ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି  ମହମ୍ମଦ ସାହେବ ଙ୍କୁ କେସିଙ୍ଗା କଂଗ୍ରେସ ଦ୍ବାରା ବିପୁଳ ସମ୍ବର୍ଦ୍ଧନା

କେସିଙ୍ଗା:୦୬/୦୮ – (ମନିସ):- ମହମ୍ମଦ ସାହେବ ନୂତନ ଯୁବ କଂଗ୍ରେସ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ଆଜି ଯଥା ତା ୦୫/୦୮/୨୦୨୩ ରିଖ ଦିନ ଏହି ଅବସରରେ କେସିଙ୍ଗା ଠାରେ  କଂଗ୍ରେସ ଦଳ ପକ୍ଷରୁ ସମର୍ଦ୍ଧିତ କରାଯାଇଥିଲା। ଆୟୋଜିତ ଏହି ସମର୍ଦ୍ଧିତ କାର୍ଯ୍ଯକ୍ରମ ରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପୂର୍ବତନ ଚେୟାରମ୍ୟାନ ତଥା ବରିଷ୍ଠ ନେତା ରାମୁ ଜୈନ ସଭାପତି ଶ୍ରୀଯୁକ୍ତ ବାସୁଜୈନ, କଂଗ୍ରେସର ବିଶିଷ୍ଟ ଯୁବନେତା ଶ୍ରୀଯୁକ୍ତ ସାଗର ଚରଣ ଦାସ,  ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଛାତ୍ର କଂଗ୍ରେସ ନେତା, ମହିଳା କଂଗ୍ରେସ ନେତ୍ରୀ ସମେତ୍ ବରିଷ୍ଠ କଂଗ୍ରେସ ନେତା ଗଣ ଉପସ୍ଥିତ ରହିଥିଲେ। କଂଗ୍ରେସ ର ଆଭିମୁଖ୍ୟକୁ ପାଥେୟ କରି କଂଗ୍ରେସ ଦଳକୁ ମଜଭୂତ କରି ଗଢିତୋଳିବା ପାଇଁ ଆଲୋଚନା କରାଯାଇଥିଲା। ବର୍ତ୍ତମାନର କ୍ଷମତାସୀନ ବିଜେପି ଦଳର ଏକଛତ୍ରବାଦ ନୀତି ବିରୁଦ୍ଧରେ ସଂଘର୍ଷ କରି ଦେଶକୁ ଉଦ୍ଧାର କରିବା ପାଇଁ  ଆହ୍ବାନ ଦିଆଯାଇଥିଲା ।    ଏହାକୁ ନେଇ ନୂତନ ଭାବେ ନିର୍ବାଚିତ ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସାହେବ କେସିଙ୍ଗା ବ୍ଳକ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତା ଯୁବ ନେତା, ଛାତ୍ର ନେତା ଓ ମହିଳା ନେତ୍ରୀ ଙ୍କୁ ଏକତ୍ରିତ ହୋଇ ସଂଗ୍ରାମ ଜାରି ରଖିବା ପାଇଁ ପରାମର୍ଶ ଦେବା ସହ ନୂତନ ଭାବେ ନିର୍ବାଚିତ କଂଗ୍ରେସ ଯୁବ ସଭାପତି ଧନ୍ୟବାଦ ଅର୍ପଣ କରିଥିବା ଜଣାପଡିଛି।

Related posts

ଧର୍ମଗଡ ବିଜେପି ପକ୍ଷରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ପାଇଁ ବ୍ୟାପକ ପ୍ରସ୍ତୁତି

masiha

ପ୍ରବାଦପୁରୁଷ ଭୂମିପୁତ୍ର ବିଜୁବାବୁଙ୍କ 107ତମ ଜୟନ୍ତୀ ପାଳନ

Sunil Chandra Nayak

ବ୍ରହ୍ମଗିରି ଅଞ୍ଚଳରେ ୬ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣା  ରାଜ୍ୟରେ ମହିଳା ଓ ଶିଶୁଙ୍କ ସୁରକ୍ଷା ବିପର୍ଯ୍ୟସ୍ତ: ବିଜେଡି

Sunil Chandra Nayak

Leave a Comment

error: Content is protected !!