ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାହାଡପୁରରେ ମହାମହିମ ରାଷ୍ଟ୍ରପତିଙ୍କ ସ୍ବାମୀ ଶ୍ୟାମ ଚରଣଙ୍କୁ ନବମ ଶ୍ରାଦ୍ଧ ବାର୍ଷିକ ଧୂମଧାମରେ ପାଳିତ 

 ମୟୂରଭଞ୍ଜ – ୧/୮ ( ମସିହା)ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସ୍ଵାମୀ ସ୍ୱର୍ଗତ ଶ୍ଯାମ ଚରଣ ମୁର୍ମୁ ଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକର ପାହାଡପୁର ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି l ସ୍ୱର୍ଗତ ଶ୍ଯାମ ଚରଣ ମୁର୍ମୁ ମୟୁରଭଞ୍ଜ ଜିଲ୍ଲା କୁସୁମୀ ବ୍ଲକ ପାହାଡପୁର ଗାଁ ରେ ତା ୧/୪/୧୯୫୮ ରିଖ ଜନ୍ମ ଗ୍ରହଣ କରିଥିଲେ l ତା ୧/୮/୨୦୧୪ ରିଖ ଦିନ ତାଙ୍କ ପରଲୋକ ଘଟିଥିଲା l ସେ ଜଣେ ବ୍ୟାଙ୍କର ଦକ୍ଷ ଅଧିକାରୀ, ମିଷ୍ଟଭାଷୀ, ପରୋପକାରୀ, ସମାଜସେବୀ ଥିଲେ ।ଆଜି ତାଙ୍କ ଶ୍ରାଦ୍ଧ ବାର୍ଷିକ ଥିଲାl । ମହାମହିମ ରାଷ୍ଟ୍ରପତିଙ୍କ ସ୍ବାମୀ ଏବଂ ଦୁଇ ପୁଅଙ୍କ ଅକାଳ ବିୟୋଗରେ ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ପାହାଡପୁର ଗ୍ରାମର ଘରବାଡିକୁ (ଶ୍ଯାମ,ଲକ୍ଷ୍ମଣ,ସିପୁନ SLS) ଟ୍ରଷ୍ଟ ଗଠନ କରି ଟ୍ରଷ୍ଟକୁ ହସ୍ତାନ୍ତର କରିଛନ୍ତି ।ସେଠାରେ ବିଦ୍ୟାଳୟ ସମେତ ୩ସ୍ବାମୀ ଓ ଦୁଇପୁତ୍ରଙ୍କ ସମାଧି ପୀଠ କରିଛନ୍ତି । ସ୍ବର୍ଗତ ଶ୍ଯାମ ବାବୁଙ୍କ ୯ ମ ଶ୍ରାଦ୍ଧବାର୍ଷିକୀ ପାହାଡପୁର ସ୍ଥିତ ବାସଭବନ ତଥା ରୂପାନ୍ତରିତ ହୋଇଥିବା SLS ସ୍ମାରକୀ ଆବାସିକ ବିଦ୍ୟାଳୟ ଠାରେ କମିଟି ତରଫରୁ ଆୟୋଜନ କରାଯାଇଥିଲା l ତାଙ୍କ ପ୍ରତିମୂର୍ତ୍ତି ଠାରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ରାଷ୍ଟ୍ରପତି ଙ୍କ ଭାଇ ଚଳଣୀ ସେନ ଟୁଡୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ଖୁଣ୍ଟିଆ,ବିଜେପି ଏହି ମୋର୍ଚା ଜିଲ୍ଲା ସଭାପତି କିଶୋର ରଜକ ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀ ,ଅଭିଭାବକ ପ୍ରମୁଖ ଯୋଗ ଦେଇ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l 

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

ଅଙ୍ଗନବାଡି କେନ୍ଦ୍ର ରେ ତାଲା ପକାଇରଖିଲେ ଗ୍ରାମବାସୀ

masiha

ଆରଏସପି ସିନିୟର ସିଟିଜେନ୍ ଓ୍ବେଲଫେୟାର ଗୃପର ସାଧାରଣ ବୈଠକ ଓ ଆଲୋଚନାଚକ୍ର ,ବୈଠକରେ ୨୨ ଜଣିଆ କୋର୍ କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!