ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇଟା ବାଲି ପଥର ପଡିଛି କାମ କରିବା ପାଇଁ ମିସ୍ତ୍ରୀ ମଜୁରିଆ ମାନେ ମିଳୁ ନାହାନ୍ତି

ବନ୍ଧୁଗାଁ:୧/୮/ ୨୩ //  ବହୁ ବାଦବିବାଦ ପରେ ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ କାର୍ଯ୍ୟା‌ଦେଶ ବଣ୍ଟନ କରାଯାଇଛି। ଜୁନ୍ ୧୬ ତାରିଖଠାରୁ ଏହି ପ୍ରକ୍ରିୟା ଚାଲିଛି। ଏଥିରେ ମୋଟ୍‌ ୧ ଲକ୍ଷ ୩୦ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଛି। ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟାଦେଶ ସହ ଅଗ୍ରୀମ ୪୦ ହଜାର ଟଙ୍କା ଦିଆଯାଇଛି। ତାହା ପରେ ଦୁଇଟି ପର୍ଯ୍ୟାୟରେ କାମର ଅଗ୍ରଗତି ଦେଖି ଅବଶିଷ୍ଟ ଅର୍ଥ ଦିଆଯିବ। ଯେଉଁ ହିତାଧିକାରୀ ଚାରି ମାସ ଭିତରେ ଘର ନିର୍ମାଣ ସାରିବେ, ସେମାନଙ୍କୁ ପ୍ରୋତ୍ସାହନ ରାଶି ବାବଦରେ ଅତିରିକ୍ତ ୨୦ ହଜାର ଟଙ୍କା ମିଳିବ। ୪ରୁ ୬ ମାସ ଭିତରେ ସାରିଲେ ୧୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ରାଜ୍ୟ ସରକାର ନିଜସ୍ବ ପାଣ୍ଠିରୁ ଏହି ପ୍ରୋତ୍ସାହନ ରାଶି ଦେଉଛନ୍ତି। ଏହାର ଉଦ୍ଦେଶ୍ୟ ହେଲା, ଲୋକ କାର୍ଯ୍ୟାଦେଶକୁ ପକାଇ ନରଖି ଠିକ୍ ସମୟରେ ଘର କରି ପକ୍କା ଘରେ ରୁହନ୍ତୁ। କିନ୍ତୁ ଏଥର ଏହି ପ୍ରୋତ୍ସାହନ ରାଶି ଘୋଷଣାକୁ ନେଇ ହିତାଧିକାରୀ ଖୁସି ହେବାର କିଛି କାରଣ ଦେଖାଯାଉନି। କାରଣ ବର୍ଷା ଦିନେ ହିଁ ସରକାର କାର୍ଯ୍ୟାଦେଶ ବାଣ୍ଟିଛନ୍ତି। ଚାରିମାସର ସମୟସୀମା ଅକ୍ଟୋବରରେ ଶେଷ ହେଉଛି। ତେଣୁ ବର୍ଷା ଦିନେ ଘର କାମ କରି ରିସ୍କ ନେବା ଯେ କୌଣସି ବ୍ୟକ୍ତିଙ୍କ ପା‌ଇଁ କଷ୍ଟକର ବ୍ୟାପାର। ଏମିତିରେ ସବୁ ପ୍ରକାର ନିର୍ମାଣ କାର୍ଯ୍ୟ ବର୍ଷା ଦିନେ ସାମୟିକ ଭାବେ ବନ୍ଦ ରଖାଯାଏ। ଖୋଦ୍ ସରକାରଙ୍କ ମଧ୍ୟ ରାସ୍ତା, ପୋଲ, କୋଠାବାଡ଼ି ସବୁ ନିର୍ମାଣ ବର୍ଷାଦିନେ ଧିମେଇ ଯାଏ। କାରଣ ବର୍ଷା ଦିନେ ନିର୍ମାଣ କାର୍ଯ୍ୟର ଗୁଣାତ୍ମକ ମାନ ଠିକ୍ ରହେନି। ପୁଣି ବର୍ଷା ହେଲେ ନିର୍ମାଣ ସାମଗ୍ରୀଗୁଡ଼ିକ ମଧ୍ୟ ନଷ୍ଟ ହେବାର ଆଶଙ୍କା ରହିଛି। ଆହୁରି ମଧ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଥିବାରୁ ବାଲି ମିଳିବା ସହଜ ହେଉନି। ତେଣୁ ହିତାଧିକାରୀମାନେ ଘର କରିବାକୁ ଚାହୁଁଥିଲେ ବି ନିର୍ମାଣ ସାମଗ୍ରୀ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଛି। ଗାଁ ଗହଳିରେ ସାହି ସାହି ରେ ଇଟା ବାଲି ପଥର ପକେଇ ରଖିଛନ୍ତି,ଆଉ ଯାହା ମିଳୁଛି, ତାହା ଚଢ଼ାଦରରେ ମିଳିବା ସହିତ ରାଜମିସ୍ତ୍ରୀଙ୍କର ଦୈନିକ ପାରିଶ୍ରମିକ ସବୁଠୁ ଅଧିକ କଶ୍ଟ ଦେଉଛି। ସରକାର ଯେତିକି ଟଙ୍କା ଦେଉଛନ୍ତି ସେଥିରେ ଉଚ୍ଚା ଦରରେ ଜିନିଷ କିଣିବା,ମିସ୍ତ୍ରୀ ଓ ଶ୍ରମୀକଙ୍କୁ ପାରିଶ୍ରମିକ ପ୍ରଦାନରେହିଁ ସରି ଜାଉଛି।କିପରି ହିତାଧିକାରି ସୁରୁଖୁରୁରେ ଘର ଖଣ୍ଡିଏ କରିପାରିବ ସେଥିପ୍ରତି ଦୃଷ୍ଟି ଦେଇ ଟଙ୍କା ବଢାଇବାକୁ ଅପେକ୍ଷା କରିଥିବାର ଦେଖିବାକୁ ମିଳିଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଢେଙ୍କାନାଳ ମିନା ବଜାର ଗାନ୍ଧି ମନ୍ଦିର ରୋଡ ଠାରେ ସୈାନ୍ଦର୍ୟା ପ୍ରିମିୟମ ସ୍କ୍ରିନ ଆଣ୍ଡ ଲେଜର କ୍ଲିନିକ୍ ଉଦଘାଟିତ

masiha

ଏନପିଏସ ପ୍ରାଥମିକ ଶିକ୍ଷକ ସଂଘ ବୈଠକ

Sunil Chandra Nayak

ବିଡ଼ିଓ ଙ୍କ କବିତା ସଂକଳନ “ବାବୁଲାଲ”ଉନ୍ମୋଚନ

Sunil Chandra Nayak

Leave a Comment

error: Content is protected !!