ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମଣିପୁର ଘଟଣାକୁ ନେଇ କମ୍ୟୁନିଷ୍ଟ ପାର୍ଟି(ମାର୍କ୍ସବାଦୀ) କଳାହାଣ୍ଡି ଜିଲ୍ଲା କମିଟି ତରଫରୁ ବିକ୍ଷୋଭ ଓ ପ୍ରତିବାଦ

ମ.ରାମପୁର,୨୫/୦୭( ମସୀହା):ମଣିପୁର ରାଜ୍ୟ ରେ ଦୁଇଜଣ ଆଦିବାସୀ ମହିଳାଙ୍କୁ ମାଡ ମାରି ସମ୍ପୂର୍ଣ ଉଲଗ୍ନ କରି ରାସ୍ତା ରେ ଚଲାଇ ଚଲାଇ ନେଇ ସର୍ବ ସମ୍ମୁଖରେ ଗଣ ଦୁଷ୍କର୍ମ କରିବା ଓ ପ୍ରତିବାଦ କରୁଥିବା ଦୁଇ ଜଣ ପରିବାର ସଦସ୍ୟ ଙ୍କୁ ହତ୍ୟା କରିବା ଘଟଣାର ଭିଡ଼ିଓ ପ୍ରସାରିତ ହେବା ପରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ସ୍ତମ୍ଭୀଭୁତ ହୋଇ ଯାଇଛି l

ଦୀର୍ଘ ଦୁଇ ମାସ ରୁ ଉର୍ଦ୍ଧ୍ୱ ସମୟ ପୂର୍ବରୁ ଘଟିଥିବା ଏହି ଲଜ୍ଜିତ କାଣ୍ଡ ଓ ପରିବାର ପକ୍ଷରୁ ଥାନା ରେ ରିପୋର୍ଟ କରିଥିଲେ ସୁଦ୍ଧା ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ l ଏବେ ଘଟଣା ର ଭିଡ଼ିଓ ପ୍ରସାରିତ ହେବା ପରେ ହିଁ ଏହା ଲୋକ ଲୋଚନ କୁ ଆସିଲା l ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏହି ଲଜ୍ଜିତ ଘଟଣାକୁ ନେଇ କଡା ଟିପଣି ମଧ୍ୟ ଦେଇ ସାରିଛନ୍ତି l ମଣିପୁର ଘଟଣା ରେ ରାଜ୍ୟ ମୁଖ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ନଚେତ ବରଖାସ୍ତ କରିବା ସହିତ ଗଣ ଦୁଷ୍କର୍ମ ଓ ହତ୍ୟାକାରୀଙ୍କୁ ଦୃଷ୍ଟାନ୍ତ ମୂଳକ ଶାସ୍ତି ପାଇଁ ଦାବୀ ହୋଇଛି l

ଆଜି ସିପିଆଇ(ଏମ ) କଳାହାଣ୍ଡି ଜିଲ୍ଲା କମିଟି ତରଫରୁ ମଦନପୁର -ରାମପୁର ରେ ପ୍ରତିବାଦ ଏବଂ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇଛି l ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ସି ପି ଆଇ(ଏମ) ର ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ସୁରେଶ ପାଣିଗ୍ରାହୀ,ଓଡିଶା କୃଷକ ସଭା ର ରାଜ୍ୟ ଯୁଗ୍ମ ସମ୍ପାଦକ ବିକାଶ ନାଥ, ସି ପି ଆଇ(ଏମ) କଳାହାଣ୍ଡି ଜିଲ୍ଲା ସମ୍ପାଦକ ବିଶ୍ୱଜିତ ଚାଟାର୍ଜୀ, ଜିଲ୍ଲା ନେତା ସତ୍ୟଜିତ ଚାଟାର୍ଜୀଙ୍କ ସମେତ ଗଙ୍ଗାଧର ପ୍ରହରାଜ, ଦେବାଦୀ ମାଝୀ, ଶତ୍ରୁଘ୍ନ ରଣା, ଲଙ୍କେଶ୍ୱର ମାଝୀ, ନକୁଳ ମାଝୀ, କୋଦଣ୍ଡ ଦୋରା, ଦେବଜ୍ୟୋତି ଚାଟାର୍ଜୀ, ଲାଇବନ ରଣା ପ୍ରମୁଖ ସାମିଲ ରହିଥିଲେ l

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ହିନ୍ଦୋଳରେ ବିଜେଡ଼ି ପ୍ରାର୍ଥୀ କେଶବଙ୍କ ବିଜୟ 

Sunil Chandra Nayak

ଧାନ କିଣାରେ ବ୍ୟାପକ ଅନିୟମିତତା ନେଇ ରାଜରାସ୍ତାକୁ ଓହ୍ଲାଇଲା ବିଜେପି କୃଷକ ମୋର୍ଚ୍ଚା 

masiha

ଓଡ଼ିଶା ଜନତା କଂଗ୍ରେସ ଦଳର ସାଂଗଠନିକ ଦାୟିତ୍ୱ । ଜୟନ୍ତ କୁମାର ନାୟକ ଜିଲ୍ଲା ସଭାପତି ମନୋନୀତ….

Leave a Comment

error: Content is protected !!