ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ କାର୍ଯ୍ୟାଳୟ , ସ୍ୱାସ୍ଥ୍ୟକେନ୍ଦ୍ର ତଥା ପର୍ଯ୍ୟଟନ ସ୍ଥଳି ଯିବା ରାସ୍ତା ବେହାଲ କିନ୍ତୁ ପ୍ରଶାସନ ଚୁପ 

ତେନ୍ତୁଳିଖୁଣ୍ଟି ୦୧/୦୮/୨୩ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ମୁଖ୍ୟ କାର୍ଯ୍ୟାଳୟ କୁ ଯିବାକୁ ହେଲେ କୁର୍ମାକୋଟ ଛକରୁ ଅଧକିଲୋ ମିଟର ଯିବାକୁ ପଡେ। ସେହିଭଳି ମଙ୍ଗର ଦୋରା ଜଳପ୍ରପାତ ,ଘୁମର ଡକରି ଦୋରା ଆଦି ପର୍ଯ୍ୟଟନ ସ୍ଥଳଜୁ ଯିବାକୁ ମଧ୍ୟ କୁର୍ମାକୋଟ ଛକ ରୁ ଦଶ ରୁ ବାର କିଲୋମିଟର ଯିବାକୁ ପଡେ। କୁର୍ମାକୋଟ ଛକ ରୁ ତେନ୍ତୁଳିଖୁଣ୍ଟି ଗ୍ରାମ ଆଡ଼କୁ ଯାଇଥିବା ଦୁଇ କିଲୋ ମିଟର ରାସ୍ତା ଦେଇ ହିଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ,ତହସିଲ କାର୍ଯ୍ୟାଳୟ ,ଥାନା ଫରେଷ୍ଟ ର କାର୍ଯ୍ୟାଳୟ ,ଗ୍ୟାସ ଗୋଦାମ ଓ ଅଫିସ ରହିଛି । ରାସ୍ତାର ଅବସ୍ଥା ଏତେ ଶୋଚନୀୟ ଯେ ପଥଚାରୀ ହିଁ ଅନୁଭବ କରିପାରିବ। ଏହି ରାସ୍ତା ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ହୋଇ ମଧ୍ୟ ରାସ୍ତା ର ଦୁରାବସ୍ଥା କାହିଁକି ଦୂର ହୋଇପାରିନି ପ୍ରଶ୍ନବାଚୀ ହୋଇ ଛିଡା ହୋଇଛି। ଏହି ସମସ୍ୟା ଆଜି କାଲି ବର୍ଷା ହେଲା ବୋଲି ସୃଷ୍ଟି ହୋଇଛି ତାହା ନୁହେଁ, ଗତ ଦୁଇ ବର୍ଷ ହେଲାଣି ରାସ୍ତା ର ଦୁଇ ପାର୍ଶ୍ଵ ରେ ପାଇପ ଲାଇନ ତଥା ଫାଇବର କେବୁଲ ବିଛାଇବା ନାମରେ ଖୋଳା ଯାଇ ଉପରଠାଉରିଆ ମାଟି ପୋତି ଛାଡି ଦେଇଥିବାରୁ ରାସ୍ତା ବେହାଲ ହୋଇଛି। ଖରାଦିନେ ଧୂଳି ଉଡି ଶରୀର କୁ ଧୂଳିମୟ କରୁଛି ,ଏବେ ବର୍ଷାରେ ଶରୀର ହେଉଛି କର୍ଦ୍ ମାକ୍ତ ହେଉଛି। ଜନ ଅସନ୍ତୋଷ ରହୁଛି କିନ୍ତୁ ଜନ ଅସନ୍ତୋଷ ଆଗରେ ପାଇପ ବିଛାଇବା ଠିକାଦାର ଓ କେବୁଲ ବିଛାଇବା ଠିକାଦାର ଙ୍କପ୍ରତି ପ୍ରୀତି ଅଧିକ ଭଳି ସନ୍ଦେହ ହେଉଛି। ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନା ନିଆଯାଉଛି ନା ତାଗିଦ କରି ରାସ୍ତା ପାର୍ଶ୍ଵ ମାଟି ଖୋଳା ଯାଇଥିବା ସ୍ଥାନରେ ପାଣି ପକାଇ ଓ ମୋରମ ପକାଇ ଭାଇବ୍ରେଟର ରୋଲର ରେ ସମତୁଲ କରି କଂକ୍ରିଟ ବା ପିଚୁ କରିବା ନିର୍ଦେଶ ଦିଆଯାଉଛି।    

