ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚାଷଜମିରୁ ଚାଷିର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

କୋକସରା,୩୧/୦୭ // କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ କନ୍ଦାବୁଟୁରା ପଞ୍ଚାୟତ ତୁନଗାଁର ଚାଷି ରାଜିନ ଶବର(୪୦) ଙ୍କ ମୃତଦେହ ନିଜ ଚାଷ ଜମିରୁ ଉଦ୍ଧାର ହୋଇଛି। ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୂଚନା ମତେ ସୋମବାର ତୁନଗାଁର ଚାଷି ରାଜିନ ଶବର ନିଜ ଚାଷଜମିକୁ ଆଜି ସକାଳ ୧୦ ଟା ସମୟରେ ଯାଇଥିବା ବେଳେ ଅପରାହ୍ନରେ ଲୋକେ ରାଜିନ ଶବର ବିଲରେ ମୁହଁମାଡି ପଡିଥିବା ଦେଖିବାକୁ ପାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିବା ଜାଣି ଘଟଣା ସମ୍ପର୍କରେ ପରିବାରକୁ ଖବର ଦେବାପରେ ପରିବାର ଲୋକେ ଆସି ଏ ନେଇ କୋକସରା ପୋଲିସକୁ ଖବର ଦେଇଥିଲେ।ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ଶବ ବାହକ ଗାଡି ଯୋଗେ କୋକସରା ଡାକ୍ତରଖାନାରେ ଆଣି ଶବ ବ୍ୟବଚ୍ଛେଦ ପାଇଁ ରଖାଯାଇଛି। ସନ୍ଧ୍ୟା ହେବାରୁ ଆସନ୍ତା କାଲି ବ୍ୟବଚ୍ଛେଦ କରାଯିବା ନେଇ ସୂଚନା ମିଳିଛି। ତେବେ କେଉଁ ପରିସ୍ଥିତିରେ ଚାଷିଙ୍କ ମୃତ୍ୟୁ ହୋଇଛି ତାହା କାରଣ ଅସ୍ପଷ୍ଟ ରହିଛି ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଳି ପୋଲିସ ପକ୍ଷରୁ ସୂଚନା ମିଳିଛି। କୋକସରା ଥାନା କେଶ ନମ୍ବର ୧୬/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଛି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଗୁଳିମାଡ଼ ଘଟଣା… ଜଗବନ୍ଧୁ ମାଝୀ ଙ୍କ ଠାରୁ ନବ ଦାସ ପର୍ଯ୍ୟନ୍ତ..

Sunil Chandra Nayak

କନ୍ଦାବୁଟୁରା କେନାଲରୁ ବିଳମ୍ବିତ ରାତିରେ ସନ୍ଦିଗ୍ଧ ଅବସ୍ଥାରେ ବାଇକ ଉଦ୍ଧାର, ପୁଲିସର ତଦନ୍ତ ଜାରି

Sunil Chandra Nayak

ଫିରିଙ୍ଗିଆ ବ୍ଲକର ବିଭିନ୍ନ ସ୍କୁଲରେ ଚୋରି ହୋଇଥିବା ଘଟଣାର ପର୍ଦାଫାଶ:୭ ଜଣ ନାବାଳକ ଅଟକ 

Leave a Comment

error: Content is protected !!