ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନିଷ୍ଠ ଯନ୍ତ୍ରୀ ଙ୍କ ବିୟୋଗରେ ଡାବୁଗାଁ ବ୍ଳକ ରେ ପାଳିଲେ ଶୋକ ସଭା

ନବରଙ୍ଗପୁର–(ମସିହା )ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକର ପୂର୍ବତନ କନିଷ୍ଠ ଯନ୍ତ୍ରୀ ସୁବାସ ଚନ୍ଦ୍ର ଖାଡ଼ଙ୍ଗା ଙ୍କ ବିୟୋଗରେ ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି lଏହି ଅବସରରେ ଡାବୁଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ ମାଝୀ,ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦ୍ମନାଭ ତ୍ରିପାଠୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ମାନସ କୁମାର ନେଟି ପ୍ରମୁଖଙ୍କ ସହ ବ୍ଳକର ସମସ୍ତ କର୍ମଚାରୀ ଯୋଗ ଦେଇ ସ୍ଵର୍ଗତ ଖାଡ଼ଙ୍ଗା ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି,ଧୂପ ଲଗାଇ, ପ୍ରଦୀପ ପ୍ରଜ୍ଜ୍ଵଳନ କରି ଆତ୍ମା ର ସଦ୍ଗତି ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ସେ ଏଠାରେ ୨୦୧୯ ରେ କନିଷ୍ଠ ଯନ୍ତ୍ରୀ ଭାବେ ଚାକିରୀ କରିଥିବା ବେଳେ କାର୍ଯ୍ୟାଳୟ ଅଧିକାରୀ ଓ ସମସ୍ତ କର୍ମଚାରୀ ମାନଙ୍କ ସହ ମେଳାପି, ମିଷ୍ଟଭାଷୀ ରହି ସମସ୍ତଙ୍କୁ ନିଜର କରିପାରିଥିଲେ l ଏହାପରେ ତାଙ୍କୁ କୋରାପୁଟ ଜିଲ୍ଲାକୁ ବଦଳି ହୋଇଥିବା ବେଳେ ତାଙ୍କୁ କୁନ୍ଦୁରା ବ୍ଳକ ରେ ଅବସ୍ଥାପିତ କରାଯାଇଥିଲା l ଗତ ଶନିବାର ରାତିରେ ଜୟପୁର ସ୍ଥିତ ବାସଭବନରେ ତାଙ୍କର ମୃତ୍ୟୁ ଘଟିଥିଲା l ସେ ଲୋକ ଙ୍କ ସହିତ ଓ ସାମ୍ବାଦିକ ମାନଙ୍କ ସହ ବହୁତ ମେଳାପି ଥିବାରୁ ସମସ୍ତଙ୍କୁ ଶୋକ ସାଗରରେ ଭଷାଇ ଦେଇ ଚାଲି ଯାଇଥିବାରୁ ସମସ୍ତଙ୍କ ମନରେ ଶୋକ ହୋଇଛି, ତାଙ୍କର ଆତ୍ମାର ସଦଗତିନିମନ୍ତେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ପ୍ରତି ପ୍ରତ୍ୟେକ ଜଣାଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଖଡ଼ିଆଲ ମହୋତ୍ସବ ତୃତୀୟ ସନ୍ଧ୍ୟା

Sunil Chandra Nayak

ଆଇନ୍ ସଚେତନତା ଶିବିର ଅନୁଷ୍ଠିତ 

masiha

୨୨ରୁ ଊର୍ଦ୍ଧ୍ବ ଚାକିରିଆ ରାସନ କାର୍ଡ ଫେରାଇଲେଣି :  ଶତାଧିକ ଚାକିରିଆ ଓ ଆୟକର ଦାତାଙ୍କ କାର୍ଡ ବାତିଲ

masiha

Leave a Comment

error: Content is protected !!