ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୂର୍ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ 

ନବରଙ୍ଗପୂର୍ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ 

ନବରଙ୍ଗପୁର:(ତା ୨୯.୦୩.୨୦୨୫)(ରବି ନାରାୟଣ ମହାନ୍ତି) ଆଜି ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା ସହ ସ୍ମୃତି ସଭା,ପୁରସ୍କାର ବିତରଣ ଉତ୍ସବରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ସ୍ମୃତିଚାରଣ ପୂର୍ବକ ପାଳିତ ହୋଇଯାଇଛି। ସକାଳ ୯.୦୦ ଘ ସମୟରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟଳୟ ଦ୍ୱାରା ଆୟୋଜିତ ତିରୋଧାନ ଦିବସ ପାଳନ ସଭାରେ ସାହିତ୍ୟିକ ବିଜୟ ଚୌଧୁରୀ, ମୁଖ୍ୟ ବକ୍ତା ଡ ବିଜୟ ମିଶ୍ର,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ସହକାରୀ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମ୍ ଲାଲ୍ ନାୟକ, ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା,ଜିଲ୍ଲା ସଂସ୍କୃତି ଅଧିକାରୀ ଘାଷିଆ ହରିଜନ,ନବରଙ୍ଗପୁର ମହାବିଦ୍ୟାଳୟ ଉପାଧ୍ୟକ୍ଷ ସଂଗୀତା ତ୍ରିପାଠୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଦ୍ରପୌଦୀ କହଁର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ସହ ପୂଜ୍ୟପୂଜା କରିଥିଲେ। ମାଲ୍ୟାର୍ପଣ କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ର ଛାତ୍ରୀ, ଶିକ୍ଷକ, ଶିକ୍ଷୟତ୍ରୀ, ସହର ର ବୁଦ୍ଧିଜୀବୀ,ଗଣ ମାଧ୍ୟମ ପ୍ରତିନିଧି ଯୋଗ ଦେଇ ମହାନ୍ ବିପ୍ଳବୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ପ୍ରାରମ୍ଭ ରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସହିଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ ଓ ସଂଗ୍ରାମ ଉପରେ ସମ୍ୟକ୍ ସୁଚନା ଦେଇ ସମସ୍ତଙ୍କୁ ସ୍ଵାଗତ କରିଥିଲେ ଓ ସଭା ପରିଚାଳନା କରିଥିଲେ। ସ୍ମୃତିସଭାରେ ସହିଦ ଲକ୍ଷ୍ମଣ ନାୟକ ବିଦ୍ୟାପୀଠ ସହ ବିଭିନ୍ନ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ସହ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।ଅତିଥି ଗଣ ନିଜ ବକ୍ତବ୍ୟରେ ସହିଦ ଲକ୍ଷ୍ମଣ ନାୟକଙ୍କ ଜୀବନୀ,ସ୍ଵାଧୀନତାସଂଗ୍ରାମରେ ନେତୃତ୍ୱ,ସାହସିକତା, ସାମାଜିକ ନ୍ୟାୟ ,ଜାତିପ୍ରିତି ,ଦେଶପ୍ରେମକୁ ବର୍ଣ୍ଣନା କରିବା ସଙ୍ଗେ ସଙ୍ଗେ ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ଆହ୍ବାନ କରିଥିଲେ। ସହିଦ ଲକ୍ଷଣ ନାୟକଙ୍କ ଜୀବନୀ ସଂପର୍କିତ ଉଚ୍ଚ ପ୍ରାଥମିକ ସ୍ତରରେ ଅନୁଷ୍ଠିତ ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ଗଣ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ।ତିରୋଧାନ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ ଦିଲ୍ଲୀପ କୁମାର ମଲ୍ଲିକ,ବନମାଳୀ ଗୋଛି, ନୀଳକଣ୍ଠ ନାୟକ, ବିଘ୍ନରାଜ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ପାଇଁ ନିମନ୍ତ୍ରଣ ପତ୍ର ନେଇ ପୁରୀ ସେବାୟତ କଳାହାଣ୍ଡିରେ

masiha

ଗିତୀ କବି ହରେନ୍ଦ୍ର ନାରାୟଣ ଦାସଙ୍କ ଭକ୍ତି ଗୀତିକା ସଂକଳନ ର ଶୁଭ ଉନ୍ମୋଚନ

Sunil Chandra Nayak

ତିରିଂ ଥାନା ! ବାଇକ କାର୍ ଧକ୍କା, ଜଣେ ମୃତ ଦୁଇ ଅତି ଗୁରୁତର 

masiha

Leave a Comment

error: Content is protected !!