ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ବଣିକ ସଙ୍ଘ ନିର୍ବାଚନ: କାହ୍ନୁ ସଭାପତି

ନବରଙ୍ଗପୁର,(ମସିହା)ନବରଙ୍ଗପୁର ଜିଲ୍ଲା ବଣିକ ସଂଘର ସଭାପତି ପଦବୀ ନିର୍ବାଚନ ସମାପ୍ତ ହେଇଛି। ସଭାପତି ରୂପେ ମାନସ ରଞ୍ଜନ ଦାସ (କାହ୍ନୁ) ବିଜୟୀ ଘୋଷଣା ହୋଇଛନ୍ତି। କାହ୍ନୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ପିଙ୍କୁ ପଣ୍ଡାଙ୍କ ଠାରୁ ୧୭୫ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସଙ୍ଘ ରେ ମୋଟ ୨୬୦ ସଭ୍ୟ ରହିଥିବା ବେଳେ ୨୩୭ ଜଣ ସଭ୍ୟ ମତଦାନ କରିଥିଲେ। କାହ୍ନୁ ଦାଶ ୨୦୨ ଖଣ୍ଡ ଭୋଟ ପାଇଥିବା ବେଳେ ପିଙ୍କୁ ପଣ୍ଡା ୨୭ ଖଣ୍ଡ ଭୋଟ ପାଇଛନ୍ତି ଓ ୮ ଖଣ୍ଡ ଭୋଟ ନାକଚ ହେଇଛି। ସୁଚନା ଯୋଗ୍ୟ ଯେ, ପ୍ରଥମ ଥର ଦୀର୍ଘ ବର୍ଷ ପରେ ସଭାପତି ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଅନ୍ୟାନ୍ୟ ପଦ ପଦବୀ ପରବର୍ତ୍ତୀ ସମୟରେ ଚୟନ କରାଯିବ ବୋଲି ଜଣା ପଡିଛି। ଏହି ନିର୍ବାଚନକୁ ବରିଷ୍ଠ ବ୍ୟବସାୟୀ ସୁବାଷ ଜୈନ, ପି ଚିନା ବାବୁ ପରିଚାଳନା କରିଥିଲେ। ନୂତନ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳ ତିନି ବର୍ଷ ରହିଥିବା ଶ୍ରୀ ଜୈନ ସୂଚନା ଦେଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ଉପଖଣ୍ଡ ତାଲୁକ ଆଇନ ସେବା ସମିତି ଆନୁକୁଲ୍ୟରେ ରାଇରଙ୍ଗପୁର ମହାବିଦ୍ୟାଳୟରେ ମହିଳା ସଶସ୍ତ୍ରତ୍ରିକରଣ ନେଇ ସେଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଯାମଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଘନଶ୍ୟାମ ଏଣ୍ଡ ସନ୍ସ ପ୍ରାଇଭେଟ୍ ଲିମିଟେଡ ତରଫରୁ ୫୦ ଜଣ ଯକ୍ଷ୍ମା ରୋଗୀଙ୍କୁ ମାଗଣା ପୋଷଣ ଖାଦ୍ୟ ଵଣ୍ଟନ

ଡାବୁଗାଁରେ ହୋମ ଭୋଟିଂ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!