ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୂଳରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରା ଅବସର ଗ୍ରହଣ କରି ଛନ୍ତି । ଏହି ଅବସରରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା କାର୍ଯ୍ୟାଳୟ ପରିସର ରେ ଅନୁଷ୍ଠିତ ହୋଇଯାଇଛି । ଏବିଇଓ ତଥା ବିଆରସିସି ସୁରେଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି ସଭା ରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦ୍ରଶେଖର ନାଏକ, ସେକ୍ସନ ଅଫିସର ବିହାରୀ ମହାନନ୍ଦ, ନୋଡାଲ ସି ଆର ସି ସି ସୁନାଧର ମାଝୀ, ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଦାସ, ଅବସର ପ୍ରାପ୍ତ ଶିକ୍ଷକ ଭିକାରୀ ଚରଣ ରାଉଳ, ବରିଷ୍ଠ କିରାଣୀ ସାନନ୍ଦ ମାଝୀ, ସି ଆର ସି ସି ବିଜନ କୁମାର ଯୋଶୀ, ସୁବାଷ ଚନ୍ଦ୍ର ବିଶ୍ୱାଳ,ରଶ୍ମି ରଞ୍ଜନ ସେଠି, ତପନ କୁମାର ବେହେରା, ତଥା କାର୍ଯ୍ୟାଳୟ ର କର୍ମକର୍ତ୍ତା ଆଶିଷ ମିଶ୍ର, ମଧୁସୂଦନ ରାଜପୁତ, ଅମୀୟ ସାହୁ, ହେମନ୍ତ ଲୋହାର, ତାପସ ସାହୁ, କର୍ତ୍ତବ୍ୟ ର ସୁଦର୍ଶନ ନାଏକ, ଶିକ୍ଷକ ରାମେଶ୍ୱର ନାଏକ, ନାଗେଶ୍ୱର ନାଏକ,ପ୍ରିୟବ୍ରତ ସାହୁ, ରୋଜାଲିନ ବସ୍ତିଆ, ସିରିମାସ୍କା ବିଦ୍ୟାଳୟ ର ଶିକ୍ଷକ ମାନେ ଉପସ୍ଥିତ ରହି ବିଦାୟୀ ଅଧିକାରୀ ଶ୍ରୀ ବେହେରା ଙ୍କୁ ସମ୍ବର୍ଦ୍ଧିତ କରି ଥିଲେ। ବିଇଓ ଶ୍ରୀ ବେହେରା ଥୁଆମୂଳ ରାମପୁର ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେ ରହି ଶିକ୍ଷା ବ୍ୟବସ୍ଥା ସଜାଡ଼ିବା ପାଇଁ ତାଙ୍କ ପଦକ୍ଷେପ ପ୍ରଶଂସନୀୟ ଥିଲା । ଥୁଆମୂଲ ରାମପୁର ବ୍ଲକରେ ତିନୋଟି ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ସହ ଓ ତାଙ୍କ କାର୍ଯ୍ୟକାଳ ସମୟରେ ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ କୁ ରାଜ୍ୟ ସରକାରଙ୍କ ୫ଟି ହାଇସ୍କୁଲ ରେ ରୂପାନ୍ତରଣ କରାଯାଇଛି। ତାଙ୍କରି ନେତୃତ୍ବରେ ବ୍ଲକର ପେରମୁଞ୍ଜି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ର ମନୋଜ ନାଏକ ରାଜ୍ୟ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରି ବ୍ଲକ ର ଗାରିମା ବୃଦ୍ଧି କରିଥିଲେ। ତାଙ୍କରି କାର୍ଯ୍ୟକାଳ ସମୟରେ ବ୍ଲକର ବିଏଲ୍ଓ ସଙ୍କୀର୍ତ୍ତନ ନାଏକ ଭୋଟର ତାଲିକା ସଂଶୋଧନ ପାଇଁ ରାଜ୍ୟପାଳ ଙ୍କ ଠାରୁ ପୁରସ୍କୃତ ହୋଇଥିଲେ। ତାଙ୍କରି ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟ ସିଆରସିସି ଯଦୁମଣି ନାଏକ ସ୍ୱାଗତ ସଂଗୀତ ଗାନ କରିଥିଲେ, ଥୁଆମୂଳ ରାମପୁର ଶିକ୍ଷକ ସଂଘ ସଭାପତି ଅଜିତ କୁମାର ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଏବଂ ନୋଡାଲ ସିଆରସିସି ସୁନାଧର ମାଝୀ ଧନ୍ୟବାଦ ଦେଇଥିଲେ l

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

କଳାହାଣ୍ଡି ରେ 5G !  ପେରମଞ୍ଜି, ରାଣୀଡୁମେର, ସିରମସ୍କା,ଓ ଗୋପାଳପୁର ଠାରେ 5G ଟାଓ୍ବାର ଉଦଘାଟନ

Sunil Chandra Nayak

କଳାହାଣ୍ଡି ମହାରାଜାଙ୍କ ଦ୍ଵାରା ଜୁନାଗଡ଼ ମହୋତ୍ସବ ଉଦଘାଟିତ

masiha

ଡ଼.ଶିବରାମ ନାୟକ ପାଇଲେ  ଓଡିଶା ପ୍ରତିଭା ସମ୍ମାନ 2023

Sunil Chandra Nayak

Leave a Comment

error: Content is protected !!