ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଲ ସମସ୍ୟାକୁ ନେଇ ସରପଞ୍ଚ ଙ୍କ ତଦାରଖ

ଚିଲିଗୁଡା ( ମ ନି ସ)  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୨୪୦ ଜଣ ଛାତ୍ରଛାତ୍ରୀ ପାଠ ପଢ଼ିଥାନ୍ତି ତେବେ ଶ୍ରେଣୀ କୋଠରୀର ଘୋର ଅଭାବ ଦେଖାଦେଇଥିବାରୁ ଆଜି ମୁଣ୍ଡରା ଗୁଡ଼ା ସରପଞ୍ଚ ତାରା ଶଙ୍କର ରାୟଗୁରୁ ବିଦ୍ୟ।ଳୟରେ ପହଞ୍ଚି ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ ।ପରେ ବିଦ୍ୟାଳୟର ସ୍କୁଲ ଶିକ୍ଷା କମିଟିର କର୍ମ କର୍ତ୍ତା ଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଷ୍ମୀଧର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ସ୍କୁଲର ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ।ବିଶେଷ କରି ନୂତନ ସ୍କୁଲ ଘର ନିର୍ମାଣ ,ଘର ମରାମତି ,ନୂତନ ପାଚେରୀ ନିର୍ମାଣ କାର୍ଯ୍ୟ ଉପରେ ଆଲୋଚନା କରିଥିଲେ ।କାର୍ଯ୍ୟକ୍ରମ ରେ ସ୍କୁଲ ଶିକ୍ଷା କମିଟି ସଭାପତି ଜୟରାମ ରଣା ,ଅବସର ଶିକ୍ଷକ ପଦ୍ମ ନାଭ ନାଗ ,ଶ୍ରୀପତି ପଟେଲ ,ରାଧେଶ୍ୟାମ ନାଗ ,ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ,ଶିକ୍ଷକ ପରମେଶ୍ୱର ମାଝି ଓ ଅର୍ଚ୍ଚିତା ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଗ୍ରାମ୍ୟ ଜଳ ଓ ପରିମଳ କମିଟିର ଭୂମିକା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ 

masiha

ବ୍ଲକ ଟପ୍ପରଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରିବ ମୋ ଅନୁଷ୍ଠାନ

masiha

ଏପ୍ରିଲ ୨୩ ରୁ ଜିଲ୍ଲା ସ୍ତରୀୟ ପାଲା ସମ୍ମିଳନୀ

masiha

Leave a Comment

error: Content is protected !!