ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହାନ ମାର୍କ୍ସବାଦୀ ଦାର୍ଶନିକ କମ୍ରେଡ ଶିବାଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ଉପଲକ୍ଷେ ବାଲୁକା କଳାରେ ଶ୍ରଦ୍ଧାଞ୍ଜଳି

କର୍ଲାମୁଣ୍ଡା: କମ୍ରେଡ ଶିବଦାସ ଘୋଷ ୧୯୨୩ ମସିହା ଅଗଷ୍ଟ ୫ ତାରିଖ ଦିନ ବାଂଲାଦେଶର ଢାକା ଜିଲ୍ଲାରେ ଏକ ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ଗ୍ରହଣ କରି ଥିଲେ l ଭାରତ ସ୍ୱାଧୀନତା ଆନ୍ଦୋଳନର ଆପୋଷହୀନ ଧାରାର ଜଣେ ସୈନିକ ଭାବରେ ଲଢାଖୁ ପାର୍ଟି ଅନୁଶୀଳନ ସମିତିରେ ଯୋଗଦେଇ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣ କରି ତିନି ବର୍ଷ ଜେଲଦଣ୍ଡ ଭୋଗିଥିଲେ l ଭାରତରେ ସେହି ସମୟରେ CPI, CPM ଭଳି ବଡ଼ ବଡ଼ କମ୍ୟୁନିଷ୍ଟ ପାର୍ଟି ଥିଲେହେଁ ଭାରତର ସ୍ୱାଧୀନତା ଆନ୍ଦୋଳନରେ ସେମାନଙ୍କ ଭୂମିକା କୁ ସେ ନାପସନ୍ଦ କରିଥିଲେ l ସେ ଲକ୍ଷ କରିଥିଲେଯେ ଭାରତରୁ ଇଷ୍ଟ ଇଣ୍ଡିଆ କମ୍ପାନୀ ହଟିଯିବ କିନ୍ତୁ ଶୋଷିତ, ନିଷ୍ପେସିତ ମଣିଷ ମାନଙ୍କର ମୁକ୍ତି ଅସମ୍ଭବ l କାରଣ ବ୍ରିଟିଶ ବଦଳରେ ପୁଞ୍ଜିପତି, ଦେଶୀ କମ୍ପାନୀ ମାନଙ୍କର ଶାସନ ଚଳିବ l ତେଣୁ ସେ ୧୯୪୮ ମସିହାରେ ସଦ୍ୟସ୍ୱାଧୀନତା ଲାଭ କରିଥିବା ଭାରତ ଦେଶରେ କଲିକତାର କିଛି ହାତଗଣତି ଛାତ୍ର ଯୁବକଙ୍କୁ ନେଇ SUCI (Socialist Unity Centre of India) ନାମରେ ଏକ ନୂତନ କମ୍ୟୁନିଷ୍ଟ ଦଳ ଗଠନ କରି ମାର୍କ୍ସବାଦ ଲେନିନବାଦର ସଠିକ ବ୍ୟାଖ୍ୟା କରି ମାର୍କ୍ସ ବାଦକୁ ନିଜର ଶେଷଜୀବନ ପର୍ଯ୍ୟନ୍ତ ସଠିକ ଭାବରେ ପ୍ରୟୋଗ କରିଥିଲେ l ତାଙ୍କର ଦର୍ଶନରେ ଭାରତର ହଜାର ହଜାର ଛାତ୍ର ଯୁବକ ଅନୁପ୍ରାଣିତ ହୋଇ ବର୍ତ୍ତମାନ ତାଙ୍କର ହାତତିଆରି ବିପ୍ଲବୀ ଦଳ SUCI (COMMUNIST) ବର୍ତ୍ତମାନ ସାରା ଦେଶ ରେ ଜନସମସ୍ୟାର ସମାଧାନ ଦିଗରେ ଆନ୍ଦୋଳନ ଜାରି ରଖିଛି I କମ୍ରେଡ ଘୋଷଙ୍କ ଦ୍ୱାରା ରଚିତ ପୁସ୍ତକ ଗୁଡିକ ବିଭିନ୍ନ ଦେଶ ବିଦେଶର ଆଦୃତଲାଭ କରିଛି ଓ କମ୍ୟୁନିଷ୍ଟ ଆନ୍ଦୋଳନକୁ ନୂତନ ଦିଶା ଦେଖାଇଛି I ଏହି ମହାନ ମାର୍କ୍ସବାଦୀ ଦାର୍ଶନିକ, ପଥ ପ୍ରଦର୍ଶକ, ସର୍ବହରାର ମହାନ ନେତା କମ୍ରେଡ ଶିବାଦାସ ଘୋଷଙ୍କ ଜନ୍ମ ଶତବାର୍ଷିକୀ ଅଗଷ୍ଟ ୫ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ପୂର୍ବକ ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଡ଼ଙ୍ଗରମୁଣ୍ଡା ଗ୍ରାମର ଯୁବ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ I

 କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଉମରକୋଟ ରେ କଳସୀ ଯାତ୍ରା ମହା ଆଡ଼ମ୍ବରରେ ହେଉଛି ପାଳିତ 

masiha

ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଫେଇ କାର୍ଯ୍ୟକ୍ରମ 

masiha

ନବରଙ୍ଗପୁର ମହାବିଦ୍ୟାଳୟରେ ଭାରତୀୟ ଭାଷା ଦିବସ ପାଳିତ

masiha

Leave a Comment

error: Content is protected !!