ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ରେ ବାଇକ ଚୋରି ବୃଦ୍ଧି, ସି.ସି ଟିଭି ରେ କଏଦ ହେଲା ଚୋରି ସମୟ ର ଦୃଶ୍ୟ

କୋକସରା, ୨୦/୩- କୋକସରା ଥାନା ଅଂଚଳ ରେ ଦିନ କୁ ଦିନ ବାଇକ ଚୋରି ର ଅଭିଯୋଗ ହୋଇ ଆସୁଛି। ତେବେ ଶୁକ୍ରବାର ସନ୍ଧ୍ୟାରେ ଏକ ବାଇକ ଚୋରି କରୁଥିବା ର ଦୃଶ୍ୟ ସି.ସି ଟିଭି ରେ କଏଦ ହୋଇଛି। କୋକସରା ସହର ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ଥିବା ଏକ ହାର୍ଡୱେର ଦୋକାନ ରେ ସନ୍ଧ୍ୟାରେ ଏକ ବାଇକ କୁ ଚୋରି କରିଛି ଜଣେ ଚୋର । ଏ ନେଇ ଦୋକାନ ମାଲିକ ରାଜୁ ଅଗ୍ରୱାଲ କୋକସରା ଥାନା ରେ ଅଭିଯୋଗ କରିବା ପରେ ଦୋକାନ ରେ ଲାଗିଥିବା ସି.ସି ଟିଭି ରୁ ଚୋରି ସମୟ ର ଦୃଶ୍ୟ ଦେଖିବାକୁ ମିକିଛି। କୋକସରା ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ଗତ କିଛି ମାସ ହେବ କୋକସରା ସହର ସାପ୍ତାହିକ ବଜାର ସମେତ ଅନ୍ୟ ସ୍ଥାନ ରୁ ବାଇକ ଚୋରି ବୃଦ୍ଧି ପାଇଛି। ଏଣୁ ପୋଲିସ ପେଟ୍ରୋଲିଂ କରିବାକୁ ଜନ ସାଧାରଣ ଦାବି କରିଛନ୍ତି। ଏ ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ଙ୍କ ପ୍ରତିକ୍ରିୟା ନେବାରୁ ସି. ସି ଟିଭି ଆଧାର କୁ ନେଇ ତଦନ୍ତ ଜାରି ରହିଛି ବୋଳି କହିଛନ୍ତି । ମ ନି ସ 

Related posts

ପାଞ୍ଚ ଗୋଟି ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ଚନ୍ଦାହାଣ୍ଡି ବ୍ଲକ ଯାଦବ ସମାଜ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ, 36 ୟୁନିଟ ରକ୍ତ ସଂଗୃହିତ 

Sunil Chandra Nayak

ଡାବୁଗାଁ ରେ ବ୍ରାହ୍ମଣ ସମାଜ ବୈଠକ

Sunil Chandra Nayak

Leave a Comment

error: Content is protected !!