ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭିନ୍ନକ୍ଷମ ଯୁବତୀଙ୍କୁ ଧର୍ଷଣ ନେଇ ଥାନା ରେ ମାମଲା 

ଭିନ୍ନକ୍ଷମ ଯୁବତୀଙ୍କୁ ଧର୍ଷଣ ନେଇ ଥାନା ରେ ମାମଲା 

ଡାବୁଗାଁ, ୩୦/୩ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀ ଙ୍କୁ ଧର୍ଷଣ ହୋଇଥିବା ନେଇ ଶନିବାର ରାତିରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଞ୍ଚଳର ଏକ ଗ୍ରାମର ୩୧ ବର୍ଷୀୟ ଜଣେ ଭିନ୍ନକ୍ଷମ ଯୁବତୀ ଙ୍କୁ ଅନ୍ୟ ଏକ ଗ୍ରାମର ଜଣେ ୪୫ ବର୍ଷୀୟ ବିବାହିତ ଯୁବକ ଚଳିତ ମାସ ୨୭ ତାରିଖ ଦିନ ରାତ୍ର ପ୍ରାୟ ୯ ଘ. ସମୟ ହେବ ଏକ ବୋଲେରୋ ଗାଡିରେ ଯାଇ ଭିନ୍ନକ୍ଷମ ଯୁବତୀ ଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲା | ଗ୍ରାମରୁ କିଛି ଦୂର ରେ ଏକ ନିର୍ଜନ ସ୍ଥାନରେ ଥିବା ଏକ କୁଡିଆ ମଧ୍ୟକୁ ନେଇ ସେଠାରେ ରାତି ସାରା ଧର୍ଷଣ କରିବା ସହ ମାଡ ମାରିଥିଲା | ରାତ୍ର ପ୍ରାୟ ୪ ଘ. ସମୟ ହେବ ଯୁବକ ଜଣଙ୍କ ଯୁବତୀ ଙ୍କ ପାଖରେ ଥିବା ୫ ହଜାର ଟଙ୍କା ଛଡାଇ ନେଇଥିଲା ଓ ଏକଥା କାହାକୁ କହିଲେ ଜୀବନରେ ମାରିଦେବୀ ବୋଲି ଧମକ ଦେଇ ଯୁବତୀ ଙ୍କୁ ଏକୁଟିଆ ଛାଡି ସେଠାରୁ ଚାଲିଯାଇଥିଲା | ୨୮ ତାରିଖ ଦିନ ସକାଳୁ ଘଟଣାସ୍ଥଳର ନିକଟବର୍ତ୍ତୀ ଗ୍ରାମର ଜଣେ ପୁରୁଷ ବ୍ୟକ୍ତି ଭିନ୍ନକ୍ଷମ ଯୁବତୀଙ୍କୁ ସେହି ସ୍ଥାରେ ଏକୁଟିଆ ଦେଖି ଯୁବତୀର ମାମୁଁ ଙ୍କୁ ଖବର ଦେଇଥିଲା | ଖବର ପାଇ ଯୁବତୀ ର ମାମୁଁ ଆସି ତାଙ୍କୁ ଉଦ୍ଧାର କରି ନିଜ ଘରକୁ ନେଇଯାଇଥିଲେ | ୨୯ ତାରିଖ ଦିନ ଯୁବତୀ ଜଣଙ୍କ ନିଜ ଘରକୁ ଆସି ନିଜ ମା ଙ୍କୁ ଈଙ୍ଗିତ ମାଧ୍ୟମରେ ସମସ୍ତ ଘଟଣା ବିଷୟରେ ଜଣାଇଥିଲା | ଶନିବାର ରାତିରେ ପୀଡ଼ିତା ଙ୍କ ମା ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୬୦/୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି | ରବିବାର ପୀଡିତାଙ୍କୁ ଡାକ୍ତରୀ ମଇନା କରାଯାଇଛି | ନବରଙ୍ଗପୁର ପୋଲିସ ମୁଖ୍ୟାଳୟ ଆଇୟୁସିଏଡବ୍ଲ୍ୟୁ ଇନିସ୍ପେକ୍ଟର ସୀମା ସଙ୍ଗୀତା ଲୁଗୁନ ଘଟଣା ର ତଦନ୍ତ କରୁଛନ୍ତି ବୋଲି ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମହିଳାଙ୍କ ଆତ୍ମହତ୍ୟା !  ମୃତା ମହିଳା ଙ୍କ ଭାଇ ଆଣିଲେ ହତ୍ଯା ଅଭିଯୋଗ

masiha

ଖଡ଼ିଆଳ ବନଖଣ୍ଡ କାର୍ଯ୍ୟାଳୟ କନିଷ୍ଠ ଏକାଉଣ୍ଟଟେଣ୍ଡ ସଞ୍ଜୟ କୁମାର ବାଗ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଗିରଫ 

ଲାଠୋର ବନ ବିଭାଗ ଦ୍ଵାରା ୪୦ କ୍ଵିଣ୍ଟାଲ ଖଇର ଗଣ୍ଡି ଜବତ 

masiha

Leave a Comment

error: Content is protected !!