ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନକୁ ଶ୍ରେଷ୍ଠ ଯୁବ ଅନୁଷ୍ଠାନ ପୁରସ୍କାର

 ନର୍ଲା (ମପ୍ର) ନେହେରୁ ଯୁବ କେନ୍ଦ୍ର କଳାହାଣ୍ଡି ପକ୍ଷରୁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ଯୁବ ପାର୍ଲାମେଣ୍ଟ ୨୦୨୨ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାଇସ କୁଳପତି ସଞ୍ଜୟ କୁମାର ଶତପଥି ,ମୁଖ୍ୟ ବକ୍ତା ପ୍ରଫେସର ସତ୍ୟ ପଟ୍ଟନାୟକ ,ମେଜର ଡ଼. ଉପାଧୁତର ପରୋଷଦ , ଜୟଦେବ ସାହୁ , ନେହେରୁ ଯୁବକେନ୍ଦ୍ର କଳାହାଣ୍ଡିର ଯୁବ ଅଧିକାରୀ ପ୍ରସନ୍ନ ମେହେର, ଜିଲ୍ଲା କ୍ରୀଡ଼ା ଅଧିକାରୀ ସୁଭାଶିଷ ସାହୁ , ରିସୋର୍ସ ପର୍ସନ ହିସାବରେ ଜିଲ୍ଲା ଜାତୀୟ ସେବା ଯୋଜନା ଅଧିକାରୀ କଳାହାଣ୍ଡି ପ୍ରତାପ ଚନ୍ଦ୍ର ଦାସ, ସି ଇ ଓ କର୍ତ୍ତବ୍ୟ ଅଶୋକ ପଟ୍ଟନାୟକ , ଜାତୀୟ ସେବା ଯୋଜନା ସଂଯୋଜକ ଚିତ୍ତ ରଞ୍ଜନ ଖୁଣ୍ଟିଆ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଅଲ ଇଣ୍ଡିଆ ରେଡ଼ିଓର ଉଦଘୋଷିକା ସାବିତ୍ରୀ ମହାରଣା ପରିଚାଳନା କରିଥିଲେ।

 ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ ଅନ୍ତର୍ଗତ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁକୁ ଜିଲ୍ଲାର ଶ୍ରେଷ୍ଠ ଯୁବ ଅନୁଷ୍ଠାନ-୨୦୨୨ ପୁରସ୍କାର ତଥା ୨୫୦୦୦ ଟଙ୍କା ଅର୍ଥ ରାଶି ପ୍ରଦାନ କରାଯାଇଛି । ଏହା ସହ ଅନୁଷ୍ଠାନଟି ରାଜ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇଛି। ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ବରିଷ୍ଠ ସଦସ୍ୟ ଜଗୁଲାଲ ଭୋଇ ସମ୍ପାଦକ ମିଲନ କୁମାର ଭୋଇ, ଉପ ସଭାପତି ଶୁକଦେଵ ସାହୁ , କୋଷାଧ୍ୟକ୍ଷ ସୌମ୍ୟ ରଞ୍ଜନ ସା କ୍ଲବର ସଦସ୍ୟ ଅସିମ ଭୋଇ , ସୁନନ୍ଦ ଭୋଇ , ପ୍ରତ୍ୟୁଷ କୁମାର ଭୋଇ ,ସୌରଭ କୁମାର ଭୋଇ , ରଶ୍ମିରଞ୍ଜନ ସା , ସୌରଭ କୁମାର ଭୋଇ,ଅବିନାଶ ବାଗ,ମୋହିତ ଭୋଇ , ସୌମ୍ୟ ସାହୁ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ପ୍ରଦୀପ କୁମାର ଗଉଡ ମସୀହା ପ୍ରତିନିଧି।

Related posts

ଚିକିତ୍ସାଧିନ ଅବସ୍ଥା ରେ ଆଖିବୁଜି ଦେଲେ ଖଟିଆ ବୁହା ପ୍ରସୂତୀ

Sunil Chandra Nayak

ଯୁବ ଅନୁଷ୍ଠାନ ଵିକାଶ କାର୍ଯ୍ୟକ୍ରମ ଓ ସ୍ୱଚ୍ଛତା ପଖୱାଡା କାର୍ଯ୍ୟକ୍ରମ

Sunil Chandra Nayak

ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!