ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରେଣୀ ଗୃହ ପାଇଁ ସଙ୍ଘର୍ଷ କରୁଛି ବେହେରା ଶିଶୁ ମନ୍ଦିର

ଅନୁଦାନ ଅଭାବ ରୁ ୧୦ ବର୍ଷହେଲା ଅସମ୍ପୂର୍ଣ୍ଣ ରହିଛି କୋଠା 

ଧର୍ମଗଡ/ବେହେରା:୨୦/୩/୨୨:

ଶିକ୍ଷା ର ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ଵ ଆରୋପ କରୁଛନ୍ତି । ସରକାରୀ ବିଦ୍ୟାଳୟ ଗୁଡ଼ିକୁ ସ୍ମାର୍ଟ କରାଯାଉଛି । ଏଥି ପାଇଁ ଅର୍ଥ ର ଅଭାବ ରହୁନାହିଁ । ଛାତ୍ର ଛାତ୍ରୀ ମାନେ କିପରି ଉନ୍ନତ ମାନର ଶିକ୍ଷା ଗ୍ରହଣ କରିବେ ଏହା ସମସ୍ତ ଙ୍କ ଉଦେଶ୍ୟ ରହିଛି । ତବେ କିଛି ବିଦ୍ୟାଳୟ ରେ ଉନ୍ନତ ଶିକ୍ଷା ଦାନ କରାଯାଉଥିଲେ ହେଁ ଭିତ୍ତି ଭୂମୀ ର ବିକାଶ ପାଇଁ ଅର୍ଥ ବାଧକ ସାଜୁ ଥିବାରୁ ଏଠାରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନେ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ର ଉପାନ୍ତ ଅଞ୍ଚଳ ବେହେରା ଗ୍ରାମ ରେ ପ୍ରାଥମିକ ଶିକ୍ଷା ପାଇଁ ସରସ୍ଵତୀ ଶିଶୁ ମନ୍ଦିର ସ୍ଥାପନ କରାଯାଇ ଥିଲା । କିଛି ବଦାନ୍ୟ ବ୍ୟକ୍ତି ଙ୍କ ସହଯୋଗ ରେ ଗଢି ଉଠି ଥିବା ଏହି ବିଦ୍ୟାଳୟ ରେ ପ୍ରଥମ ରୁ ସପ୍ତମ ଶ୍ରେଣୀ ରେ ପ୍ରାୟ ୧୫୦ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ତେବେ ଶିକ୍ଷା ଗ୍ରହଣ ପାଇଁ ଆବଶ୍ୟକ ଅନୁଯାୟୀ ଶ୍ରେଣୀ ଗୃହ ର ଅଭାବ ରହିଛି । ଏହାକୁ ହୃଦୟଙ୍ଗମ କରି ୨୦୧୨-୧୩ ବର୍ଷ ରେ ତତ୍କାଳୀନ କଳାହାଣ୍ଡି ସାଂସଦ ଭକ୍ତଚରଣ ଦାସ ସାଂସଦ ପାଣ୍ଠି ରୁ ୩ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଥିଲେ । ପରବର୍ତ୍ତୀ ସମୟରେ ୨୦୧୫-୧୬ ବର୍ଷ ରେ ଶ୍ରେଣୀ ଗୃହ କୋଠା ପାଈ ତତ୍କାଳୀନ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂହଦେଓ ବିଧାୟକ ପାଣ୍ଠି ରୁ ୫ ଲକ୍ଷ୍ୟ ଟଙ୍କା ପ୍ରଦାନ କରିଥିଲେ । ତେବେ ଏହି ଟଙ୍କା ରେ ଶ୍ରେଣୀ ଗୃହ ନିର୍ମାଣ ସମ୍ପୂର୍ଣ ହୋଈ ପାରିନାହିଁ । ଇତି ମଧ୍ୟ ରେ ପ୍ରାୟ ୭ବର୍ଷ ସମୟ ଅତିକ୍ରାନ୍ତ ହୋଇ ଯାଇଛି କିନ୍ତୁ ଗୃହ ନିର୍ମାଣ ସମ୍ପୂର୍ଣ ହୋଈ ପାରିନାହିଁ । ଫଳ ରେ ଛାତ୍ର ଛାତ୍ରୀ ମାନେ ପାଠ ପଢ଼ିବା ପାଇଁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଅସମ୍ପୂର୍ଣ୍ଣ କୋଠାକୁ ସମ୍ପୂର୍ଣ୍ଣ କରିବା ପାଇଁ ସରକାରଙ୍କ ପକ୍ଷ ରୁ ଆଉ କିଛି ଅନୁଦାନ ଯୋଗାଇ ଦେବା ପାଇଁ ବିଦ୍ୟାଳୟ ର ଆଚାର୍ଯ୍ୟ ଅଚାର୍ଯ୍ୟା , ଛାତ୍ର ଛାତ୍ରୀ, ଅଭିଭାବକ ତଥା ଗ୍ରାମ ବାସୀ ଦାବୀ କରିଛନ୍ତି । ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ ।

Related posts

ଆନନ୍ଦପୁର – ଯୁବକ ଙ୍କ ଅକାଳ ବିୟୋଗ

ଉତ୍କେଲାରେ ସରପଞ୍ଚ ନରେନ୍ଧ୍ର ମାଝି ସମିତିସଭ୍ୟ ତ୍ରିନାଥ ମାଝି ବିଜୟ

Sunil Chandra Nayak

ମସୀହା ନିୟୁଜ ରେ ପ୍ରସାରଣ ହେବା ପରେ ମାଁ ମାଉସୀ ମନ୍ଦିର ମରାମତି କଲେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ 

Sunil Chandra Nayak

Leave a Comment

error: Content is protected !!