ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନବ ନିର୍ବାଚିତ କଳାହାଣ୍ଡି ଜିଲ୍ଲା ଯୁବ କଂଗ୍ରେସ ସଭାପତି  ମହମ୍ମଦ ସାହେବ ଙ୍କୁ କେସିଙ୍ଗା କଂଗ୍ରେସ ଦ୍ବାରା ବିପୁଳ ସମ୍ବର୍ଦ୍ଧନା

କେସିଙ୍ଗା:୦୬/୦୮ – (ମନିସ):- ମହମ୍ମଦ ସାହେବ ନୂତନ ଯୁବ କଂଗ୍ରେସ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ଆଜି ଯଥା ତା ୦୫/୦୮/୨୦୨୩ ରିଖ ଦିନ ଏହି ଅବସରରେ କେସିଙ୍ଗା ଠାରେ  କଂଗ୍ରେସ ଦଳ ପକ୍ଷରୁ ସମର୍ଦ୍ଧିତ କରାଯାଇଥିଲା। ଆୟୋଜିତ ଏହି ସମର୍ଦ୍ଧିତ କାର୍ଯ୍ଯକ୍ରମ ରେ କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପୂର୍ବତନ ଚେୟାରମ୍ୟାନ ତଥା ବରିଷ୍ଠ ନେତା ରାମୁ ଜୈନ ସଭାପତି ଶ୍ରୀଯୁକ୍ତ ବାସୁଜୈନ, କଂଗ୍ରେସର ବିଶିଷ୍ଟ ଯୁବନେତା ଶ୍ରୀଯୁକ୍ତ ସାଗର ଚରଣ ଦାସ,  ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଛାତ୍ର କଂଗ୍ରେସ ନେତା, ମହିଳା କଂଗ୍ରେସ ନେତ୍ରୀ ସମେତ୍ ବରିଷ୍ଠ କଂଗ୍ରେସ ନେତା ଗଣ ଉପସ୍ଥିତ ରହିଥିଲେ। କଂଗ୍ରେସ ର ଆଭିମୁଖ୍ୟକୁ ପାଥେୟ କରି କଂଗ୍ରେସ ଦଳକୁ ମଜଭୂତ କରି ଗଢିତୋଳିବା ପାଇଁ ଆଲୋଚନା କରାଯାଇଥିଲା। ବର୍ତ୍ତମାନର କ୍ଷମତାସୀନ ବିଜେପି ଦଳର ଏକଛତ୍ରବାଦ ନୀତି ବିରୁଦ୍ଧରେ ସଂଘର୍ଷ କରି ଦେଶକୁ ଉଦ୍ଧାର କରିବା ପାଇଁ  ଆହ୍ବାନ ଦିଆଯାଇଥିଲା ।    ଏହାକୁ ନେଇ ନୂତନ ଭାବେ ନିର୍ବାଚିତ ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ସାହେବ କେସିଙ୍ଗା ବ୍ଳକ କଂଗ୍ରେସ ଦଳର ସମସ୍ତ ବରିଷ୍ଠ ନେତା ଯୁବ ନେତା, ଛାତ୍ର ନେତା ଓ ମହିଳା ନେତ୍ରୀ ଙ୍କୁ ଏକତ୍ରିତ ହୋଇ ସଂଗ୍ରାମ ଜାରି ରଖିବା ପାଇଁ ପରାମର୍ଶ ଦେବା ସହ ନୂତନ ଭାବେ ନିର୍ବାଚିତ କଂଗ୍ରେସ ଯୁବ ସଭାପତି ଧନ୍ୟବାଦ ଅର୍ପଣ କରିଥିବା ଜଣାପଡିଛି।

Related posts

କାମାକ୍ଷାନଗର ବ୍ଲକରେ ଆମ୍ ଆଦମୀ ପାର୍ଟିର କାର୍ଯ୍ୟକର୍ତ୍ତା ସମ୍ମିଳନୀ

Sunil Chandra Nayak

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ପୁଣ୍ୟତିଥି ଅବସରରେ ସମର୍ପଣ ଦିବସ

masiha

ଭାରତୀୟ ଜନତା ପାର୍ଟି, ପାନପୋଷ ସାଂଗଠନିକ ଜିଲ୍ଲା , ରାଉରକେଲା ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ରଙ୍ଗିଲା ଛକ ଠାରେ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!