ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୂଜାରିଗୁଡା : କମ୍ପ୍ୟୁଟର ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସମ୍ପତ୍ତି ନଷ୍ଟ 

ତେନ୍ତୁଳିଖୁଣ୍ଟି ୨୬/୦୭/୨୩ //  ତେନ୍ତୁଳିଖୁଣ୍ଟି ବ୍ଳକ ପୂଜାରୀଗୁଡା ଛକ ଠାରେ ରହିଥିବା ଦାନୀଗୁଡା ଗ୍ରାମର ନରସିଂହ ଗୌଡ଼(ଲୁଦୁ)ଙ୍କ କମ୍ପ୍ୟୁଟର ଦୋକାନ ରେ ନିଆଁ ଲାଗି ଲକ୍ଷାଧିକ ଟଙ୍କା ର ସାମଗ୍ରୀ ନଷ୍ଟ ହୋଇ ଯାଇଛି । ଗତ କାଲି ରାତି ରେ ନିଆଁ ଲାଗିଥିବା ଅନୁମାନ କରା ଯାଉଛି। ରାସ୍ତା ପାର୍ଶ୍ଵରେ ଥିବା ରାତିବେଳା ଚଳ ପ୍ରଚଳ କମ ଯୋଗୁଁ ଜଣା ପଡିନ ଥିଲା। ଆଜି ସକାଳୁ ବୁଲି ବାହାରିଥିବା କିଛି ବ୍ୟକ୍ତି ଧୁଆଁ ମୟ ପରିବେଶ ଦେଖି ଷ୍ଟଲ ରେ ନିଆଁ ଲାଗିଥିବା ଅନୁମାନ କରି ସମ୍ପୃକ୍ତ ଦୋକାନୀ ଓ ଅଗ୍ନିଶମ ବହିନୀକୁ ଫୋନ କରିଥିଲେ। ଅଗ୍ନିଶମ କର୍ମଚାରୀ ଆସି ନିଆଁ କୁ ଆୟତ୍ତ କରିଥିଲେ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି। ଉକ୍ତ ଦୋକାନରେ ବଡ଼ ଜେରେକ୍ସ ମେସିନ ସାନ ଜେରେକ୍ସ ମେସିନ ,ତିନଟି ପ୍ରିଣ୍ଟର, ଦୁଇଟି ଲାପଟପ, ସିସି କେମେରା ର ସେଟ,ଇନଭେଟର ,ସ୍ଵାମୀ ,ସ୍ତ୍ରୀ ର ବୋର୍ଡ଼ ସାର୍ଟିଫିକେଟ, ଜେରେକ୍ସ ପେପର, ସହ ବହୁତ ଜିନିଷ ରହିଥିବା ଦୋକାନୀ କହିଛନ୍ତି। ବେକାର ଥିବାରୁ ରୋଜଗାର ପାଇଁ ଋଣ କରି ଦୋକାନ କରିଥିଲେ। ଏତେବଡ଼ କ୍ଷତି ଯୋଗୁଁ ସେ ଭାଙ୍ଗିପଡିଛନ୍ତି। କ୍ଷତିପୂରଣ ବ୍ୟବସ୍ଥା ପାଇଁ ଦାବୀ ହେଉଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଶ୍ରମ ମନ୍ତ୍ରୀଙ୍କ ଦ୍ବାରା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ବିଦ୍ୟା ଭବନ ସମେତ ବିଭିନ୍ନ ନୂତନ କୋଠାର ଉଦ୍‌ଘାଟନ ସହିତ ବିଭିନ୍ନ ପ୍ରକଳ୍ପ ପାଇଁ ଶିଳାନ୍ୟାସ

masiha

ରାଜୀବ ଗାନ୍ଧିଙ୍କ ୮୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ବାସିଙ୍ଗିରେ ମଙ୍ଗଳା ପୂଜା ଉପଲକ୍ଷେ ଝୁମର ପ୍ରୋଗ୍ରାମ

masiha

Leave a Comment

error: Content is protected !!