ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବିଦେଶୀ ମଦ ଚାଲାଣ ବେଳେ ପୋଲିସ ଧରିଲା , ୨ କୋର୍ଟଚାଲାଣ , ଗାଡି ଅଟକ

 ବନ୍ଧୁଗାଁ ତା ୨୯/୭/୨୩ // ଆଜି କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ସମ୍ମୁଖରେ ମଧ୍ୟାହ୍ନ ଘଣ୍ଟା ୨.୨୫ ମିନିଟ ସମୟରେ ଯାନବାହାନ ଯାଞ୍ଚ ବେଳେ ବେନିୟମ ଭାବେ କୋରାପୁଟ ରାଜ ରେସିଡେଣ୍ଟ୍ ବାର ଠାରୁ ଆଲମଣ୍ଡାକୁ ଚାଲାଣ ବିଦେଶି ମଦ ଓ ସ୍କ୍ରୋପିଓ ଗାଡ଼ି ଜବତ କରାଯାଇଛି। ସ୍କ୍ରୋପିଓ ଗାଡ଼ି ଓ ବିଦେଶୀ ମଦ ଜବତ କରିବା ପରେ ଥାନା ଅଧିକାରୀ ବିଜୟ ରାଜ ମାଝି ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡାକି ପ୍ରେସ ବାର୍ତ୍ତା ମାଧ୍ୟମରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ପଞ୍ଜୀକୃତ ବିଦେଶୀ ମଦ ବାର ରହିଥିଲେ ମଧ୍ୟ ଅନେକ ଦିନରୁ ବେନିୟମ ବିଦେଶୀ ମଦ କୋରାପୁଟ ରାଜ ରେସିଡେଣ୍ଟସି ବାର ଠାରୁ ଆନ୍ଧ୍ର ସୀମାନ୍ତ ଆଲମଣ୍ଡା ଗାଁକୁ ଚାଲାଣ ହୋଇ ଆସୁଥିଲା। ଅବକାରୀ ବିଭାଗ  କର୍ମଚାରୀ ଏହି ପ୍ରକାର ଚାଲାଣ ହେଉଥିବା ଖବର ଜାଣି ନୀରବ ରହି ଚୋରା ବିଦେଶୀ ମଦ ଚାଲାଣକୁ ସାହଯ୍ୟ କରୁଥିବା ଦେଖିବାକୁ ମିଳିଛି।ଅବକାରୀ ବିଭାଗର ଦାୟିତ ଥିବା ବେଳେ ନିଜର ନିଘା ନ ଥିଲା ପରି ନିରବ ରହିଛନ୍ତି । କିନ୍ତୁ ବନ୍ଧୁଗାଁ ପୋଲିସ ଆଜି ନକଲି ବେଦେଶି ମଦ ଜବତ କରିଛି।ଆଜି ବିଦେଶୀ ମଦ ଆଲମଣ୍ଡା ଗ୍ରାମକୁ ଚାଲାଣ ହେଉଥିବା ବେଳେ ସ୍କ୍ରପିଓ ଗାଡ଼ି ନଂ ଓ ଆର ୦୫ ଏ ସି ୯୯୩୩ ଜବତ କରିବା ସହ ରାଜ ରେଶିଡେଣ୍ଟସି ବାରର ବିବେକ କୁମାର ସିଂ ୨୮ ବର୍ଷ ପିତା ରାଜଘରିଆ ସିଂ ଓ ଅଜୟ କୁମାର ସିଂ ୨୭ ବର୍ଷ ପିତା ନାଗେଶ୍ଵର ସିଂ ଙ୍କୁ ଅଟକ ରଖାଯାଇଛି। ପୋଲିସ ଥାନା ତରଫରୁ ଯେଉଁ ବିଦେଶୀ ମଦ ଜବତ ହୋଇଛି ୨୫ ଟି ପେଟି ରୁ ୬୦୦ ବୋଟଲ ର ୨୧୫ ଲିଟର ୫୨୦ ମିଲି ମଦ ଥିବା ବେଳେ ୧.୫୦.୮୪୯ ଲକ୍ଷ ଟଙ୍କା ମୂଲ୍ୟର ମଦ ରହିଛି। ଜବତ ମଦ ଭୁଟାନ ବ୍ଲୁ, ଓ ସି, ବ୍ରିଜର, ମାନସୀଅନ ହାଉସ, ବାକାଡି ବ୍ରିଜଜେର ଓ ଇମ୍ପେରିଆଲ ବ୍ଲୁ ନାମରେ ନକଲି ମଦ ଥିବା ଜାଣିବାକୁ ମିଳିଛି। ପୋଲିସ ଥାନା ତରଫରୁ ଓଡ଼ିଶା ଅବକାରୀ ଏକ୍ଟ ଅନୁଯାଇ କେସ ନଂ ୮୩ ତା ୨୯/୭/୨୩ ୟୁ/ ଏସ ୫୨ (ଏ) ରୁଜୁ କରି ଆସନ୍ତା କାଲି ଦୁଇ ଜଣଙ୍କୁ କୋର୍ଟ ଚାଲାଣ କରାଯିବା ସହ ସ୍କ୍ରୋପିଓ ଗାଡିକୁ ଅଟକ ରଖାଯିବ । ଆଜି ପୋଲିସ ଥାନା ତରଫରୁ ଏସ ଆଇ ବିଜୟ କୁମାର ମୁର୍ମୁ,ଏ ଏସ ଆଇ ବିଦ୍ୟୁତ ତରଙ୍ଗ ସାଧୁ, ସୁରେନ୍ଦ୍ର ହୁଇକା, ହାବିଲଦାର ପି କେ ମାଝି, କୋନେଷ୍ଟେବଲ ଅନନ୍ତ ପାଙ୍ଗି, ଅନିଲ କୁମାର ଚୌଧରି, ଗୃହ ରଖି ତୁଫାନ ବାଗ,ଓ ସୁରେନ୍ଦ୍ର ମେଲେକା ଉପସ୍ଥିତ ରହି ଥିଲେ । ଆଜି ବନ୍ଧୁଗାଁ ଥାନା ତରଫରୁ ଏହି ପ୍ରକାର ଚୋରା ବିଦେଶୀ ମଦ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବାରୁ ବ୍ଲକର ଅନେକ ବୁଦ୍ଧି ଯିବି ଓ ଜନସାଧାରଣ ପୋଲିସ ଥାନା ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ପ୍ରେମିକାର ପ୍ରତାରଣା ସହିପାରିଲେନି ଯୁବକ , ହ୍ବାଟ୍‌ସଆପ୍‌ରେ ଷ୍ଟାଟସ୍ ଦେଇ କଲେ ଆତ୍ମହତ୍ୟା

Sunil Chandra Nayak

ଯୁବକଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ ଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର, ପୋଲିସର ତଦନ୍ତ ଜାରି

Sunil Chandra Nayak

ଜାଲ ନୋଟ କାରବାରରେ ୩ ଗିରଫ କୋର୍ଟ ଚଲାଣ

masiha

Leave a Comment

error: Content is protected !!