ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଏକ୍ସ-କ୍ୟାଡର ଶିକ୍ଷକ ସଂଘ ବୈଠକ

ଡାବୁଗାଁ, ୨୯/୭ (ମ.ନି.ସ)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଡାବୁଗାଁ ଏକ୍ସ-କ୍ୟାଡର ଶିକ୍ଷକ ସଂଘର ଏକ ଜରୁରୀ ବୈଠକ ସଂଘ ସଭାପତି ବଲ୍ଳଭ ନାରାୟଣ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଶନିବାର ଅନୁଷ୍ଠିତ ହୋଇଯାଇଛି | ରାଜ୍ୟ ସଂଘ ର ଡାକରାରେ ଚଳିତ ମାସ ୩୧ ତାରିଖ ଦିନ ଭୁବନେଶ୍ଵର ଠାରେ ଶିକ୍ଷକ ସଂଘ ର ୫ ଦଫା ଦାବି ନେଇ ଆନ୍ଦୋଳନ କରାଯିବ | ଉକ୍ତ ଦାବି ଗୁଡିକ ହେଲା ଏକ୍ସ-କ୍ୟାଡର ଉଚ୍ଛେଦ, ଲେଫ୍ଟ-ଆଉଟ ଗଣଶିକ୍ଷକ ଙ୍କୁ ନିୟମିତ କରିବା, ଇନକ୍ରୀମେଣ୍ଟ ପ୍ରଦାନ କରିବା, ତ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ ଓ ଓପିଏସ ଲାଗୁ କରିବା ଦାବି ରହିଛି | ପରିଶେଷରେ ସମସ୍ତଙ୍କୁ ନିଜର ହକ ପାଇଁ ଭୁବନେଶ୍ଵର ଯାଇ ରାଲି ରେ ଯୋଗ ଦେବା ପାଇଁ ସ୍ଥିର କରାଗଲା | ଉକ୍ତ ବୈଠକରେ ଉପ ସଭାପତି ନରସିଂ ମାଝୀ, ସମ୍ପାଦକ ଜିତେନ୍ଦ୍ର ମାଝୀ, ପ୍ରଦୀପ କୁମାର ପାଢ଼ୀ, ଦୂର୍ଗା ପ୍ରସାଦ ରଥ, ଉଦରନ ଭତ୍ରା, ସବିତା ଦାଶ, ଡମୁନା ମେହେରାଙ୍କ ସମେତ ସମସ୍ତ ଏକ୍ସ-କ୍ୟାଡର ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ତରଫରୁ ସଡ଼କ ସୁରକ୍ଷା ଓ ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଛଅ ଗୋଟି ଜିଲ୍ଲାରୁ 1000ଜଣ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ଯିବେ

Sunil Chandra Nayak

ଗୋଲାମୁଣ୍ଡାରେ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!