ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗିର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦରେ ବ୍ରଜ ମୋହନ ବିଶୋଇ ଙ୍କୁ ଅଧ୍ୟକ୍ଷ ନିଯୁକ୍ତି..ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଏବଂ ଅଧ୍ୟକ୍ଷ ବିଶୋଇ ଙ୍କୁ ଅଭିନନ୍ଦନ ଜଣାଇଲେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି

 ବଲାଙ୍ଗିର, ତା.୨. ୮ ବଲାଙ୍ଗିର ଜ଼ିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ର ଅଧ୍ୟକ୍ଷ ଭାବରେ ଆଦିବାସୀ ନେତା ତଥା ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ପ୍ରତିଷ୍ଠାତା ସଭ୍ୟ ବ୍ରଜ ମୋହନ ବିଶୋଇ ଙ୍କୁ ନିଯୁକ୍ତି କରିଥିବାରୁ ଓଡିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଜଣାଇଛନ୍ତି ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି l ଏହା ସହିତ ନବ ନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ବିଶୋଇ ଙ୍କୁ ସାଂସଦ ଶ୍ରୀ ବିଶି ଅଭିନନ୍ଦନ ଜଣାଇଛନ୍ତି l ଓଡିଶା ସରକାର ସ୍ୱତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ ରେ ବଲାଙ୍ଗିର ଜିଲ୍ଲାକୁ ସାମିଲ କରି ଆଦିବାସୀ ମାନଙ୍କ ବିକାଶ କୁ ଦ୍ବିଗୁଣିତ କରିବାର ଯୋଜନା କୁ ସାଂସଦ ଶ୍ରୀ ବିଶି ପ୍ରଶଂସା କରିଛନ୍ତି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା ଆଦିବାସୀମାନଙ୍କର ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ଜମି ଜଳ, ଜଙ୍ଗଳ, ଜୀବନ ଜୀବିକାର ବିକାଶ ହେବା ସହିତ ଆଦିବାସୀ ସଂସ୍କୃତି ନୃତ୍ୟ, ଗୀତ, ବାଦ୍ୟ, ସଙ୍ଗୀତ, ଐତିହ୍ୟ, ପୂଜାପୀଠ ସ୍ଥଳି ଗୁଡିକର ସୁରକ୍ଷା, ସଂରକ୍ଷଣ ପୁନଃରୁଦ୍ଧାର ହେବ । ଆଦିବାସୀମାନଙ୍କ ଜାନୀ ଯାତ୍ରା, ପର୍ବପର୍ବାଣୀ, ଚାଳିଚଳଣୀ ପ୍ରଥ ପରମ୍ପରା, ରୀତିନୀତି, ଭାଷା ଧର୍ମ, ମ୍ୟୁଜିୟମ, କଲ୍ୟାଣ ମଣ୍ଡପ, ସାମାଜିକ ଭବନ, ଗୋଷ୍ଠି ଗୃହ, ଲାଇବ୍ରେରୀ ହଳ, ପାରମ୍ପରୀକ ବଜାର ହାଟ, ବନଜାତ ଦ୍ରବ୍ୟ ସଂଗ୍ରହ ବିକ୍ରୟ ଆଦି ପାଇଁ ସୁବିଧା ହେବ ଯାହାକି ଆଦିବାସୀ ଙ୍କ ସାମାଜିକ ଅର୍ଥନୈତିକ ଉନ୍ନତି ହେବ । ଦେଶର ତଳ ସ୍ତରରେ ଥିବା ଆଦିବାସୀ ସମ୍ପ୍ରଦାୟ ର ସାମୁହିକ ବିକାଶ ସାମୁହିକ ସ୍ୱାର୍ଥ ସୁରକ୍ଷା ଦିଗରେ ପରିଷଦ ସୁରକ୍ଷା କବଚ ଭଳିଆ କାର୍ଯ୍ୟ କରିବ lଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆଦିବାସୀ ବିକାଶ ଯୋଜନା କୁ ସାଂସଦ ଶ୍ରୀ ବିଶି କୃତଜ୍ଞତା ଜଣାଇଛନ୍ତି ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଏସଆଇଆର କାର୍ଯ୍ୟ ତଦାରଖ ; ବିଧାୟକଙ୍କୁ ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ 

ଧର୍ମଗଡ ରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ମୋହନ ପ୍ୟାରୀ ନିଳାମ୍ବର ନେଗି ଡିଗ୍ରୀ କଲେଜ ରାସ୍ତା ଶୋଚନୀୟ, ମରାମତି ଦାବି

masiha

Leave a Comment

error: Content is protected !!