ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ନବାଗତଙ୍କୁ ସ୍ୱାଗତ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

 ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ କୋଡ଼ିଙ୍ଗା ସ୍ଥିତ ରାଜ ଚାଉଁରିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଚଳିତ ବର୍ଷର ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସଵ ପାଳନ ହୋଇଯାଇଅଛି l ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦ୍ଵିତୀୟ ବର୍ଷ ର ଛାତ୍ର ଛାତ୍ରୀମାନେ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ଆନନ୍ଦ ଉଲ୍ଲାସ ର ସହିତ ସ୍ୱାଗତ କରିଥିଲେ lଏହି ଅବସରରେ ଅନୁଷ୍ଠାନର ସଭାଗୃହ ଠାରେ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ଅଧ୍ୟକ୍ଷl ଶ୍ରୀମତୀ ଅମିତା ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅନୁଷ୍ଠାନର ଉପାଧ୍ୟକ୍ଷ ଶ୍ରୀ ବିବେକ କୁମାର ମହାଳିକ, ଅଧ୍ୟାପକ ଦାମୋଦର ସାହୁ,ଅଧ୍ୟାପକ ଅଖିଳ କୁମାର ଭଟ୍ଟ, ଅଧ୍ୟାପକ ଡ଼ଃ ରବି ପାଣିଗ୍ରାହୀ,ପଞ୍ଚାନନ ଦୁରିଆ, ସିମାଞ୍ଚଳ ପଟନାୟକ,ସସ୍ମିତା ପ୍ରଧାନ,ଦେବକୀ ଦିଶାରୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମଞ୍ଚlସିନ ଅତିଥି ମାନେ ବିଦ୍ୟାଳୟ ଏକ ଶିକ୍ଷାର ମନ୍ଦିର, ଏଠାରେ ଯୋଗଦାନ କରି ଥିବା ସମସ୍ତ ଶିକ୍ଷlର୍ଥୀମାନଙ୍କୁ ପ୍ରତିଦିନ ଗୁରୁଜନ ମାନଙ୍କୁ ସ୍ନେହ ଶ୍ରଦ୍ଧା ସମାନ କରିବା ସହ ମହାନ ବ୍ୟକ୍ତି ମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଭଲ ପାଠ ପଢିବା ସହ ଅନୁଷ୍ଠାନ ର ଗୌରବ ବୃଦ୍ଧି କରିବା ପାଇଁ ଉପଦେଶ ଦେଇଥିଲେ lତତ ସହିତ ଅନୁଷ୍ଠାନର ଯୁବ ରେଡ କ୍ରସ ଓ ଜାତୀୟ ସେବା ଯୋଜନା ବିଭାଗ ତରଫରୁ ମିଳିତ ଭାବେ ବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ପାଇଁ ସ୍ଵଚ୍ଚ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଅନୁଷ୍ଠାନରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା l ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ଅନୁଷ୍ଠାନ ର ଈଶ୍ୱର ମାଝୀ, ଯାଦବ ମହାନ୍ତି, ବାବୁଲା ନାୟକ, ଶୈଳବାଳା ରାଉତ ଙ୍କ ସହ ସମସ୍ତ ଛାତ୍ର ଛାତ୍ରୀ ଯୋଗ ଦେଇ ଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ମଧୁସୂଦନ ପାଠାଗାର ରେ ମଧୁସୂଦନ ଦାସ ଙ୍କ ଜୟନ୍ତୀ ପାଳିତ 

masiha

୧- ବାରିକ ସମାଜର ବାର୍ଷିକ ମହୋତ୍ସବ, ୨- ଧରାକୋଟ ବ୍ଲକରେ ଯୋଗ ଶିବିର

Sunil Chandra Nayak

ବାଧ୍ୟତାମୂଳକ ଶିକ୍ଷା ଅଧିକାର ଅଧିନିୟମ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!