ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଶ୍ରୀ ଦୂର୍ଗାପଞ୍ଚାୟତ କମିଟି ଓ ବାଙ୍କବିହାରୀ ମଦନମୋହନ ଜିୟୁ ସଙ୍କୀର୍ତ୍ତନ ମଣ୍ଡଳୀର ବନ୍ଧୁମିଳନ

କଟକ : ଶ୍ରୀ ଶ୍ରୀ ଦୂର୍ଗା ପଞ୍ଚାୟତ କମିଟି ଓ ବାଙ୍କବିହାରୀ ମଦନମୋହନ ଜିୟୁ ସଙ୍କୀର୍ତ୍ତନ ମଣ୍ଡଳୀର ମିଳିତ ଉଦ୍ୟମରେ ଏକ ବନ୍ଧୁ ମିଳନର ଆୟୋଜନ ଚୌଧୁରୀ ବଜାର ସଭାଗୃହରେ ହୋଇଯାଇଛି ।ଭକ୍ତ ବନ୍ଧୁ ମିଳନର ନିମନ୍ତେ ୭୨ ବିଭାଗର ସଙ୍କୀର୍ତ୍ତନ ମଣ୍ଡଳୀର ସମ୍ମାନନୀୟ ସର୍ବାଧିକାରୀ ଶ୍ରୀଯୁକ୍ତ ସମୀର ଦେ,୭୨ ଦିଗଭାଗର ସମସ୍ତ ସଭ୍ୟ ଓ ଆବାହକ ତଥା କଟକ ମହାନଗର ଶାନ୍ତି କମିଟିର ସଭାପତି ଦେବେନ୍ଦ୍ରନାଥ ସାହୁ ଓ ୨୫ ଦିଗଭାଇ ଓଡ଼ିଶୀ ସଙ୍କୀର୍ତ୍ତନ ମଣ୍ଡଳୀର ସର୍ବାଧିକାରୀ ସୁରେଶ ଚନ୍ଦ୍ର ସାହୁ, ସର୍ବମହନ୍ତ ରବୀନ୍ଦ୍ର କୁମାର ବସ୍ତିଆ, ସର୍ବ କଟୁଆଳ ରଶ୍ମି ରଂଜନ ବେଉରା ଓ ତତ୍ ସହିତ ୨୨,୨୯ ଓ ୧୬ ଦିଗଭାଗର ସମ୍ମାନନୀୟ ସର୍ବାଧିକାରୀ, କାର୍ଯ୍ୟକାରୀ ସର୍ବାଧିକାରୀ ଓ ମୁଖ୍ୟ ପରିଚାଳକ,୨୫ ଦିଗଭାଇ ଓଡ଼ିଶୀ ସଙ୍କୀର୍ତ୍ତନ ମଣ୍ଡଳୀର ସମସ୍ତ ସଭ୍ୟବୃନ୍ଦ, ଅଧିକାରୀ ବୃନ୍ଦ, ମହନ୍ତ ବୃନ୍ଦ ଓ କଟୁଆଳ ବୃନ୍ଦ ଏବଂ ସର୍ବୋପରି ନଦିଆ ସଙ୍କୀର୍ତ୍ତନ ମହାମଣ୍ଡଳର ସର୍ଵମହନ୍ତ ତଥା କଟକ ମହାନଗର ଶାନ୍ତିକମିଟିର ସାଧାରଣ ସମ୍ପାଦକ ଭିକାରୀ ଦାସ ମହୋଦୟ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଉକ୍ତ ସଭାକୁ ଦୂର୍ଗାପଞ୍ଚାୟତ କମିଟିର ସ୍ଥାୟୀ ସଭାପତି ଦେବାଶିଷ ରାୟ, ସଂପାଦକ ଶିବଦାସ ପୂର୍ଣ୍ଣ ଚନ୍ଦ୍ର ସିଂ, କୋଷାଧ୍ୟକ ସପନ କୁମାର ଗୁଇଁ ପରିଚାଳନା କରିଥିଲେ। ପୂଜା କମିଟିର କାର୍ଯ୍ୟକାରୀ ମୁଖ୍ୟ ଉପଦେଷ୍ଟା କୃଷ୍ଣ ଚଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଉକ୍ତ ନିମନ୍ତ୍ରଣ ରକ୍ଷାକରି ସମସ୍ତ ଅତିଥିବୃନ୍ଦ ବଂଧୁ ମିଳନରେ ଯୋଗଦାନ କରି ସମ୍ମାନୀତ ହୋଇଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ଧର୍ମଗଡ ଠାରେ ୧୧କୁଣ୍ଡିୟ ଗାୟତ୍ରୀ ମହା ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

masiha

ସଡ଼କ ଦୁର୍ଘଟଣା ରେ ଚାଲିଗଲା ଜୀବନ

masiha

ଧର୍ମଗଡ଼ରେ ଜିଲ୍ଲାପାଳଙ୍କ ଜନଶୁଣାଣୀ ଓ ସମାଧାନ ଶିବିର

masiha

Leave a Comment

error: Content is protected !!