ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

ଡାବୁଗାଁ, ୩୦/୭ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ଜିଲା ଜନଜାତି ସୁରକ୍ଷା ମଞ୍ଚ ତରଫରୁ ବିଶ୍ଵ ଆଦିବାସୀ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଜିଲା ସଭାପତି ଗୋପୀନାଥ ମାଝିଙ୍କ ଅଧ୍ୟକ୍ଷତାରେ ରବିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ଅଗଷ୍ଟ ୯ ତାରିଖ ଦିନ ବିଶ୍ଵ ଆଦିବାସୀ ଦିବସ ପାଳନ କରାଯିବ, କିପରି ବହୁ ଆଦିବାସୀ ଭଉଣୀ ଭାଇ ମାନେ ଯୋଗ ଦେବେ, ଡାବୁଗାଁ ଠାକୁରାଣୀ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ଏକ ବିରାଟ ରାଲିରେ ବାହାରି ଗ୍ରାମ ପରିକ୍ରମା କରି ୯ ଦଫା ଦାବି ସମ୍ମଳିତ ଏକ ଦାବିପତ୍ର ରାଷ୍ଟ୍ରପତି ଓ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରାଯିବ, ପରେ ଡାବୁଗାଁ ମିନି ଷ୍ଟାଡିୟମ ଠାରେ ସାଧାରଣ ସଭା କରାଯିବ ନେଇ ଆଲୋଚନା ହୋଇଥିଲା | ଏଥିର ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଡାବୁଗାଁ ପୂର୍ବତନ ବିଧାୟକ ଭୁଜବଳ ମାଝି, ନବରଙ୍ଗପୁର ପୂର୍ବତନ ବିଧାୟକ ସଦନ ନାୟକ, ରାଜ୍ୟସଭା ପୂର୍ବତନ ସାଂସଦ ଭଗବାନ ମାଝି, ଉମରକୋଟ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝି, ଉମରକୋଟ ମ୍ୟୁନିସପାଲଟି ଅଧ୍ୟକ୍ଷା ରାଧା ଭତ୍ରା, ଝରିଗାଁ ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମାଝି, ଡାବୁଗାଁ ଜିଲା ପରିଷଦ ସଭ୍ୟ ଧନସିଂ ଭତ୍ରା, ମୋହନସିଂ ଗଣ୍ଡ, ମୋହନ ନାୟକ, ଦୟାନିଧି ଭତ୍ରା, ସୁକୃ ଭତ୍ରା, ନରସିଂ ମାଝି, ବୁଦୁରୁ ଭତ୍ରା, ହିରେଣ୍ୟ ମାଝି ଓ ଜିଲା ର ସମସ୍ତ ଆଦିବାସୀ ସମାଜର ସଭାପତି ଓ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମିତ ମାର୍କେଟ କମ୍ପ୍ଲେକ୍ସ ର ନିଲାମ ପ୍ରକ୍ରିୟା କୁ ନେଇ ସାଧାରଣରେ ଅସନ୍ତୋଷ।

Sunil Chandra Nayak

“ବଡ’ପଣ୍ଡା-ବଡ’ଭକୁଆ”କମ୍ପାନୀର ନିଜସ୍ୱ କର୍ମଚାରୀ ଶୁଭଙ୍କର ବଦଳେ କମ୍ପାନୀ ପାଇଁ ଭୟଙ୍କର ସାଜିଛି

masiha

ପୁରୁଷ ହକି ବିଶ୍ଵ କପ୍ ଟ୍ରଫି-୨୦୨୩ କୁ ନବରଙ୍ଗପୁର ଜିଲ୍ଲାରେ ଭବ୍ୟ ସ୍ଵାଗତ

Sunil Chandra Nayak

Leave a Comment

error: Content is protected !!