ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଫସଲି ଝିଅ ସ୍ଵାଗତିକାର ଓଡିଶା ପ୍ରାଶାସନିକ ସେବା ପରିକ୍ଷା-୨୦୨୩ କୃତିତ୍ଵ ଯୋଗୁଁ ଜଗତସିଂହପୁର ଜିଲ୍ଲା ସହ ନବରଙ୍ଗପୁର ଜିଲ୍ଲା ଗର୍ବିତ

ନବରଙ୍ଗପୁର–( ମ ନି ସ)ଓଡିଶା ରାଜ୍ୟ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ କୋରିଆ ଗ୍ରାମର ଅମୀୟ ମହାନ୍ତି ଙ୍କ ଜନ୍ମ ଥିଲା ଏଇ ମଫସଲ ଅଞ୍ଚଳରେ l ସେ ବିବାହ କରିଥିଲେ ଯଦିଓ ଗାଁ ପାଖରେ,ତାଙ୍କ ଶଶୁର ଘର ପରିବାର ରହୁଥିଲେ ନବରଙ୍ଗପୁର ଜିଲ୍ଲା କରଚାମାଲ ରେ l ବାପା ଅମୀୟ ଓ ମା ମମତା ରୋହିଆଉଚ୍ଚ ବିଦ୍ୟାଳୟ ରେ ଅଧ୍ୟୟନ କରିଥିଲେହେଁ,ବିଧିର ବିଧାନ କେ କରିବ ଆନ l ବର୍ଡର ସିକ୍ୟୁରିଟି ଗାର୍ଡରେ ଚାକିରୀ କରିଥିଲେ ଅମୀୟ l ଗୋଟିଏ ପୁଅ ଗୋଟିଏ ଝିଅ କୁ ନେଇଥିଲା ତାଙ୍କ ପରିବାର l ମା ମମତା ଶିକ୍ଷକତା କରି ପାପାଡାହାଣ୍ଡି ନିଜ ଘରେ ରହି ଚଳାଉଥିଲେ ପରିବାର l ଦୁଃଖର ଦୁର୍ଦ୍ଦିନ ଏ ପରିବାର ଉପରେ ଦାଉ ସାଧିଲା ସେନା ଙ୍କ ଗୁଳିରେ ଅମୀୟ ହେଲେ ସହିଦ,ତଥାପି ପରିବାର କୁ ଦୁଃଖ ଉପରେ ଆହୁରି ଦୁଃଖ ଲଦି ଦେଲା ବିଧାତା lପାଠ ପଢିବାକୁ ଯାଇ ଏକ ମାତ୍ର ପୁତ୍ର ବଣଭୋଜି କରିବାକୁ ଯାଇ ସମୁଦ୍ରରେ ସାଙ୍ଗ ମାନଙ୍କ ସହ ସ୍ନାନ କରିବା ସମୟରେ ମୃତ୍ୟୁ ବରଣ କରିଥିଲେ l ପରିବାରରେ ଦୁଃଖର ବନ୍ୟା ଲାଗିରହିଥିବା ବେଳେ କେତେ ଦୁଃଖ ସହ୍ୟ କରି ସୁଯୋଗ୍ୟା ଝିଅ ସୁଶ୍ରୀ ସ୍ଵାଗତିକା ଓଡିଶା ପ୍ରଶାସନିକ ସେବା ପରିକ୍ଷା-୨୦୨୩ ରେ ୧୮୭ ସ୍ଥାନରେ ରହି ସଫଳ ହୋଇଥିବାରୁ ତାଙ୍କୁ ଅଜସ୍ର ଶୁଭେଚ୍ଛା ଓ ଆନ୍ତରିକ ଅଭିନନ୍ଦନ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ପ୍ରଶାସନିକ ସେବା କ୍ଷେତ୍ରରେ ତାଙ୍କର ଦକ୍ଷତା ବିକାଶ ଘଟାଇବା ସହିତ ମାଟି ପାଇଁ ଗୌରବ ଅର୍ଜନ କରିବାରେ ସହାୟକ ହୁଅନ୍ତୁ। ଝିଅ ସୁଶ୍ରୀ ସ୍ଵାଗତିକା କୋରଣିଆ ଗାଁ, ନାଉଗାଁ ବ୍ଳକ, ଜଗତ୍ସିଂହପୁର ଜିଲ୍ଲା, ପାପଡାହାଣ୍ଡି ବ୍ଳକ ଓ ନବରଙ୍ଗପୁର ଜିଲ୍ଲା ପାଇଁ ଗର୍ବ ଓ ଗର୍ବିତ l ଝିଅର ବଡ ବାପା ସାମ୍ବାଦିକ ରବି ନାରାୟଣ ମହାନ୍ତି ମଧ୍ୟ ଝିଅର ସୁଦୀର୍ଘ ଜୀବନ, ଉଜ୍ୱଳମୟ ଭବିଷ୍ୟତ ପାଇଁ ଜଗତରନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ଜଣାଏ l

ନବରଙ୍ଗପୁର ଜିଲ୍ଲା ରୁ ରବିନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଆନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବରେ ଭାଗ ନେବେ ଶିଳ୍ପୀ ଓମ ପ୍ରକାଶ ସାହୁ

Sunil Chandra Nayak

ଶେଷ ହେଲା ଖଡ଼ିଆଲ ମହୋତ୍ସବ

Sunil Chandra Nayak

କମେବିଟ ଜଙ୍ଗଲର ନିଆଁକୁ ଆୟତ୍ତ କଲେ ବନ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!