ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ପ୍ରଶାସନିକ ସେବା ଓଏଏସ ପରୀକ୍ଷାରେ ଜୟପାଟଣା ସହରର ସୁମିତ କୁମାର ଅଗ୍ରୱାଲ ଓ ଓପିଏସ୍ ସି ପରୀକ୍ଷାରେ ସଫଳତା ରଚିଲେ ସନାତନ ମାଝୀ

ପ୍ରକାଶ ପାଇଥିବା ଓଡ଼ିଶା ପ୍ରଶାସନିକ ସେବାର ପରୀକ୍ଷାଫଳରେ କଳାହାଣ୍ଡି ଜିଲ୍ଲାର ୪ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ତେବେ ଜିଲ୍ଲାରୁ ଏଥର ୪ ଜଣ ଓଡ଼ିଶା ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତା ହାସଲ କରିଥିବାବେଳେ ସବୁଠୁ ଚର୍ଚ୍ଚାରେ ରହିଛନ୍ତି ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ଦୁର୍ଗମ ତେନ୍ତୁଳିପୁଙ୍ଗା ଗାଁର ସନାତନ ମାଝୀ । ସେ ୩୭୯ ରେଙ୍କ ହାସଲ କରିଛନ୍ତି । ତେନ୍ତୁଳିପୁଙ୍ଗା ଗାଁର ଏକ ଆଦିବାସୀ ପରିବାରରେ ବାପା କୁଜା ମାଝୀ ଓ ମାଆ କମଲୀ ମାଝୀଙ୍କ ଔରସରୁ ଜନ୍ମିତ ସନାତନ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରତିଷ୍ଠିତ କିସ୍ ବିଶ୍ବବିଦ୍ୟାଳୟରେ ପାଠ ପଢ଼ୁଥିଲେ ! ସେ ନିଜର ଏଇ ସଫଳତା ପାଇଁ ବାପ-ମାଆ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଶ୍ରେୟ ଦେଇଛନ୍ତି ! ବର୍ତ୍ତମାନ ସେ ଗୋଲାମୁଣ୍ଡା ବ୍ଲକରେ ରାଜସ୍ବ ନିରୀକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି ।

ସେହିପରି ଜୟପାଟଣା ରୁ ସୁମିତ୍ ଅଗ୍ରୱାଲ ଓଡ଼ିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ହୋଇଛନ୍ତି।

କଳାହାଣ୍ଡି ଜିଲ୍ଲା ଜୟପାଟଣା ସହରର ସୁମିତ କୁମାର ଅଗ୍ରୱାଲ ଓଡ଼ିଶା ପ୍ରଶାସନିକ ସେବା ଓଏଏସ ପରୀକ୍ଷାରେ ୩୩ନମ୍ୱର୍ ସ୍ଥାନ ରଖି ସଫଳତା ହାସଲ କରିଛନ୍ତି। ଜୟପାଟଣା ସହର ର ମୁରାରୀ ପ୍ରସାଦ ଅଗ୍ରୱାଲ ଓ ମାତା ଅନିତା ଅଗ୍ରୱାଲ ଙ୍କ ସୁପୁତ୍ର ସୁମିତ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଜୟପାଟଣା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ରେ ଅଧ୍ୟୟନ କଲାପରେ ବ୍ରହ୍ମପୁର ସ୍ଥିତ ନୀଳକଣ୍ଠ ନଗର ସରସ୍ଵତୀ ବିଦ୍ୟାମନ୍ଦିର ରେ ଦ୍ଵାଦଶ ପାସ କରି କରି ପାରି ପାଟଣା ଆଇଆଇଟି ରେ ଉଚ୍ଚ ଶିକ୍ଷା ପ୍ରାପ୍ତ କରିଥିଲେ| ଛୋଟ ବେଳରୁ ସୁମିତ ଜଣେ ମେଧାବୀ ଛାତ୍ର ଭାବରେ ପରିଚୟ ରଖିଥିବା ସୁମିତ ତାଙ୍କର ସଫଳତା ପଛରେ ଗୁରୁଜୀ, ତାଙ୍କର ପିତା ମୁରାରୀ ପ୍ରସାଦ ଓ ମାତା ଅନିତା ଓ ସମସ୍ତ ପରିବାର ଲୋକଙ୍କ ସଦିଚ୍ଛା ଓ ନିଜସ୍ବ ପ୍ରଚେଷ୍ଟା ହିଁ ସଫଳତାର କାରଣ ବୋଲି କହିଛନ୍ତି|ସଫଳତା ର ଖବର ଆସିବା ପରେ ଅଞ୍ଚଳରେ ଖୁସିର ଲହର ଖେଳି ଯାଇଥିବା ବେଳେ ପରିବାର ଲୋକଙ୍କ ପାଖକୁ ଅନେକ ଶୁଭେଚ୍ଛା ବାର୍ତ୍ତା ଆସୁଥିବା ଜଣା ପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ପାଠାଗାର ତଥା ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ବ୍ୟବହାରିକ ସଚେତନତା କାର୍ଯ୍ୟକ୍ରମ-୨୦୨୫ ପାଳିତ

Sunil Chandra Nayak

୧- ବନ୍ଧୁଗାଁ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ , ୨- ବାଇକ ରେ ଲାଗିଲା ନିଆଁ, ଅଳ୍ପକେ ବଞ୍ଚି ଗଲେ ଦୁଇ ଜଣ ବାଇକ ଆରୋହି 

masiha

ଗଣ୍ଡିଦା ରାମକୃଷ୍ଣ ସେବାଶ୍ରମରେ ଆଲୋଚନା ଚକ୍ର

Leave a Comment

error: Content is protected !!