ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହମ୍ମଦ ମୋକିମ ଙ୍କ ବହିଷ୍କାର ଦାବୀ ରେ ଜଗତପୁରଠାରେ ସାମ୍ବାଦିକ ସମ୍ମିଳନୀ

ଜଗତପୁର:ତା-୨୯/୦୭/-ସମ୍ପ୍ରତି କିଛି ମାସ ହେବ କଟକ-ବାରବାଟୀ ର ବିଧାୟକ ମହମ୍ମଦ ମୋକିମ କଂଗ୍ରେସ ଦଳ ବିରୁଦ୍ଧ ରେ,ନେତୃତ୍ବ ଙ୍କ ବିରୁଦ୍ଧରେ, ଦଳର ନିଷ୍ପତ୍ତି ବିରୁଦ୍ଧରେ ଯାଉଥିବା ଅନୁଭବ କରି ଓ ବିଭିନ୍ନ ଅଭିଯୋଗ କୁ ଭିତ୍ତି କରି ଅଖିଳ ଭାରତ କଂଗ୍ରେସ କମିଟି ଶ୍ରୀ ମୋକିମଙ୍କୁ କଂଗ୍ରେସ ଦଳରୁ ନିଲମ୍ବନ କରିଛନ୍ତି ।ନିଲମ୍ବିତ ହେବାପରେ ମୋକିମ ତାଙ୍କ ଆଚରଣ ଓ ଉଚ୍ଚାରଣ ରେ କୌଣସି ପରିବର୍ତ୍ତନ ଆଣିବା ତ ଦୂରର କଥା ,ସେ ସଭାସମିତି କରେଇ ଦଳର ନେତା,ଦଳ ବିରୁଦ୍ଧରେ ଯେପରି ଅରୁଚିକର ମନ୍ତବ୍ୟ ଦେଉଛନ୍ତି ତାହା ତାଙ୍କର ଅଧିକ ବିଶୃଙ୍ଖଳିତ ଆଚରଣକୁ ପ୍ରତିଫଳନ କରୁଛି ।ମୋକିମ ବାବୁ ଜଣେ ଅଭ୍ୟାସଗତ ବିଶୃଙ୍ଖଳିତ ନେତା ।ଏହି ପରିପ୍ରେକ୍ଷୀରେ କଟକ ଜଗତପୁର ସ୍ଥିତ “ଉତ୍କଳ ଦୁର୍ଗାପୂଜା ମଣ୍ଡପ”ର ସଭାଗୃହରେ କଟକ ସହରର କଂଗ୍ରେସ ଦଳର ଜଣାଶୁଣା ଯୁବନେତା ମାନସ ପରିଡା ସାମ୍ବାଦିକ ସମ୍ମିଳନୀ କରି ମୋକିମଙ୍କ ଉପରେ ଖୁବ ବର୍ଷିଥିଲେ । ୨୦୧୯ମସିହାରେ ପ୍ରାୟ ସାଢ଼େତିନିହଜାର ଭୋଟ ରେ କଂଗ୍ରେସ ବାରବାଟୀ -କଟକରେ ଆଗରେ ଥିବା ବେଳେ ଗତ କର୍ପୋରେସନ ନିର୍ବାଚନ ସମୟରେ ମୋକିମ ବାବୁ ପ୍ରତିନିଧିତ୍ଵ କରୁଥିବା ବାରବାଟୀ-କଟକ ରେ ବିଜେଡି ଠାରୁ ପ୍ରାୟ ଅଠର ହଜାର ଭୋଟ ରେ ପଛରେ ରହିଲା କଂଗ୍ରେସ ।୨୦୦୪ମସିହା ରେ କଂଗ୍ରେସ ର ପ୍ରାୟ ୧୪ଜଣ କର୍ପୋରେଟର ଜିତିଥିବା ବେଳେ ୨୦୨୨ ନିର୍ବାଚନରେ କଂଗ୍ରେସର ସମୁଦାୟ ୮ଟି କର୍ପୋରେଟର ଜିତିଥଲେ ।ସେଥିମଧ୍ୟରୁ ମୋକିମ ବାବୁ ପ୍ରତିନିଧିତ୍ଵ କରୁଥିବା ବାରବାଟୀ ନିର୍ବାଚନ ମଣ୍ଡଳୀର ୩୨ଟି ୱାର୍ଡରୁ ମାତ୍ର ୨ଟି ୱାର୍ଡରେ କର୍ପୋରେଟର ଜିତାଇବିବା ରେ ସକ୍ଷମ ହୋଇଥିଲେ ମୋକିମ ବାବୁ ।ନିଜ ନିର୍ବାଚନ ମଣ୍ଡଳୀରେ ମୋକିମ ବାବୁ ଙ୍କର ଲୋକ ପ୍ରିୟତା ବେଳକୁବେଳ ହ୍ରାସ ପାଉଥିବା ବେଳେ କୌଣସି ଦାୟୀତ୍ୱରେ ନଥାଇ ଅନ୍ୟ ନିର୍ବାଚନ ମଣ୍ଡଳୀରେ ସଂଗଠନ ଦାୟୀତ୍ୱରେ ଥିବା ନଗର ସଭାପତି, ଜିଲ୍ଲା ସଭାପତି ଙ୍କ ଅନୁମତି ନନେଇ ବିଭିନ୍ନ ସଭାସମିତି କରିବା ମଧ୍ୟ ଏକ ବିଶୃଙ୍ଖଳିତ ଆଚରଣ ।କଂଗ୍ରେସ ଦଳରେ ଥାଇ ଯେଉଁମାନେ ଦଳ ବିରୁଦ୍ଧରେ ,ଦଳର ନେତୃତ୍ବ ବିରୁଦ୍ଧରେ ଅରୁଚିକର ମତ ମନ୍ତବ୍ୟ ଦେଉଛନ୍ତି ଦଳର ଶୃଙ୍ଖଳା ଦୃଷ୍ଟିରୁ ସେମାନଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ଦାବୀ କରିଛନ୍ତି ମାନସ ପରିଡା ।ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପରିଡା ଙ୍କ ସହିତ ଚୌଦ୍ୱାର-କଟକ ଯୁବ କଂଗ୍ରେସ ର ପୂର୍ବତନ ସଭାପତି ମାନସ ନାୟକ,ବରିଷ୍ଠ କଂଗ୍ରେସ କର୍ମୀ ଜୟ ନାରାୟଣ ତ୍ରିପାଠୀ,୪୯ନଂ ୱାର୍ଡ କଂଗ୍ରେସ ସଭାପତି ଦୁର୍ଯ୍ୟୋଧନ ପ୍ରଧାନ,ପ୍ରମୁଖ ଯୋଗଦେଇ ମହମ୍ମଦ ମୋକିମ ଙ୍କୁ ଦଳରୁ ବହିଷ୍କାର କରିବାକୁ ଦାବୀ କରିଥିଲେ ।

