ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେଙ୍କାନାଳ ବ୍ରାହ୍ମଣୀ ନଦୀଗର୍ଭରେ ଫସିରହିଥିଲେ ଦୁଇ ଯୁବକ 

କାମାକ୍ଷାନଗରର (ମନିସ )3/8/23 // ଢ଼େଙ୍କାନାଳ ସଦର ବ୍ଲକ୍ ରାଧା ଦେଇପୁର୍ ପଞ୍ଚାୟତ ନୂଆପଡ଼ା ଗ୍ରାମର ବିଶ୍ଵଜିତ୍‌ ହୋତା ୨୬ ବର୍ଷ ଅନନ୍ତ କୁମାର ସାହୁ ୪୫ ବର୍ଷ ନଦୀ ପାର ହୋଇଆସୁଥିବା ବେଳେ ହଠାତ୍ ବନ୍ୟାଜଳ ମାଡ଼ି ଆସୁଥିବାରୁ ବେକେ ପାଣିରେ ରହିଯାଇଥିଲେ। ଏକ ବଡ଼ କାଠଖୁଣ୍ଟା କୁ ଧରି ରହିଯାଇଥିଲେ । ଗ୍ରାମବାସୀ ମାନେ ଢ଼େଙ୍କାନାଳ ଅଗ୍ନିସମ ବିଭାଗ ଖବର ଦେବାପରେ ମିଳିତ ଉଦ୍ୟମରେ ୨ଯୁବକଙ୍କୁ ଉଦ୍ଧାର କରାଯାଇଛି। ଉକ୍ତ ୨ ଯୁବକ ପାଖରେ ଥିବା ମେଘା ପ୍ରୋଜେକଟ୍ ରେ ଜି.ଏସ୍.ଏସ୍ ସିକ୍ୟୁରୁଟି ଭାବେ କାର୍ଯ୍ୟ କରୁଥିଲେ, ତାଙ୍କର ଦେହ ସଂପୂର୍ଣ୍ଣ ସୁସ୍ଥଥିବା ଜଣାଯାଇଛି। ସେହିପରି କାମାକ୍ଷାନଗର ବ୍ଲକ୍ ବୁଢୀବିଲି ଗ୍ରାମର ୪ ଜଣ ମହିଳା ଓ ଜଣେ ବାଳିକା ଭାସି ଯାଉଥିବା ବେଳେ ଗ୍ରାମବାସୀ ଓ ଅଗ୍ନିସମ ବାହିନୀ ଦ୍ବାରା ଉଦ୍ଧାର କରାଯାଇଛି। ସେମାନେ ଶୌଚହେବାକୁ ଯାଇଥିବା ବେଳେ ନଦୀ ସୁଅରେ ପଡ଼ି ଯାଇଥିଲେ ଖବର ପାଇଁ କାମାକ୍ଷାନଗର ଉପଜିଲ୍ଲା ପାଳ ନାରାୟଣ ଚନ୍ଦ୍ର ନାୟକ , ସହକାରୀ ଉପଜିଲ୍ଲା ପାଳ ମଦନ ମୋହନ ଜେନା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ, ଓ ସ୍ଥାନୀୟ ସରପଞ୍ଚ ଗ୍ରାମକୁ ଯାଇ ସ୍ଥାସ୍ଥ୍ୟ ଅବସ୍ଥା ବୁଝିଥିଲେ। ସେମାନଙ୍କ ମଧ୍ୟରେ ଚନ୍ଦ୍ରକଳା ବେହେରା, ପ୍ରିୟଙ୍କା ପ୍ରିୟଙ୍କା ପ୍ରିୟଦର୍ଶିନୀ ବେହେରା, ପ୍ରମୁଖଙ୍କୁ ଉଦ୍ଧାର କରାଯାଇଥିଲା ସୂଚନା ମିଳିଛି । ତାଙ୍କର ଦେହ ଏବେ ସୁସ୍ଥ ଥିବା ଉପଜିଲ୍ଲା ପାଳ ସୂଚନା ଦେଇଛନ୍ତି। ବର୍ତ୍ତମାନ ବ୍ରାହ୍ମଣୀ ନଦୀରେ ବନ୍ୟାଜଳ ପ୍ରବଳ ମାତ୍ରାରେ ପ୍ରବାହିତ ହେବାରୁ ଯାତାୟତ ନକରିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଂଗ୍ରେସ ବିଧାୟକ ପ୍ରାର୍ଥୀ ହିମାଂଶୁ ବେହେରାଙ୍କ ସାମ୍ବାଦିକ ସମ୍ମିଳନୀ

masiha

ପାଣି ପଞ୍ଚାଯତ ରଥ ପରିକ୍ରମାର ଶୁଭାରଂଭ

Sunil Chandra Nayak

ନର୍ଲା ବ୍ଲକ୍ ଚିତ୍ର ଶିଳ୍ପୀ କଳାକାର୍ ସଂଘ ର ନୂତନ କର୍ମକର୍ତ୍ତା ଚୟନ 

masiha

Leave a Comment

error: Content is protected !!