ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାମଳବନ୍ଧ ବାଲିଘାଟରେ ରାଇର ତହସିଲ ତରଫରୁ ୧୪୪ ଧାରା ଜାରୀ

ମୟୂରଭଞ୍ଜ – ୨୫/୭ ( ମସିହା) ଦିନକୁ ଦିନ ବିଭିନ୍ନ ବାଲିଘାଟରୁ ବାଲି ଚୋରୀ ବୃଦ୍ଧି ପାଉଛି । ଏଥିପାଇଁ ପ୍ରଶାସନ ତରଫରୁ ବେଆଇନ ବାଲି ଚୋରାଚାଲାଣ ନେଇ ରାଇରଙ୍ଗପୁର ତହସିଲ ତରଫରୁ ତହସିଲଦାର ଶ୍ରୀ ଚିତ୍ତରଞ୍ଜନ ମହାନ୍ତ ବ୍ୟାପକ ପଦକ୍ଷେପ ନେଇଛନ୍ତି । ରାଇରଙ୍ଗପୁର ତହସିଲ ଅଧିନସ୍ଥ ପୁରୁଣାପାଣି ପଞ୍ଚାୟତର ତାମଳବନ୍ଧ ବାଲିଘାଟ ମୌଜା ଖାତା ନମ୍ବର ୨୨୫,ପ୍ଳଟ ନମ୍ବର ୧୦୭୦ କିସମ ନଦୀ,ପ୍ଲଟ ନମ୍ବର ୧୦୭୧ ଉପରେ ଉପଜିଲ୍ଲାପାଳ ବାମନଘାଟୀ ପତ୍ର ସଂଖ୍ୟା ୨୭୪ ତା ୨୩/୬/୨୦୨୩ ନିର୍ଦେଶ ମୁତାବକ ମୌଜା ତାମଳବନ୍ଧ ବାଲିଘାଟରେ‌ ୧୪୪ ଧାରା ଆଜି ଠାରୁ ଲାଗୁ କରିଛନ୍ତି । ଏଥିପାଇଁ ଆଜି ରାଇରଙ୍ଗପୁର ଅତିରିକ୍ତ ତହସିଲଦାର ସାହେବ ରାମ ବାସ୍କେ,ରେଭିନ୍ଯୁ ସୁପରଭାଇଜର ନିହାର ରଞ୍ଜନ ପାତ୍ର ,ଆରଆଇ ରଂଜନ କୁମାର ମହାନ୍ତ, ଏବଂ ରାଇରଙ୍ଗପୁର ଟାଉନ ପୋଲିସ ସେଠାରେ ଅଂଚଳ ଚିହ୍ନଟ କରିଛନ୍ତି ।ତଦସହ ତହସିଲ ପ୍ରଶାସନ ତରଫରୁ ସର୍ବ ସାଧାରଣରେ ଏବଂ ତାମଳଵନ୍ଧ ଗ୍ରାମରେ ଡ଼ାକବାଜି ଯନ୍ତ୍ର ଦ୍ବାରା ୧୪୪ ଲାଗୁ ଉପରେ ସଚେତନତା ବାର୍ତ୍ତା ଜଣାଇ ଦିଆଯାଇଛି । ଯେଉଁ ବ୍ୟକ୍ତି ବିଶେଷ ତଥା ସଂସ୍ଥା ଏହି ଆଇନର ଅମାନ୍ୟ କରନ୍ତି ତେବେ ଓଡ଼ିଶା ସରକାରଙ୍କ ସମ୍ପତ୍ତି ବେଆଇନ ପ୍ରବେଶ ନିଷେଧ ଧାରା ଓ ଫୌଜଦାରୀ ସମ୍ପର୍କିତ ମାମଲାରେ ଦଣ୍ଡିତ ହେବେ ବୋଲି ସୂଚନା ଜଣାଇ ଦିଆଯାଇଛି ।ଖବର ପାଇ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁର ମାରଓ୍ବାଡି ଯୁବମୋର୍ଚ୍ଚା ତରଫରୁ ପ୍ରତିମାସ ଅମାବାସ୍ୟାରେ ଅନ୍ନ ସେବା ଵଣ୍ଟନ

Sunil Chandra Nayak

ରାୟଗଡ଼ା ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ସ୍କୁଲ ସମସ୍ୟାକୁ ନେଇ ସରପଞ୍ଚ ଙ୍କ ତଦାରଖ

Sunil Chandra Nayak

Leave a Comment

error: Content is protected !!