ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମନ୍ଵିତ ଶିଶୁ ବିକାଶ କେନ୍ଦ୍ରରେ ଟଙ୍କା ଆତ୍ମସାତ , ବାଟବଣା ହୋଇଛି ଗର୍ଭବତୀ ମହିଳାଙ୍କ ଟଙ୍କା ,ନିରପେକ୍ଷ ତଦନ୍ତ ଦାବି

ଢେ଼ଙ୍କାନାଳ( ମ ସୀ ହା)୨୦/୦୭_ଆଜି ସାରା ରାଜ୍ୟରେ ମହିଳାଙ୍କ ସ୍ଥାନ ଉଚ୍ଚରେ ,କାରଣ ରାଜ୍ୟ ସରକାର ନାରୀ ମାନଙ୍କ ପାଇଁ ଗାଁ କୁ କାମ ମା କୁ ସମ୍ମାନ।, ସ୍ଵୟଂ ସହାୟକ ଗୋଷ୍ଠୀ ଠାରୁ ଆରମ୍ଭ କରି ଅଙ୍ଗନୱାଡ଼ି କେନ୍ଦ୍ର ,ଗର୍ଭବତୀ ମହିଳା ,ନାରୀ ସଶକ୍ତି କରଣ , ଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ରୀଙ୍କ ଶିକ୍ଷାବୃତ୍ତି ଏହି ଭଳି ଅନେକ ସଂସ୍ଥାରେ ନାରୀ ମାନଙ୍କ ଭୂମିକା ଅତୁଳନୀୟ ରହିଛି ।ଆଜି ଗର୍ଭବତୀ ମହିଳାଙ୍କ ପାଇଁ ଆସୁଥିବା ଟଙ୍କାକୁ କିଭଳି ଭାବେ ଆତ୍ମସାତ କରାଯାଇଛି ତାହା ଜ୍ୱଳନ୍ତ ଉଦାହରଣ ମିଳିଛି । ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ସମନ୍ଵିତ ଶିଶୁ ବିକାଶ କେନ୍ଦ୍ରରେ ଏପରି ଘଟଣା ଘଟିଛି । ଏଠି ଗର୍ଭବତୀ ମହିଳାଙ୍କ ଲାଗି ଆସୁଥିବା ଦୈନ ଦିନର ୯ ଟଙ୍କାକୁ ବାଟମାରଣା କରାଯାଉଥିବା ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ ୨୫ ଗୋଟି ସେଣ୍ଟରରେ ୧୯୭ ଗର୍ଭବତୀ ମହିଳା ରହିଥିବା ଜଣାପଡ଼ିଛି ।କିନ୍ତୁ ଏହି ସେଣ୍ଟର ମଧ୍ୟରୁ ଜେରଯୋଳି ଓ କଣ୍ଟାପାଳ ଏହି ୨ ପଞ୍ଚାୟତକୁ ନେଇ ଗୋଟିଏ ସେକ୍ଟର ଗଠିତ ହୋଇଛି ।ବର୍ତ୍ତମାନ ଗର୍ଭବତୀ ମହିଳା ମାନଙ୍କ ପାଇଁ ୧ଲକ୍ଷ ୩୨ ହଜାର ୯୭୫ ଟଙ୍କା ଆସିଥିବା ବେଳେ ପ୍ରତି ସେଣ୍ଟରକୁ ସମନ୍ଵିତ ଶିଶୁ ବିକାଶ କେନ୍ଦ୍ରର ସୁପରଇଜର ଯାଇ ନିଜର ପର୍ସେଣ୍ଟେଜ୍ ଆଣିଥିବା ସାମ୍ନାକୁ ଆସିଛି ।ଏହି ଭଳି ୨୫ ସେଣ୍ଟରକୁ ଯାଇ ଆସିଥିବା ଟଙ୍କାରୁ ଶତକଡା ୫୦ ପର୍ସେଣ୍ଟେଜ୍ ଅର୍ଥାତ୍ ୬୬ ହଜାର ୪୮୭ ଟଙ୍କା ବାଟମାରଣା କରୁଥିବା ଚର୍ଚ୍ଚାକୁ ଆସିଛି ।ବ୍ଲକର ଅନ୍ୟ ସାତଟି ସେକ୍ଟରରେ ଟଙ୍କା ଆତ୍ମସାତ କରାଯାଇଥିବା ସନ୍ଦେହ ଘେରକୁ ଆସିଛି ।