ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିଲିଗୁଡା ଠାରେ ଦୋଳ ମହୋତ୍ସବ ପାଳିତ

କୋକସରା,୨୦/୩ – କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଚିଲିଗୁଡା ଠାରେ ୪ ଦିନ ଧରି ଚାଲିଥିବା ଦୋଳ ମହୋତ୍ସବ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି । ବୁଧବାର ଅଧିବାସ ସହ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା ବେଳେ ଗୁରବାର ରାଧାକୃଷ୍ଣ ଙ୍କ ପ୍ରତିମୂର୍ତ୍ତି କୁ ଏକ ଦୋଳ ବିମାନରେ ବସାଇ ନଗର ପରିକ୍ରମା କରାଯାଇଥିଲା । ବିମାନ କୁ ସମସ୍ତ ଙ୍କ ଦ୍ୱାର ମୁହଁରେ ବନ୍ଦାପନା କରିଥିଲେ। ଶୁକ୍ରବାର ଝୁଲଣ ଉତ୍ସବ ର ଆୟୋଜନ କରାଯାଇଥିବା ବେଳେ ସନ୍ଧ୍ୟା ରେ ଶ୍ରୀକୃଷ୍ଣ ଓ ରାଧା ପ୍ରେମୀ ଙ୍କ ଦର୍ଶନ ପାଇଁ ମଣ୍ଡପ ରେ ଭିଡ ଜମାଇଥିଲେ। ଏହି ପରିପ୍ରେକ୍ଷୀରେ ମଣ୍ଡପ ପରିସରରେ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଧର୍ମଗଡ଼ ବିଧାୟକ ମୌଷଧି ବାଗ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଯୁବ ଯାଦବ ମହାସଭା ର ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, କୋକସରା ବ୍ଲକ ଯାଦବ ମହାସଭା ର ସଭାପତି ବିନୋଦ ବିହାରୀ ରାଉତ, ସମ୍ପାଦକ ଅଲେଖ ଚନ୍ଦ୍ର ଗୋପାଳ, ଧନ ସିଂ ବାଗ, ଶୋଭା ଚନ୍ଦ୍ର ହଂସ, ଧନେଶ୍ୱର୍ ଗୋପାଳ, ଯୋଗେନ୍ଦ୍ର ହଂସ, ସୁଧୀର ନାଗ ପ୍ରମୁଖ ଉପସ୍ଥିତ ଥିଲେ। ସନ୍ଧ୍ୟା ରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ମୁଖ୍ୟଅତିଥି ଭାବେ ନବରଙ୍ଗପୁର ଜିଲ୍ଲା ପାନାବେଡ଼ା ମହାବିଦ୍ୟାଳୟର ଅଧ୍ୟକ୍ଷ ଦ୍ବାରିକା ନାଥ ବାଗ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଏହି ପରିପ୍ରେକ୍ଷୀରେ ଦର୍ଶକ ଙ୍କ ମନୋରଞ୍ଜନ ସକାଶେ ଏକ ନାଟକ ପରିବେଷଣ ହୋଇଥିଲା । ଦୋଳ ପୂର୍ଣ୍ଣିମା ଓ ହୋଲି ପର୍ବ କୁ ଆଗାମୀ ଦିନରେ ପ୍ରତ୍ୟେକ ଗ୍ରାମରେ ଧୁମଧାମରେ ପାଳନ କରିବା ପାଇଁ ଉପସ୍ଥିତ ଯାଦବ ସମାଜ ର କର୍ମକର୍ତ୍ତା କୁ ଶ୍ରୀ ବାଗ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋକସରା ବ୍ଲକ ଯୁବ ଯାଦବ ସଭାପତି ଶରତ ରାଉତ , ବିଦ୍ୟାଧର ଗହିର, ଅଭିମନ୍ୟୁ ଗୋପାଳ, ଦିଗାମ୍ବର ନାଗ , ମହେନ୍ଦ୍ର ଗୋପାଳ, ପ୍ରମୁଖ ଉପସ୍ଥିତ ଥିବା ବେଳେ ଚୌବନ୍ ଗୋପାଳ, କାଳିକୃଷ୍ଣ ବାଗ, ସନ୍ତୋଷ ବେମାଲ ପ୍ରମୁଖ ସହ ରାଧାକୃଷ୍ଣ ଯୁବ ଯାଦବ ଅନୁଷ୍ଠାନ ର କର୍ମ କର୍ତ୍ତା ପରିଚାଳନା ରେ ସହଯୋଗ କରିଥିଲେ। ମ ନି ସ 

Related posts

ବିଦ୍ୟାଳୟରେ ହେଉଥିବା ଦୁର୍ନୀତି ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ 

Sunil Chandra Nayak

ନୂଆ ସିନେମା ଏଇ ରାକ୍ଷୀ ତୋ ରକ୍ଷା କବଚ’ ର ଅଡିଓ ରିଲିଜ

Sunil Chandra Nayak

ଶହୀଦ ରେଣ୍ଡୋ ମାଝୀ ବଳିଦାନ ଦିବସ ପାଳନ

Sunil Chandra Nayak

Leave a Comment

error: Content is protected !!