ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟସର ପୋକର ଜନ୍ମ ମଣିଷ ପାଇଁ

ନବରଙ୍ଗପୁର–( ମସିହା )ମାତ୍ର ୪୦ ଦିନର ଜୀବନ।ବଞ୍ଚିବାର ୪୦ ଦିନ ନିଜ ପାଇଁ ନୂହେଁ, ପର ପାଇଁ କାମ କରି ଜୀବନ ହରାଉଛି l ମରିବାର ଚାରି ଦିନ ଆଗରୁ ପର ପାଇଁ ନିଜ ବଂଶ ବୃଦ୍ଧି କରୁଛି l ନିଜ ବଂଶଜ କୁ ଉତ୍ତରଦାୟୀତ୍ୱ ଦେଇ ସଂସାରରୁ ବିଦାୟ ନେଉଛି l ଏଭଳି ପରୋପକାରୀ କୀଟ ହେଉଛି ଟସର ପୋକ lମଣିଷ ନିଜ ସ୍ୱାର୍ଥ ପାଇଁ ଟସର ପୋକ ଚାଷ କରୁଛି l ମଣିଷ ନିଜ ଫୁଙ୍ଗୁଳା ଶରୀରକୁ ଢାଙ୍କିବା ପାଇଁ ଟସର ପୋଷାକ ପିନ୍ଧୁଛି l ହେଲେ ଏଥିପାଇଁ ଜୀବନକୁ ଜଳାଞ୍ଜଳି ଦେଉଛି ମଣିଷ ପାଇଁ ଟସର ପୋକ l ଟସର ସୂତା ପାଇଁ ନିଜେ ପରିପକ୍ୱ ହୋଇ କୋଷ ଭିତରେ ହିଁ ଦୁନିଆରୁ ବିଦାୟ ନେଉଛି l ଗୋଟିଏ଼ କୋଷ ତିଆରି କରିବାକୁ ଟସର ପୋକକୁ ୩୫ ଦିନ ଲାଗୁଚି l ଏଥିପାଇଁ ସେ ଅର୍ଜୁନ ଗଛର ପତ୍ର ଖାଇ ପରିପୁଷ୍ଟ ହେଉଛି l ନିଜ କୋମଳ ଶରୀରକୁ ଶତ୍ରୁର କବଳରୁ ସୁରକ୍ଷିତ ରଖିବାକୁ ତା’ର ଲାଳ (ସାଲିଭା) ରୁ କୋଷା ତିଆରି କରୁଛି ଟସର ପୋକ l ପୋକ ତିଆରି କରିଥିବା କୋଷା ପରିପକ୍ୱ ହେବା ପରେ ଓ ପ୍ରଜାପତି ଆକାର ଧାରଣ ପୂର୍ବରୁ ତାକୁ ସଂଗ୍ରହ କରୁଛି ମଣିଷ l ଅର୍ଜୁନ ଗଛର ପତ୍ରକୁ ଆହର ଭାବେ ଗ୍ରହଣ କରୁଛି l ସୂର୍ଯ୍ୟ କିରଣ ଓ ବାୟୁର ସଂସ୍ପର୍ଶରେ ଗ୍ରହଣ କରିଥିବା ଖାଦ୍ୟରେ ନିଜର ଲାଳରୁ ବାହାର କରୁଛି ସୂତା l ଗୋଟିଏ କୋଷକୁ ପ୍ରକ୍ରିୟାକରଣ କଲେ ୧୫୦୦ ମିଟର ସୂତା ବାହାରୁଛି l ସୃଷ୍ଟିର ସ୍ରଷ୍ଟାଙ୍କ ବିଚିତ୍ର ନିୟମରେ ବନ୍ଧା ଟସର ପୋକର ଜୀବନଚକ୍ର କେବଳ ମଣିଷର ଉପକାର ପାଇଁ ରହିଆସିଛି l ଅନ୍ୟ ପକ୍ଷରେ ମଣିଷ ବଣ ପାହାଡ଼ କାଟି କଂକ୍ରିଟ ଜଙ୍ଗଲ ତିଆରିରେ ଲାଗି ପଡିଛି l ଜୈବ ବିବିଧତା କୁ ବିଗାଡି ଅମାପ ସମ୍ପତ୍ତି ହାସଲରେ ଆଧୁନିକ ସଭ୍ୟତା ଏକ ପ୍ରକାର ପ୍ରତିଯୋଗୀତା କରି ଚାଲିଛି l କିନ୍ତୁ ପ୍ରକୃତି ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟ ପୂରଣ ପାଇଁ ଏହି ପୋକକୁ ସର୍ଜନା କରିଛି l ତେଣୁ ଟସର ପୋକ ଠାରୁ ଶ୍ରେଷ୍ଠ ପ୍ରାଣୀ କୁହାଯାଉଥିବା ବେଳେ ମଣିଷକୁ ମଧ୍ୟ ବହୁତ କିଛି ଶିକ୍ଷା ଗ୍ରହଣ କରିବାକୁ ପଡିବ l ଜୈବ ବିବିଧତାର ସୁରକ୍ଷା ପାଇଁ ମଣିଷ ସମାଜ ଆଗକୁ ଆସିବାକୁ ପଡିବ ବୋଲି ପରିବେଶବିତ୍ ମାନେ କହିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସ୍ଵାଧୀନତା ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର ପୁରସ୍କାର ବିତରଣ

Sunil Chandra Nayak

ନୂଆଗୁଡା ପ୍ରାଥମିକ ବିଦ୍ୟାଳୟ ଗୃହ ନିର୍ମାଣ ଶେଷ ହେବ କେବେ, ଅଭିଯୋଗ ପରେ ବି କାର୍ଯ୍ୟାନୁଷ୍ଠାନ ନାହିଁ

masiha

ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ସୁଧୀର ରଞ୍ଜନ ଗୋପାଳ

masiha

Leave a Comment

error: Content is protected !!