ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବରିଷ୍ଟ ଓକିଲ ଜଗବନ୍ଧୁ ନାୟକ ଙ୍କ ପରଲୋକ

ଜୁନାଗଡ଼,୩୦/୭(ମ ନି ସ)ଜୁନାଗଡ ର ବରିଷ୍ଟ ଆଇନଜୀବୀ ଜଗବନ୍ଧୁ ନାୟକ ଙ୍କ ଭୁବନେଶ୍ବର ର ଏକ ଘରୋଇ ଡାକ୍ତର ଖାନା ରେ ପରଲୋକ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା। ତାଙ୍କ ର ମୃତ୍ୟୁ ଶଯ୍ୟା ରେ ପତ୍ନୀ ୪ ଝିଅ ଓ ଏକ ମାତ୍ର ପୁତ୍ର ଉପସ୍ଥିତ ରହିଥିଲେ lତାଙ୍କ ବିୟୋଗ ରେ ବିଭିନ୍ନ ମହଲ ରେ ଗଭୀର ଶୋକ ପ୍ରକାଶ ପାଇଚି l ସ୍ଵର୍ଗତ ନାୟକ ଜୁନାଗଡ ବ୍ଲକ ଅନ୍ତର୍ଗତ ଚlର ଭାଟି  ଗ୍ରାମ ରେ ଜନ୍ମ୍ ଗ୍ରହଣ କରିଥିଲେ l ଏହା ପରେ ଜୁନାଗଡ ସହର ରେ ଆଇନ ଜିବୀ ଭାବେ କାର୍ଯ୍ୟ କରି ବେଶ୍ ଲୋକ ପ୍ରିୟ ହୋଇପାରିଥିଲେ l ସେ ଦୀର୍ଘ ଦିନ ରୁ କିଡ଼ନୀ ଜନିତ ରୋଗ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ l କିଛି ଦିନ ତଳେ ତାଙ୍କ ଅବସ୍ତା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନା ରେ ଭର୍ତି କରାଯାଇଥିଲା l ହେଲେ ରବି ବାର ଭୋର୍ ରେ ତାଙ୍କ ଦେହାନ୍ତ ହୋଇଯାଇଥିଲା l ତାଙ୍କ ମର ଶରୀର କୁ ଆମ୍ବୁଲାନ୍ସ ଯୋଗେ ଜୁନାଗଡ କୁ ଅଣାଯାଇଥିଲା l ତାଙ୍କ ପାର୍ଥିବ ଶରୀର କୁ ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶେଷ ଦର୍ଶନ ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା l ଏହା ପରେ ସ୍ତାନୀୟ ହାତୀ ନଦୀ ଶ୍ମସାନରେ ତାଙ୍କ ଦାହ ସଂସ୍କାର କରାଯାଇଥିଲା l ତାଙ୍କ ଏକ ମାତ୍ର ପୁଅ ସିଦ୍ଧାନ୍ତ ନାୟକ ମୁଖାଗ୍ନି ଦେଇଥିଲେ l l ତାଙ୍କ ବିୟୋଗ ରେ ଜୁନାଗଡ ବିଧାୟକ୍ ଦିବ୍ୟ ଶଙ୍କର ମିଶ୍ର ,ଲାୟନ ମାଣିକ ଚାନ୍ଦ ଅଗ୍ରୱାଲ, ଏନ୍ ଏ ସି ଅଧ୍ୟକ୍ଷ ମୁକେଶ ଅଗ୍ରୱାଲ, ବେଦ ପ୍ରକାଶ ଗୋଏଲ୍, ଓକିଲ ସଂଘ ସଭାପତି ଅଶୋକ ପାତ୍ର, ସମ୍ପାଦକ ହିମାଂଶୁ ବରାଡ଼, ବରିଷ୍ଟ ଆଇନଜୀବୀ ମଦନ ସାହୁ,ବିଶ୍ଵନାଥ କର, ସୁରେଶ୍ ଚନ୍ଦ୍ର ପଣ୍ଡା, ଅଜିତ ସାହୁ, ପ୍ରମୋଦ ପୁଝାରୀ, ଦିପେନ୍ ସାହୁ ରମେଶ ନାୟକ ସାମ୍ବାଦିକ ସଂଘ ନରେନ୍ଦ୍ର କ୍ଷିତି, ସନ୍ତୋଷ ସିଂହଦେଓ, ରବି ସୁନାନୀ, ଆଦିତ୍ୟ ମହାନ୍ତି, ଦୁଷ୍ମନ୍ତ କୁମାର ପଣ୍ଡା, ଖଗେଶ୍ୱର ଧାଙ୍ଗଡାମାଝି, କୁମାର ମଣି ଦୂର୍ଗା, ବିଭୁ ପାଢି, ସୁନ୍ଦର୍ ମୋହନ ଛତ୍ରୀଆ, ରଜନୀ ମିଶ୍ର, ସାମାଜ ସେବି ଦୂର୍ଗା ପ୍ରସାଦ ନାୟକ, ଅଶୋକ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରି ସ୍ଵର୍ଗତ ଆତ୍ମାର ସଦ୍ ଗତି କାମନା କରିଛନ୍ତି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଜୀବନ ଯୁଦ୍ଧରେ ହାରିଗଲେ ଯୁବ ସାମ୍ବାଦିକ

Sunil Chandra Nayak

ନୂଆପଡ଼ା ଉପନିର୍ବାଚନ ପାଇଁ ନିଯୁକ୍ତ ତିନି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ସମସ୍ତ ବିଧାୟକ ପ୍ରାର୍ଥୀ ମାନଙ୍କ ସହିତ ବୈଠକ 

Sunil Chandra Nayak

ଶିଳ୍ପପତି ଇଂ. ରାଜେଶ ମହାକୁଡ଼ଙ୍କ ବନ୍ଧୁ ମିଳନ ପର୍ବ

masiha

Leave a Comment

error: Content is protected !!