ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଦୁଲୁକିବନ୍ଧ ଠାରେ ଏକ ବଡ଼ ଧରଣର ସଶସ୍ତ୍ର ଡକାୟତି

ଗୃହ ମାଲିକଙ୍କୁ ଠାକୁର ଘରେ ବନ୍ଦ କରି ଦେଇ ଆଲମିରା ଭାଙ୍ଗି ସାତ ଲକ୍ଷ ୩୫ ହଜାର ଟଙ୍କା, ୪ ଭରି ସୁନା ଓ ୨କେଜି ରୁପା ଲୁଟି ନେଇ ଡକାୟତ ଫେରାର..

କଲମପୁର ଥାନା ବଡକୁଟ୍ରୁ ଫାଣ୍ଡି ଅନ୍ତର୍ଗତ ଦୁଲୁକିବନ୍ଧ ଗ୍ରାମରେ ଜୈନିକ ବ୍ୟକ୍ତି ରାକେଶ ସରାଫ ଙ୍କ ଘରେ ଏକ ସଶସ୍ତ୍ର ଡକାୟତ ଦଳ ପଶି ଲକ୍ଷାଧିକ ନଗଦ ଟଙ୍କା ଓ ସୁନା ରୂପା ଗହଣା ଲୁଟି ନେଇଥିବାର ଖବର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତ କାଲି ବିଳମ୍ବିତ ରାତିରେ ଗୃହକର୍ତ୍ତା ରାଜେଶ ସରାଫ ଏକୁଟିଆ ଗୋଟିଏ କୋଠରୀରେ ଶୋଇଥିବା ସମୟରେ ୬ରୁ ୭ଜଣ ଡକାୟତ ବାଡ ଡେଇଁ ଘରେ ପଶିଥିଲେ ଓ ଘର ମାଲିକ ଙ୍କୁ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଠାକୁର ଘରେ ତାଙ୍କୁ ବନ୍ଦ କରି ଦେଇ ଆଲମିରା ଭାଙ୍ଗି ସାତ ଲକ୍ଷ ୩୫ ହଜାର ଟଙ୍କା, ୪ ଭରି ସୁନା ଓ ୨କେଜି ରୁପା ଲୁଟି ନେଇ ଫେରାର ହୋଇ ଯାଇଥିଲେ। ଏହି ସମୟରେ ଅନ୍ୟ କୋଠରୀରେ ପରିବାର ର ଅନ୍ୟାନ୍ୟ ସଦସ୍ୟ ଶୋଇ ଥିଲେ ହେଁ, ସେମାନେ ଘଟଣା ସମ୍ପର୍କରେ ଜାଣି ପାରି ନଥିଲେ। ଖବର ପାଇ ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର,ଜୟପାଟଣା ଥାନା ଅଧିକାରୀ ମମତା ପାଣିଗ୍ରାହୀ, କଲମପୁର ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ଵାଳ ଓ ବଡ କୁଟ୍ରୁ ଫାଣ୍ଡି ଅଧିକାରୀ ଏସ, ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଏନେଇ ବଡ କୁଟ୍ରୁ ଫାଣ୍ଡିରେ ଏକ ମାମଲା ରୁଜ୍ଜୁ ହୋଇଛି ଓ କଲମପୁର ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ଵାଳ ଏହି କେସ ର ତଦନ୍ତ ଭାର ନେଇଛନ୍ତି। ଖୁବ ଶୀଘ୍ର ଡକାୟତ ମାନଙ୍କୁ ଧରାଯିବ ବୋଲି ଉପଖଣ୍ଡ ପୋଲିସ ଅଧିକାରୀ ଧିରଜ ଚୋପଦାର ପ୍ରକାଶ କରିଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରାଇରଙ୍ଗପୁର ହରେକୃଷ୍ଣ ମହତାବ ଭବନ ସମ୍ମୁଖସ୍ଥ ଠିପି ଖୋଲା ବିଦେଶୀ ମଦ ଦୋକାନ ଚୋରୀ ଉଦ୍ୟମ

masiha

ଗୁଣି ଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଘଟଣା  ଅଭିଯୁକ୍ତଙ୍କ ଦ୍ୱାରା ସିନ ରିକ୍ରିଏସନ କରେଇଲା ପୁଲିସ  ଦୁଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ 

Sunil Chandra Nayak

ନଦୀରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର

masiha

Leave a Comment

error: Content is protected !!