 ଏହି ରାସ୍ତା ଛ ବର୍ଷ ତଳେ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମିତ ହୋଇଥିବା ବେଳେ ରାସ୍ତା ର ମଧ୍ୟବର୍ତ୍ତୀ ଭାଗ ରେ ସେମିତି କିଛି କ୍ଷତି ହୋଇନି ,କ୍ଷତି ରାସ୍ତାର ଉଭୟ ପାର୍ଶ୍ଵରେ ହୋଇଛି। ଏହା ବ୍ଲକ କାର୍ଯ୍ୟାଳୟ କୁ ଯିବା ମୁଖ୍ୟରାସ୍ତା ହୋଇଥିଲେ ମଧ୍ୟ ସେତେବେଳେ ରାସ୍ତା ଓସାରିଆ କରାଯାଇ ନଥିଲା , 3.75 ଫୁଟ ଅଣଓସାରିଆ ରାସ୍ତା ହୋଇଥିବାରୁ ଗୋଟିଏ ଚାରି ଚକିଆ କି ଷୋହଳ ଚକିଆ ଚାଉଳ କିମ୍ବା ଗ୍ୟାସ ବୋଝେଇ ଟ୍ରକ ଗଲେ ଆଉ ଏକ କାର କି ବୋଲେରୋ ଯିବା କଷ୍ଟ କର ହେଉଛି। ବର୍ତ୍ତମାନ ଉଭୟ ପାର୍ଶ୍ଵ ର କର୍ଦ୍ଧ ମାକ୍ତ ସ୍ଥିତିରେ ଅବସ୍ଥା କଣ ହେଉଥିବ ଅନୁମେୟ। କୌଣସି ଜରୁରୀ ରୋଗୀ କୁ ଧରି ଆମ୍ବୁଲାନ୍ସ ଏହିରାସ୍ତାରେ ଯିବା ବେଳେ ଆଗରୁ ଯଦି ଚାରିଚାକିଆ ଗାଡି ଥିଲେ ସ୍ଥିତି ଅବର୍ଣ୍ଣନୀୟ। ରାସ୍ତା ର ସ୍ଥିତି ସମ୍ପର୍କରେ ଅନଭିଜ୍ଞ ବାଇକ ଆରୋହି କେତେ ଯେ ଦୂର୍ଘଟଣା ର ଶିକାର ହୋଇଛନ୍ତି ତାର ହିସାବ ନାହିଁ। ଏତେ ଗୁରୁତ୍ୱପୂର୍ଣ୍ଣ ରାସ୍ତା ର ଉଭୟ ପାର୍ଶ୍ଵ ଠିକ କରିବା ପାଇଁ ନା ବିଡ଼ିଓ ନା ମଙ୍ଗରଦୋରା ପର୍ଯ୍ୟଟନ ସ୍ଥଳୀ କୁ ତିନି ତିନି ଥର ଯାଇଥିବା ଜିଲ୍ଲାପାଳ ନା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ କେହି ଦୃଷ୍ଟି ନ ଦେବା ଅଞ୍ଚଳ ବାସୀ ଙ୍କୁ ଉପହାସ ସଦୃଶ ହୋଇଛି।   

ଗ୍ରାମ୍ୟ ଉନ୍ନୟନ ବିଭାଗ ର ସହକାରୀ ଯନ୍ତ୍ରୀ ରାକେଶ ଙ୍କୁ ଏହି ରାସ୍ତା ର ଦୁରାବସ୍ଥା ଦୂର କରି ବାକୁ କଣ କରୁଛନ୍ତି ପଚାରିବାରୁ କହିଲେ ଆମ ବିଭାଗ ତିଆରି ରାସ୍ତା ଠିକ ଅଛି ,ରାସ୍ତା ଉଭୟ ପାର୍ଶ୍ଵ ବିଭିନ୍ନ କାମ କରୁଥିବା କମ୍ପାନୀ ଖୋଳି ନଷ୍ଟ କରିଛନ୍ତି। ଆମ ବିଭାଗ ତରଫରୁ ରାସ୍ତାକୁ ଆଉ ଟିକେ ପ୍ରଶସ୍ତ କରିବା ପାଇଁ ଏଷ୍ଟିମେଟ ପ୍ରସ୍ତୁତ କରି ସାରିଛୁ ,ନିକଟରେ ଟେଣ୍ଡର କରାଯାଇ ବର୍ଷାଦିନ ଶେଷ ହେବା ପରେ ପ୍ରଶସ୍ତ ରାସ୍ତା କାମ ଆରମ୍ଭ କରାଯିବ।    ଏବେ ରାସ୍ତା ପ୍ରଶସ୍ତ କାମ ହେବା ପର୍ଯ୍ୟନ୍ତ ଜନସାଧାରଣ ଙ୍କ ପାଇଁ ବିକଳ୍ପ ପନ୍ଥା ବ୍ଲକ ପ୍ରଶାସନନିଜ ତରଫରୁ ହେଉ ଅବା ରାସ୍ତା ଖୋଳିଥିବା ଠିକାଦାର ଙ୍କୁ କହି ନିରାପଦ ରାସ୍ତା କରିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦଶମ ବୋର୍ଡ ପରୀକ୍ଷା ,  ପରୀକ୍ଷା ଦେଲେ ୧୭୩ ଜଣ ଛାତ୍ରଛାତ୍ରୀ

Sunil Chandra Nayak

ସାମ୍ବାଦିକ ସଂଘ ଓ ବନବିଭାଗ ପକ୍ଷରୁ ବୃକ୍ଷରୋପଣ:ଯୋଗ ଦେଲେ ସାଂସଦ, ବନ ଖଣ୍ଡ ଅଧିକାରୀ ଓ ବନାଞ୍ଚଳ ଅଧିକାରୀ 

masiha

ଉତ୍କଳ ସାଂସ୍କୃତିକ ପରିଷଦର ଗରିମା ରଜମଉଜ ଆସନ୍ତା ୧୨ ଓ ୧୩ରେ

Leave a Comment

error: Content is protected !!