ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସହିଦ ସପ୍ତାହ ପାଳନ ପାଇଁ ନିୟମଗିରିରେ ମାଓ ପୋଷ୍ଚର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମ ଗିରି ପାରସାଲି ପଞ୍ଚାୟତ ରେ ମାଓବାଦୀଙ୍କ ସହିଦ ସପ୍ତାହ ପାଳନ କରିବା ପାଇଁ ନିୟମଗିରିରେ ପାଞ୍ଚଟି ପୋଷ୍ଟର ସହ ଗୋଟିଏ ବ୍ୟାନର ଲଗାଇଛି ସିପିଆଇ ମାଓବାଦୀ ବାଘୁନା ଡିଭିଜନ କମିଟି ବୋଲି ଉଲେଖ ରହିଛି ।

ଏହି ପଷ୍ଚୋରଟି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ନିୟମଗିରି ର ପାର୍ସାଲି ପଞ୍ଚାୟତରେ ଦେଖିବାକୁ ମିଳିଛି । ଉକ୍ତ ପୋଷ୍ଟର ଓ ବ୍ୟାନେରରେ ଉଲ୍ଲଖ ରହିଛି ଜେ ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ ଗାଁ ଗାଁ ରେ ସହିଦ ସପ୍ତାହ ପାଳନ ନିମନ୍ତେ ଓ ସହିଦ ମାନଙ୍କ ଅଧୁରା ସପ୍ନ, ଶଷଣ ମୁକ୍ତ ସମାଜ କାର୍ଯ୍ୟକୁ ପୁରଣ କରନ୍ତୁ । ସିପିଆଇ ମାଓବାଦୀର ପ୍ରତିଷ୍ଟାତା କର୍ମେଡ ଚାରୁ, କ.କହ୍ନାଇ, ନିୟମଗିରିର ବିର ସହିଦ କର୍ମେଡ ପଦ୍ମା ( ମିଞ୍ଜା), ଲଳିତ ରିତୁ, କାମଲା,ପଦ୍ମା, ଅଞ୍ଜଳି, ନନ୍ଦୁ, ଗୀତା ଅମର ରହେ ବୋଲି ଉଲ୍ଲେଖ ରହିଛି । ଶହିଦ ମାନେ ସତ୍ୟ ର ଜୟ ସିପିଆଇ ମାଓବାଦୀ ବାଘୁନା ଡିଭିଜନ କମିଟି ପକ୍ଷରୁ ଉଲ୍ଲେଖ କରି ପୋଷ୍ଟର ବ୍ୟାନରେ ଉଲ୍ଲେଖ କରି ଜାହିର କରିଛନ୍ତି । ଉକ୍ତ ବ୍ୟାନରଟି ପାର୍ସାଲି ପଞ୍ଚାୟତର ନୃତନ ଡଙ୍ଗରିଆ କନ୍ଧ ଉନୟନ କାର୍ଯାଳୟ ଫାଟକରେ ଲାଗିଥିବାବେଳେ ଅନ୍ୟ ପୋଷ୍ଟର ଗୁଡାକ ଆମ୍ବ ଗଛରେ ଓ ରାଜୀବ ଗାନ୍ଧି ସେବା କେନ୍ଦ୍ରରେ ଲଗାଯାଇଛି ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୬ମାସ ପରେ ମିଳିଲା ନିଖୋଜ ବ୍ୟକ୍ତିଙ୍କ କଙ୍କାଳ

Sunil Chandra Nayak

ମହିଳାଙ୍କ ଏଡିଟିଙ୍ଗ ଫଟୋ ଭାଇରାଳ ଘଟଣାରେ ଫେରାର ତିନି ଯୁବକଙ୍କ ଗିରଫ କେବେ ?

masiha

ବ୍ୟାଟେରୀ ଚୋରି ସନ୍ଦେହରେ ୨ଯୁବକ ଅଟକ

masiha

Leave a Comment

error: Content is protected !!