ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମପାଣି ବୁଢ଼ାରଜା ହାଇସ୍କୁଲ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା, ଯୋଗଦେଲେ ବିଧାୟକ

କୋକସରା,୨/୦୮ //କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ବୁଢାରଜା ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଚିତ୍ତରଞ୍ଜନ ଠାକୁରଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାଗ୍ୟବାନ ବାଗଙ୍କ ସଭାପତିତ୍ୱରେ ଆୟୋଜିତ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ବିଧାୟକ ମୌଷଧି ବାଗ, ମୁଖ୍ୟବକ୍ତା ଭାବେ କୋକସରା ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋକସରା ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ, ଲଡୁଗାଁ ହାଇସ୍କୁଲର ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାସ, ଅବସରପ୍ରାପ୍ତ ପ୍ରଫେସର ସୀମାଞ୍ଚଲ ମିଶ୍ର, ଅବସରପ୍ରାପ୍ତ ଶିକ୍ଷକ ମଧୁସୂଦନ ମୁଣ୍ଡ, ଶିକ୍ଷକ ମନୋଜ କୁମାର ମୁଣ୍ଡ, ଚିତ୍ତରଞ୍ଜନ ମହାନ୍ତି, ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷା ଦେବକୀ ରାଉତ, ବୈଷ୍ଣବ ମୁଣ୍ଡ, ସୁଧାମୟୀ ରଥ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥିମାନେ ଶିକ୍ଷକଙ୍କ ବିଦ୍ୟାଳୟରେ ରହିଥିବା ଅବଦାନ ସବୁବେଳେ ସ୍ମରଣୀୟ ହୋଇ ରହିବ, ତାଙ୍କ ଠାରୁ ଶିକ୍ଷା ଗ୍ରହଣ କରି ବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଶିକ୍ଷକ ଠାରୁ ଆରମ୍ଭ କରି ଡାକ୍ତର ଓ ଇଞ୍ଜିନିୟର ହୋଇ ପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ଚିତ୍ତରଞ୍ଜନ ଠାକୁରଙ୍କୁ ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏବଂ ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ଜୀବନ ହେଉ ବୋଲି କାମନା କରିଥିଲେ। ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିବା ସହିତ ଚଳିତ ମାଟ୍ରିକ ପରୀକ୍ଷାରେ ବ୍ଳକ ଟପ୍ପର ହୋଇଥିବା ଏହି ବିଦ୍ୟାଳୟର ଛାତ୍ର ରୋସନ ଦାସଙ୍କୁ ମଧ୍ୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚକୁ ଖେଳ ଶିକ୍ଷକ ଲୋକନାଥ ରାଉତ ପରିଚାଳନା କରିଥିଲେ। ଶିକ୍ଷକ ବିଶ୍ବମ୍ବର ଧଙ୍ଗଡାମାଝୀ, ସରୋଜ କୁମାର ତାଣ୍ଡି, ଅମୂଲ୍ୟ କୁମାର ନାଏକ, ଲିଜ୍ୟାନନ୍ଦ ସାହୁ, ଦୟାସଂଗ ନାଏକ, ମନ୍ଦାକିନୀ ନାଏକ, ସରୋଜ କୁମାର ପଢିହାରୀ, ସୁରେନ୍ଦ୍ର ଗଣ୍ଡ, ହିମାଂଶୁ ମହାନନ୍ଦ, ତପନ କୁମାର ମେହେର, ଦୁକ୍ଷେତ୍ର ମାଝୀ, କର୍ମଚାରୀ ଗୋପ ନାଏକ, ନନ୍ଦ ମାଝି, ଦୁଖେନ୍ଦ୍ର ମାଝୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ପି ଏମ୍ ଶ୍ରୀ ବି.ବି.ସରକାରୀ ହାଇସ୍କୁଲ୍,ଢେଙ୍କାନାଳରେ ଭିନ୍ନକ୍ଷମ ଛାତ୍ରୀଛାତ୍ରଙ୍କୁ ଚିହ୍ନଟିକରଣ ଓ ସହାୟକ ଉପକରଣ ବଣ୍ଟନ ଶିବିର -୨୦୨୫ ଅନୁଷ୍ଠିତ

Sunil Chandra Nayak

Rayagada News: Odisha Non-Gazetted Forest Service Association Holds 14th Biennial Session

masiha

Leave a Comment

error: Content is protected !!