ର ସମାଲୋଚନା କରି କହିଲେ ସରକାର ଏହାର କୁପରିଣତି ଆଗାମୀ ଦିନ ରେ ଦେଖିବେ ବୋଲି ଚେତାବନୀ ଦେଇଥିଲେ | ବନ୍ଦ ହୋଇଥିବା ଖଣି, କଳ କାରଖାନା ଖୁବ ଶୀଘ୍ର ନ ଖୋଲିଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ରେ ହେବ ବୋଲି କହିଥିଲେ |

     ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ସମସ୍ତ ବ୍ଲକ ର ପ୍ରତିନିଧି ମାନେ ତଥା ଅଙ୍ଗନବାଡି, ଆଶା, ପାଚିକା, ଉଜ୍ଜ୍ଵଳା, ବାମନଘାଟି ଶିଳ୍ପ ମଜଦୂର ସଂଘ, ମାଇନ୍ସ, ମୟୁର ସିରାମିନ୍ସ, ଗ୍ରାମୀଣ କୃଷି ମଜଦୂର ସଂଘ, ଅଣ ସଂଗଠିତ ଶ୍ରମିକ ମାନେ ଅଂଶଗ୍ରହଣ କରିଥିଲେ |

    ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ ରୁ ଶଶୀକଳା ପଳେଇ, ସୁନାମଣୀ ଚାମ୍ପେୟାର, ବିଶ୍ୱମ୍ବର ଦାସ, ମନୋରମା ବେହେରା, ଭୀମ ଚରଣ ମହାକୁଡ଼, ସାରଥୀ ମହାନ୍ତ, ଲାଖିଆ ଟୁଡୁ, ବୈଜନ୍ତୀ ମହାନ୍ତ, ନୀଳାଦ୍ରି ପାତ୍ର, ନବୀନ କୁମାର ବେହେରା, ଲଳିତା ବିନ୍ଧାଣି, ବୀଣାପାଣି ଗାଗରାଇ, ଗୋଲାପୀ ନାଏକ, ନିର୍ମଳ ପ୍ରଧାନ,ଜୟନ୍ତ ବେହେରା,ଲିଟୁ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ |

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଉରକେଲା ମହାବିଦ୍ୟାଳୟର ‘ବାର୍ଷିକ ଉତ୍ସବ’ ଅନୁଷ୍ଠିତ

Sunil Chandra Nayak

ବୃତ୍ତି ପରୀକ୍ଷାରେ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ

masiha

ଡାବୁଗାଁ ସରକାରୀ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆଖାଇ ପାଳନ 

masiha

Leave a Comment

error: Content is protected !!