ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତିନି ଦିନ ପରେ ସ୍ଵାଭାବିକ ହେଲା ବିଦ୍ୟୁତ୍ ସେବା 

ନର୍ଲା/ମସିହା/04/07/23 // କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡ଼ା ସେକ୍ସନ ର ଛଅ ଗୋଟି ପଞ୍ଚାୟତ ର ପାଖାପାଖି ପଚାଶ ଖଣ୍ଡରୁ ଅଧିକ ଗ୍ରାମର ଜନସାଧାରଣ ବିଗତ ତିନି ଦିନ ଧରି ବିଦ୍ୟୁତ୍ ସେବା ନ ପାଇ ଅନ୍ଧାରରେ ନାହିଁ ନ ଥିବା ସମସ୍ୟା ର ସମ୍ମୁଖୀନ ହୋଇଥିଲେ କାରଣ ଗତ ୩୦ ତାରିଖ ଠାରୁ ଲଗାତାର ଲଘୁଚାପ ଜନିତ ବର୍ଷା ଓ ପବନ ର କରାଳ ରୂପ ଯୋଗୁଁ ଅନେକ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ତାର ଛିଣ୍ଡି ସେବା ବ୍ୟାଘାତ ଘଟିଥିବା ସମ୍ପୃକ୍ତ ଯନ୍ତ୍ରୀ ସୂଚନା ଦେଇଛନ୍ତି ଅପର ପକ୍ଷରେ ପ୍ରବଳ ବର୍ଷା ଓ ପବନ ବହୁଥିବାରୁ ମରାମତି କାର୍ଯ୍ୟ ତ୍ବରାନ୍ବିତ ହୋଇପାରି ନ ଥିଲା କିନ୍ତୁ ଗତକାଲି ପବନ ଓ ବର୍ଷା ଟିକିଏ ଥମିବା ରୁ ବିଭାଗୀୟ ଏସଡିଓ, କମଲେଶ ପଧା ନ ଓ ଜେଇ ଦିବ୍ୟପ୍ରକାଶ ପଣ୍ଡା ଙ୍କ ତତ୍ବାବଧାନରେ ବିଭାଗୀୟ ଲାଇନ୍ ମ୍ୟାନ,ସୁପର ଭାଇଜର, ସେକ୍ସନର କର୍ମଚାରୀ ମାନେ ପାଣି କାଦୁଅ ରେ ଅକ୍ଲାନ୍ତ ପରିଶ୍ରମ କରି ବିଦ୍ୟୁତ୍ ସେବା ଦେବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ ଏପରିକି ମରାମତି ସମୟରେ ଉକ୍ତ ଦଳକୁ ଗୋଟିଏ ବଡ଼ ଗୋଖରା ନାଗସାପ ର ସମ୍ମୁଖୀନ ହେବାକୁ ପଡିଥିଲା ଏଭଳି ବିଦ୍ୟୁତ୍ ବିଭାଗ ର କର୍ମଚାରୀ ମାନଙ୍କର ଦିନରାତି ପରିଶ୍ରମ ଓ ଉଦ୍ୟମ ବଳରେ ୩ ତାରିଖ ଗୁରୁବାର ସନ୍ଧ୍ୟା ୫ ଘଣ୍ଟା ସମୟରେ ବିଦ୍ୟୁତ୍ ସେବା ସ୍ଵାଭାବିକ ହୋଇଥିବାରୁ ଅଞ୍ଚଳବାସୀ ଆଶ୍ବସ୍ତ ଅନୁଭବ କରିଛନ୍ତି

ଦୀପକ କୁମାର ଠାକୁର, ନର୍ଲା

Related posts

ଲୁହାକାନି ଅଙ୍ଗନବାଡ଼ି କେନ୍ଦ୍ର ବିପଦଶଙ୍କୁଳ ନେଇ ଶିଶୁମାନେ ଅସୁରକ୍ଷିତ

Sunil Chandra Nayak

ଓଜେୟୁ କଳାହାଣ୍ଡି ଶାଖା ପକ୍ଷରୁ ସାଧାରଣ ବୈଠକ ଓ ପରିଚାଳନା କମିଟି ଗଠନ ଅନୁଷ୍ଠିତ

Sunil Chandra Nayak

ଜେଇ ଅନୁପସ୍ଥିତ ରହୁଥିବାରୁ ଉଦେଶୃଙ୍ଗ ଠାରୁ ନୂଆଗାଁର ରାସ୍ତା କାମ ନିମ୍ନମାନର ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!