ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତାମଳବନ୍ଧ ବାଲିଘାଟରେ ରାଇର ତହସିଲ ତରଫରୁ ୧୪୪ ଧାରା ଜାରୀ

ମୟୂରଭଞ୍ଜ – ୨୫/୭ ( ମସିହା) ଦିନକୁ ଦିନ ବିଭିନ୍ନ ବାଲିଘାଟରୁ ବାଲି ଚୋରୀ ବୃଦ୍ଧି ପାଉଛି । ଏଥିପାଇଁ ପ୍ରଶାସନ ତରଫରୁ ବେଆଇନ ବାଲି ଚୋରାଚାଲାଣ ନେଇ ରାଇରଙ୍ଗପୁର ତହସିଲ ତରଫରୁ ତହସିଲଦାର ଶ୍ରୀ ଚିତ୍ତରଞ୍ଜନ ମହାନ୍ତ ବ୍ୟାପକ ପଦକ୍ଷେପ ନେଇଛନ୍ତି । ରାଇରଙ୍ଗପୁର ତହସିଲ ଅଧିନସ୍ଥ ପୁରୁଣାପାଣି ପଞ୍ଚାୟତର ତାମଳବନ୍ଧ ବାଲିଘାଟ ମୌଜା ଖାତା ନମ୍ବର ୨୨୫,ପ୍ଳଟ ନମ୍ବର ୧୦୭୦ କିସମ ନଦୀ,ପ୍ଲଟ ନମ୍ବର ୧୦୭୧ ଉପରେ ଉପଜିଲ୍ଲାପାଳ ବାମନଘାଟୀ ପତ୍ର ସଂଖ୍ୟା ୨୭୪ ତା ୨୩/୬/୨୦୨୩ ନିର୍ଦେଶ ମୁତାବକ ମୌଜା ତାମଳବନ୍ଧ ବାଲିଘାଟରେ‌ ୧୪୪ ଧାରା ଆଜି ଠାରୁ ଲାଗୁ କରିଛନ୍ତି । ଏଥିପାଇଁ ଆଜି ରାଇରଙ୍ଗପୁର ଅତିରିକ୍ତ ତହସିଲଦାର ସାହେବ ରାମ ବାସ୍କେ,ରେଭିନ୍ଯୁ ସୁପରଭାଇଜର ନିହାର ରଞ୍ଜନ ପାତ୍ର ,ଆରଆଇ ରଂଜନ କୁମାର ମହାନ୍ତ, ଏବଂ ରାଇରଙ୍ଗପୁର ଟାଉନ ପୋଲିସ ସେଠାରେ ଅଂଚଳ ଚିହ୍ନଟ କରିଛନ୍ତି ।ତଦସହ ତହସିଲ ପ୍ରଶାସନ ତରଫରୁ ସର୍ବ ସାଧାରଣରେ ଏବଂ ତାମଳଵନ୍ଧ ଗ୍ରାମରେ ଡ଼ାକବାଜି ଯନ୍ତ୍ର ଦ୍ବାରା ୧୪୪ ଲାଗୁ ଉପରେ ସଚେତନତା ବାର୍ତ୍ତା ଜଣାଇ ଦିଆଯାଇଛି । ଯେଉଁ ବ୍ୟକ୍ତି ବିଶେଷ ତଥା ସଂସ୍ଥା ଏହି ଆଇନର ଅମାନ୍ୟ କରନ୍ତି ତେବେ ଓଡ଼ିଶା ସରକାରଙ୍କ ସମ୍ପତ୍ତି ବେଆଇନ ପ୍ରବେଶ ନିଷେଧ ଧାରା ଓ ଫୌଜଦାରୀ ସମ୍ପର୍କିତ ମାମଲାରେ ଦଣ୍ଡିତ ହେବେ ବୋଲି ସୂଚନା ଜଣାଇ ଦିଆଯାଇଛି ।ଖବର ପାଇ ବାଲି ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

୧- ଅଣନିଶ୍ୱାସୀ ହୋଇ ୬ ଜଣ ଛାତ୍ରୀ ଅସୁସ୍ଥ , ୨-ସିବିଏସଇ ଜୋନାଲ ତାଇକୋଣ୍ଡୋ ପ୍ରତିଯୋଗିତାରେ ଢେଙ୍କାନାଳ ଖେଳାଳୀଙ୍କୁ ସ୍ୱର୍ଣ୍ଣ ସହ ରୌପ୍ୟ ଏବଂ କାଂସ୍ୟ ପଦକ, ୩- କବାଟ ତାଡି ତିନୋଟି ଦୋକାନ ରୁ ଲୁଟ , ୪- ହିନ୍ଦୋଳ ନିର୍ବାଚନମଣ୍ଡଳୀ ଓଡାପଡା ବିଜୁଜନତାଦଳ’ର ସଂଗଠନିକ ବୈଠକ, ୫- ଭାପୁର ବାରି ପୋଖରୀରେ ବୁଡି ଯୁବକ ମୃତ ,୬-ଡବଲ ଇଞ୍ଜିନ ସରକାରରେ ଡାକ୍ତର ମରୁଡ଼ି, ରୋଗୀ ହନ୍ତସନ୍ତ 

Sunil Chandra Nayak

“ଖଣି-ନିର୍ଦ୍ଧେଶଳୟରେ ପୃଷ୍ଟି ମ୍ୟାଡମ କିଏ” ଖଣିବାସୀଙ୍କ ଅଭିଯୋଗ ପତ୍ରକୁ ତୁରନ୍ତ ସମାଧାନ କରିବ ନା ଚାପି ବସିଥିବ ?

masiha

କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପବିତ୍ର ମୋହନ ବାରିକ ଙ୍କ ଉଦ୍ୟମ ରେ ଜିଲ୍ଲା ଶିକ୍ଷାବ୍ୟବସ୍ଥା ସୁଧୃଢ଼ ହେବା ରେ ଲାଗିଛି

Sunil Chandra Nayak

Leave a Comment

error: Content is protected !!