ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଗାଣ ବର୍ଷା ରେ ବସ୍ତି ବାସିନ୍ଦା ଙ୍କୁ ପଲିଥିନ ବାଣ୍ଟିଲେ ପ୍ରଶାନ୍ତ

ରାଉରକେଲା/ବସ୍ତି ବାସିନ୍ଦା ଙ୍କ ସୁଖଦୁଃଖ ରେ ନିଜକୁ ସାମିଲ କରିଆସୁଥିବା ସମାଜସେବୀ ପ୍ରଶାନ୍ତ ସେଠୀ ଲଗାଣ ବର୍ଷାରେ ପ୍ରଭାବିତ ଜନସାଧାରଣଙ୍କ ଦୁଃଖ ସମସ୍ୟା ବୁଝିବା ସହିତ ଆଜି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ତ୍ୱରିତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଲଘୁଚାପ ପ୍ରଭାବରେ ରାଉରକେଲା ରେ ଝଡବର୍ଷା ଦୁଇ ଦିନ ଧରି ଲାଗି ରହିଵା ଫଳରେ ଜନସାଧାରଣ ବହୁ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ l ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ବସ୍ତି ର ତଳି ଅଞ୍ଚଳ ରେ ପାଣି ପଶିଯିବା ସହ କେତକ ଙ୍କ ଘରେ ମଧ୍ୟ ପାଣି ପଶି ଯାଇଥିଲା । ଯାହାଦ୍ୱାରା ବସ୍ତି ବାସିନ୍ଦା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀ ନିଜ ସମର୍ଥକଙ୍କ ସହ ସେକ୍ଟର ଆଖପାଖ ଅଞ୍ଚଳର ବିଭିନ୍ନ ବସ୍ତି କୁ ଯାଇ ଘର ଘର ବୁଲି ଲୋକଙ୍କ ସମସ୍ୟା ବୁଝି ଥିଲେ। ଏହି ଅବସରରେ କେତେକ ଘର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା। ସେମାନେ କିପରି ସରକାରୀ ସ୍ତରରେ ଘରଭଙ୍ଗା ଅର୍ଥ ସାହାଯ୍ୟ ସହଯୋଗ ପାଇବେ ସେ ନେଇ ସଂପୃକ୍ତ ସରକାରୀ ଅଧିକାରୀ ଙ୍କ ସହ ଆଲୋଚନା କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଏହି ପ୍ରତିଶୃତି ସ୍ୱରୂପ କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ନେଇ ରାଜସ୍ୱ ବିଭାଗ ସହିତ ଶ୍ରୀ ସେଠୀ ଆଲୋଚନା କରିଥିଲେ l ଯେଉଁ ମାନଙ୍କର ଘର ଝଡବର୍ଷାରେ ଭାଙ୍ଗି ଯାଇଥିଲା ସେମାନଙ୍କୁ ସରକାରଙ୍କ ରାଜସ୍ୱ ବିଭାଗ ମାଧ୍ୟମରେ ଭଙ୍ଗାଘରକୁ ସୁରକ୍ଷିତ ରଖିବା ପାଇଁ ଜରି ପାଲ ବାଣ୍ଟିଲେ । ଶ୍ରୀ ସେଠୀ ଙ୍କ ସହିତ ତାଙ୍କର ସହଯୋଗୀ ମାନେ ଏହି ସହାୟତା କାର୍ଯ୍ୟରେ ଉପସ୍ଥିତ ଥିଲେ l ପ୍ରଭାବିତ ବସ୍ତି ବାସିନ୍ଦା ଏଥିପାଇଁ ଶ୍ରୀ ସେଠୀଙ୍କୁ କୃତଜ୍ଞତା ଜଣାଇଥିଲେ l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଜିଲ୍ଲା ରେ ଶିଶୁଙ୍କ ପାଇଁ ଶୁଭାରମ୍ଭ ହେଲା ‘କୁଶାଲ ବଚ୍‌ପନ୍’ ଅଭିଯାନ

Sunil Chandra Nayak

ବସ୍ତା ଅଞ୍ଚଳ ର ସମାଚାର

masiha

ମା’ ବିରଜା ପୀଠରେ ୧୨ ପର୍ଯ୍ଯାୟ କମ୍ବଳ ବାଣ୍ଟିଲା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ

masiha

Leave a Comment

error: Content is protected !!