ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଖାପଦର ବିଦ୍ୟାଳୟ ଗସ୍ତ କରି ଅନୁଧ୍ୟାନ କଲେ ବିଡିଓ 

କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର ସଦର ପଞ୍ଚାୟତରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଆଜି ଅଚାନକ ଭାବେ ଗସ୍ତ କରି ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିଛନ୍ତି କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୌରଚନ୍ଦ୍ର ପଟ୍ଟନାୟକ | ଉକ୍ତ ବିଦ୍ୟାଳୟ ଗସ୍ତ କରି ପ୍ରଥମେ ବିଦ୍ୟାଳୟରେ କରାଯାଇଥିବା ୫ଟି ଶ୍ରେଣୀ ଗୃହ, ପିଲାଙ୍କ ଶିକ୍ଷାଦାନ ଓ ବିଦ୍ୟାଳୟର ସ୍ଥିତି ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ସୁବିଧା ଅସୁବିଧା ଏବଂ ପାଠପଢା ସମ୍ପର୍କରେ ପଚାରି ବୁଝିଥିଲେ | ପରେ ବିଦ୍ୟାଳୟର ଶିକ୍ଷକ ମାନଙ୍କ ସହ ଆଲୋଚନା କରି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ | ଉକ୍ତ ବିଦ୍ୟାଳୟରେ ୫ଟି ଦ୍ଵାରା ନିର୍ମାଣ କରାଯାଇଥିବା ବିଦ୍ୟାଳୟ ରୂପାନ୍ତରିତ କାର୍ଯ୍ୟ ବିଷୟରେ କହିବା ସହ ସ୍ମାର୍ଟ କ୍ଲାସ, ଇ ଲାଇବ୍ରେରୀ, ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟ ଏବଂ ବିଦ୍ୟାଳୟରେ ଲଗାଯାଇଥିବା ସିସିଟିଭି ଅନୁଧ୍ୟାନ କରିଥିଲେ | ଶେଷରେ ମୁଖ୍ୟ ରାସ୍ତା କଡରେ ବିଦ୍ୟାଳୟ ରହିଥିବା ହେତୁ କୌଣସି ପିଲାଙ୍କୁ ବାହାରକୁ ନ ଛାଡିବା ପାଇଁ ଶିକ୍ଷକ ମାନଙ୍କୁ କହିଥିଲେ। ବିଦ୍ୟାଳୟର କିଛି ସମସ୍ୟା ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିବେକାନନ୍ଦ ହୁଇକା ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ | ସ୍ଥାନୀୟ ସରପଞ୍ଚ ଓ ପିଇଓଙ୍କୁ ତୁରନ୍ତ ସମାଧାନ କରିବା ନେଇ ବିଡିଓ ଶ୍ରୀ ପଟ୍ଟନାୟକ କହିଥିଲେ | ବିଡିଓ ଙ୍କ ଏହି ଗସ୍ତ ସମୟରେ ସ୍ଥାନୀୟ ସରପଞ୍ଚ ଗୋପାଳ ପିର୍ବାକା, ସମିତି ସଭ୍ୟ ସରୋଜ ପଣ୍ଡୁ, ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଡ ଦୟାନିଧି ବାଗ, ସହକାରୀ ଶିକ୍ଷକ ସିଙ୍ଗୁ କଣ୍ଡାଗରିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଡିଜିଟାଲ ମିଡିଆ ଆସୋସିଏସନ ର ବିର୍ଷିକ ଉତ୍ସବ ପାଳିତ

masiha

କୃତଜ୍ଞତା ଜ୍ଞାପନ

masiha

ସୂଚନା ନ ମିଳିବା ହେତୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ମହିଳା ଆଇନଜୀବୀ 

Leave a Comment

error: Content is protected !!