ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡିରେ ପୁଣି ଲାଗିଲା ମାଓବାଦୀଙ୍କ ପୋଷ୍ଟର , ଜୁଲାଇ ୨୮ ରୁ ଅଗଷ୍ଟ ୩ ଯାଏଁ ଶହୀଦ ସପ୍ତାହ ପାଳନ ପାଇଁ ଆହ୍ଵାନ

କଳାହାଣ୍ଡିରେ ଲାଲବାହିନୀ ପୁଣି ନିଜର ସ୍ଥିତି ଜାହିର କରିଛନ୍ତି । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଓ ମାର୍କେଟ କମପ୍ଲେକ୍ସରେ ମଙ୍ଗଳବାର ସକାଳୁ ମାଓବାଦୀଙ୍କ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସରକାର ଓ ପୋଲିସର ମିଛ ପ୍ରଚାର କୁ ପ୍ରତ୍ୟାଖାନ କରନ୍ତୁ । ସତ୍ୟ ନ୍ୟାୟ ସପକ୍ଷରେ ଏକ ଜୁଟ ହେବାକୁ ଜନ ସାଧାରଣଙ୍କୁ ଆହ୍ଵାନ କରିଛନ୍ତି।ମାଓବାଦୀ ପ୍ରତିଷ୍ଠାତା କମ୍ରେଡ଼ ଚାରୁ ମଜୁମଦାରଙ୍କ ବଳିଦାନକୁ ଆସନ୍ତା ୨୮ ଜୁଲାଇରୁ ଅଗଷ୍ଟ ୩ ଯାଏ ସହିଦ ସପ୍ତାହ ଭାବରେ ପାଳନ କରିବାକୁ ଆହ୍ବାନ ଦିଆଯାଇଛି। ବି ଜି ଏନ ଡିଭିନାଲ କମିଟି ସିପିଆଇ ମାଓବାଦୀପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଛି । ମାଓବାଦୀଙ୍କ ଏହି ପୋଷ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି। ଘଟଣା ସ୍ଥଳରେ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପ୍ରକାଶଥାଉ କି,ଗତ କିଛି ଦିନ ତଳେ କଳାହାଣ୍ଡି ଜିଲା ଏମ୍ ରାମପୁର ଥାନା ଟପରାଙ୍ଗ ଗ୍ରାମରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟଣାକୁ ନେଇ ମାଓବାଦୀ ପୋଷ୍ଟର ଲଗାଇଥିଲେ । ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ ୩ ମାଓବାଦୀ ନିହତ ହୋଇଥିଲେ। ଘଟଣାକୁ ଅମାନବୀୟ କହିବା ସହ ପୋଲିସର ବର୍ବରତାକୁ ନିନ୍ଦା କରିଥିଲେ ମାଓ ସଂଗଠନ । ଏହା ସହିତ କ୍ରୁରତା ଲୁଚାଇ ଏନକାଉଣ୍ଟରର ରୂପ ଦେଇ ଖବର ପରିବେଷଣ କରିଥିବା ଗଣମାଧ୍ୟମ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଥିଲା ଲାଲବାହିନୀ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବେଲଗାଁ ରୁ ଚୋରୀ ହୋଇଥିବା ଗାଡି ରାମସା ଗାଁ ରୁ ଉଦ୍ଧାର

masiha

ବ୍ୟାପକ ଅବକାରୀ ଚଢ଼ାଉ ୩ଜଣକୁ ଗିରଫ 

Sunil Chandra Nayak

ଜଙ୍ଘିଆ ଗ୍ରାମ୍ୟ ବିଲରୁ ବୃଦ୍ଧ ଚାଷୀର ମୃତଦେହ ପୋଲିସ ଦ୍ବାରା ଉଦ୍ଧାର 

masiha

Leave a Comment

error: Content is protected !!