ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁନ୍ତଳା କଲ୍ଯାଣୀ ସାହିତ୍ୟ ସଂସଦର ବର୍ଷା ଆସର

ବାଲେଶ୍ଵର,୨୮/୭/୨୩- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗଣ୍ଡିବେଡ ଜଗନ୍ନାଥ ମନ୍ଦିର ପରିସରରେ କୁନ୍ତଳା କଲ୍ଯାଣୀ ସାହିତ୍ୟ ସଂସଦର ବର୍ଷା ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ସ୍ଥାୟୀ ସଭାପତି କବି ସୁଦାମ ଚରଣ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ଆସରରେ ସମ୍ପାଦକ ଲମ୍ବୋଦର ନନ୍ଦ ବିବରଣୀ ପାଠ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ କବି ରବୀନ୍ଦ୍ର ବେହୁରିଆ, ମୁଖ୍ୟବକ୍ତା ଭାବେ ବକ୍ତା ହରିହର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ଡ.ଶ୍ଯାମସୁନ୍ଦର ପ୍ରଧାନ । ବର୍ଷା ସତରେ ରାଣୀ, ସିଏ ଚାହିଁଲେ ସୃଷ୍ଟି ହସିବ ଆଉ ନବୀନ ଦିସିବ, ମେଘକୁ କିଏ କଳା, କିଏ ଧଳା, କିଏ ନୀଳ, କିଏ ନାଲି ଏବଂ ମେଘ ପୁଣି ଛଇଳ ଓ ଚପଳା ବୋଲି ଅତିଥି ମାନଙ୍କର ବକ୍ତବ୍ୟ ଥିଲା ।

     ପରେପରେ କବି ସନ୍ଯାସୀ ପାତ୍ର ଓ ସସ୍ମିତା ରାଉତଙ୍କ ବଳିଷ୍ଠ ସଂଯୋଜନାରେ ଶ୍ରୀକାନ୍ତ ମହାରଣା, ପଦ୍ମନାଭ ଶନିବିଗ୍ରହ, ବାବାଜି ଚରଣ ଦାଶ, ପ୍ରଶାନ୍ତ ଶଙ୍ଖୁଆ, ରତ୍ନାକର ପଣ୍ଡା, ଅର୍ଜୁନ ଚରଣ ମହାରଣା, ରବୀନ୍ଦ୍ର କୁମାର ବେହୁରିଆ, ଶ୍ଯାମସୁନ୍ଦର ପ୍ରଧାନ, ଦିନବନ୍ଧୁ ପଣ୍ଡା, କୁନ୍ତଳା ମହାରଥା, କଲ୍ଯାଣୀ ପଣ୍ଡା, କୃତିଦୀପା ରାଉତ, କରୁଣାକର ଦାସ, ଗୋକୁଳ ବିଜୟ ରାଉତ, ପ୍ରଫୁଲ୍ଲ କୁମାର ସାମଲ, ଶରତ ଚନ୍ଦ୍ର ଦାସ, ମନରଞ୍ଜନ ସାମଲ ଓ ଭଗବାନ ସେଠୀ ପ୍ରମୁଖ କବିକବୟିତ୍ରୀ ମାନେ କବିତା ପାଠକରି ଆତ୍ମସନ୍ତୋଷ ଲାଭ କରିଥିଲେ । ଶେଷରେ କୁନ୍ତଳା ମହାରଥାଙ୍କ ଧନ୍ୟବାଦ ପରେ ଆସରର ପରିସମାପ୍ତି ଘଟିଥିଲା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତିନି ଗ୍ରାମର ଅଷ୍ଟପ୍ରହରୀରେ ଯୋଗଦେଲେ ବ୍ଲକ ସଭାପତି ରାଜେନ୍ଦ୍ର ଦୁରିଆ

Sunil Chandra Nayak

ବ୍ରହ୍ମlକୁମାରୀଜ ରେ ନବରାତ୍ରି ଉପଲକ୍ଷେ ଆଧ୍ୟାତ୍ମିକ ଚେତନା ଝାଙ୍କି 

masiha

ବଜ୍ରାଘାତ ରେ ବଡ଼ ଭଉଣୀ ମୃତ,ସାନ ଭଉଣୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!