କଟକ ରୁ ସୁକାନ୍ତ ମହାପାତ୍ରଙ୍କ ରିପୋର୍ଟ

Related posts

ରାଜ୍ୟ ସରକାରଙ୍କ ପାପର ହାଣ୍ଡିଫାଟିବ, ଚବିଶ ନିର୍ବାଚନରେ ଧୂଳିସାତ ହେବ ବିଜେଡ଼ି: ଗୌରୀ ଶଙ୍କର

masiha

ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ଙ୍କ ବଳାତ୍କାର ଘଟଣା  ନେଇ ରାଇରଙ୍ଗପୁରରେ ଯୁବ ବିଜେପି ମୋର୍ଚା ତରଫରୁ ରାହୁଲ ଗାନ୍ଧୀ ଏବଂ ଭକ୍ତ ଦାସଙ୍କ କୁଶପୁତ୍ତଳିକା ଦାହ

Sunil Chandra Nayak

କୋଶଲରାଏଜ୍ ମୁକ୍ତି ମୋର୍ଚ୍ଛା ବ୍ଳକ ସଭାପତି ଭାବେ କିରଣ କୁମାର ଧଙ୍ଗଡା ମାଝୀଙ୍କୁ ଚୟନ

masiha

Leave a Comment

error: Content is protected !!