ଗୋଟିଏ ସେକ୍ଟରରେ ଯଦି ବିଭାଗୀୟ କର୍ମଚାରୀ ଦ୍ଵାରା ଏତେ ପରିମାଣର ଟଙ୍କା ବାଟମାରଣା ହୋଇ ପାରୁଛି ତେବେ ଅନ୍ୟ ସେକ୍ଟର ଗୁଡ଼ିକରେ କେତେ ଟଙ୍କା ଆତ୍ମସାତ ହୋଇଥିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।ଯଦି ଜଣେ ଅଙ୍ଗନୱାଡ଼ି ୱାର୍କର ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଉଥିଲେ ମଧ୍ୟ ବର୍ତ୍ତମାନ ଯେପରି ପ୍ରତ୍ୟେକ ସାମଗ୍ରୀର ଦରଦାମ ବୃଦ୍ଧି ରହିଥିବା ବେଳେ ସରକାରଙ୍କ ପାଣ୍ଠିରୁ ଅଣ୍ଡା ବାବଦକୁ ୬ ଟଙ୍କା ମଞ୍ଜୁର ହୋଇଥିବା ସ୍ଥଳେ ୱାର୍କର ଜଣକ ନିଜ ହାତରେ ଦେଢ଼ ଟଙ୍କା ମିଶାଇ ସାତ ଟଙ୍କା ପଚାଶ ପଇସାରେ ଗୋଟିଏ ଅଣ୍ଡାର ଦାମ କିଣି ପିଲାଙ୍କୁ ଖାଇବାକୁ ଦେଉଛନ୍ତି ।କିନ୍ତୁ ଏପଟେ ବିଭାଗୀୟ କର୍ମଚାରୀ ମାନେ ମିଶି ମୂଷା ଭିତରେ ଖୋଳ କରିଚାଲିଛନ୍ତି ।ଯଦି ଏଥିରେ କୌଣସି ୱାର୍କରର ତୃଟି ଘଟେ ତେବେ ସେମାନଙ୍କ ପାଉଣା ବନ୍ଦ୍ କରିବାରେ ଅଧିକାରୀ ବାବୁମାନେ ତିଳେ ମାତ୍ର ପଛଘୁଞ୍ଚା ଦେଇନଥାନ୍ତି ।ଏଥିରୁ ସ୍ପଷ୍ଟ ଜଣାଯାଏ ବିଭାଗୀୟ ସିଡ଼ିପିଓ ଓ ସସୁପରଭାଇଜର ମଧ୍ୟରେ ମଧୁଚନ୍ଦ୍ରିକା ରହିଥିବାରୁ ଏପରି ଘଟଣା ସାମ୍ନାକୁ ଆସିଛି ।କାରଣ ଯଦି ଦୁଇ ମାସରେ ଏପରି ଟଙ୍କା ଆତ୍ମସାତ ହୋଇପାରିଛି ତେବେ ଏହାର ପୂର୍ବ ମାସରେ ଯେତେ ଟଙ୍କା ଆତ୍ମସାତ ହୋଇନଥିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।ଏହି ଘଟଣାକୁ ଆଧାରକରି ତଦନ୍ତ କରାଯାଇ ଏଥିରେ ଲିପ୍ତ ଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

କାମାକ୍ଷlନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏଡସ୍ ସଚେତନତା ଓ ସ୍ବେଛାକୃତ ରକ୍ତଦାନ ପ୍ରୋତ୍ସାହନ କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୁସୁମୀ ବ୍ଲକର ଯୋଡାପୋଖରୀ ଗ୍ରାମରେ ଜନଶୁଣାଣି ଅନୁଷ୍ଠିତ

ରାଉରକେଲା ପୋଲିସ ଜିଲ୍ଲାର ସାଇବର ସୁରକ୍ଷା ଅଭିଯାନ ଓଡିଶା-୨୦୨୫

Sunil Chandra Nayak

Leave a Comment

error: Content is protected !!