ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡିରେ ସ୍ବାସ୍ଥ୍ୟ ସେବାର ବିକଳ ଚିତ୍ର , ଟର୍ଚ୍ଚ ଆଲୁଅରେ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା

କଳାହାଣ୍ଡି ମୁଖ୍ୟ ଡାକ୍ତରଖାନାରେ ରୋଗୀଙ୍କ ଅନ୍ଧାରୀ ଚିକିତ୍ସା ଭଳି ଉଦବେଗଜନକ ଚିତ୍ର ସାମ୍ନାକୁ ଆସିଛି।ଶନିବାର ରାତି ୭ଟାରେ ଏମସିଏଚ ବିଲ୍ଡିଂ ପ୍ରସୂତି ଓ ଚିକିତ୍ସା ବିଭାଗ ୱାର୍ଡରେ ବିଦ୍ୟୁତ ନଥିବାରୁ ଟର୍ଚ୍ଚ ଆଲୁଅରେ ଡାକ୍ତର ରୋଗୀ ଦେଖୁଥିବା ଘଟଣା ରୋଗୀଙ୍କ ପରିଜନ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି । ଦୀର୍ଘ ଦୁଇ ଘଣ୍ଟା ଧରି ଏଭଳି ଅବ୍ୟବସ୍ଥା ଯୋଗୁ ଏମସିଏଚ୍ ବିଲଡିଂ ରେ ଚାପା ଉତ୍ତେଜନା ଦେଖାଯାଇଥିଲା।ଏହି ଘଟଣା ମୁଖ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ବହୀନତାକୁ ପଦାରେ ପକାଇଦେଇଛି ।

ସୂଚନା ଅନୁଯାୟୀ, ଶନିବାର ସନ୍ଧ୍ୟାରେ ବିଜୁଳି ଚାଲି ଯାଇଥିଲା। ପରେ ଏମସିଏଚ ରେ ନିୟୋଜିତ କର୍ମଚାରୀ ଜେନେରେଟର ଚଳାଇଥିଲେ । ଡିଜିରେ ଥିବା ବ୍ୟାଟେରୀ ଅଚାନକ ଫାଟିଯିବାରୁ ପ୍ରଚଣ୍ଡ ଶବ୍ଦ ହୋଇଥିଲା । ପୂର୍ବରୁ ବିଦ୍ୟୁତ ନଥିବାରୁ ସଂପୂର୍ଣ୍ଣ ଏମସିଏଚ ବିଲ୍ଡିଙ୍ଗ ର ବିଭିନ୍ନ ୱାର୍ଡ, ଅସ୍ତ୍ରୋପଚାର କକ୍ଷରେ ବିଜୁଳି ନଥିଲା।ଫଳରେ ସାରା ଡାକ୍ତରଖାନା ଦୁଇ ଘଣ୍ଟା ଧରି ଅନ୍ଧକାରରେ ବୁଡ଼ି ରହିଥିଲା। ପ୍ରସୂତି ଓ ଶିଶୁ ଚିକିତ୍ସା ବିଭାଗରେ ଚିକିତ୍ସିତ ହେଉଥବା ମହିଳା ଓ ଡାକ୍ତର ଟର୍ଚ୍ଚ ବ୍ୟବହାର କରି ଚିକିତ୍ସା କରିଥିଲେ। 

ମିଳିଥିବା ସୂଚନା ମୁତାବକ ମୁଖ୍ୟ ଡାକ୍ତରଖାନାରେ ଲାଗିଥୁବା ଡିଜି ଜେନେରେଟର ବ୍ୟାଟେରି ୨୦୧୯ ରେ ଲଗାଯାଇଥିଲା। ଦୀର୍ଘ ୫ ବର୍ଷ ଧରି ତାହାର ରକ୍ଷଣାବେକ୍ଷଣ ଯୋଗାଣ କରିଥିବା ସଂସ୍ଥା କରୁ ନଥିବାବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହି ବାବଦକୁ ଲକ୍ଷାଧିକ ଟଙ୍କା ପଇଠ କରି ଚାଲିଛନ୍ତି। ଯୋଗାଣ ସଂସ୍ଥା ଓ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ଏହା ସ୍ପଷ୍ଟ କରୁଛି।ଏ ସଂପର୍କରେ କଳାହାଣ୍ଡି ମୁଖ୍ୟ ଚିକିତ୍ସାଧତ୍କାରୀ ଡା. ଗିରିଶ ଚନ୍ଦ୍ର ରାଉତଙ୍କୁ ପଚାରିବାରୁ ଡିଜି ବ୍ୟାଟେରି ପୋଡିଯିବାରୁ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା ।

ପରେ ସ୍ଥାନୀୟ ବଜାରରୁ ବ୍ୟାଟେରି ଅଣାଯାଇ ସଂଯୋଗ କରାଯାଇଛି । ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ହୋଇଥବା କହିଛନ୍ତି। ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ଦୀର୍ଘ ଦିନର ଦାବି କ୍ରମେ ଭବାନୀପାଟଣା ଭଙ୍ଗାବାରିଠାରେ ମେଡିକାଲ କଲେଜ ସ୍ଥାପନ ହୋଇଛି ।ଶିକ୍ଷାବର୍ଷ ୨୦୨୩-୨୪ରୁ ଛାତ୍ରଛାତ୍ରୀଙ୍କ ନାମ ଲେଖା ଆରମ୍ଭ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ଅପରପକ୍ଷରେ ସହୀଦ ରଣ୍ଡୋ ମାଝୀ ନାମରେ ନାମିତ ମେଡିକାଲ କଲେଜର ଡାକ୍ତରଖାନା ଆଗାମୀ ଦୁଇ ବର୍ଷ ଅର୍ଥାତ ଭଙ୍ଗାବାରିଠାରେ ମେଡିକାଲ କଲେଜର ହସ୍ପିଟାଲ କାର୍ଯକ୍ଷମ ହେବା ପର୍ଯ୍ୟନ୍ତ ମୁଖ୍ୟ ଡାକ୍ତରଖାନାରେ ହସ୍ପିଟାଲ ଚାଲିବ।ତେବେ ଏଠାରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ହୋଇପାରୁ ନଥବା ବେଳେ କିଭଳି ତାହା ସମ୍ଭବ ହେବ ଏ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଅବକାରୀ ବିଭାଗ ଦ୍ଵାରା ବିଶ୍ଵ ପରିବେଶ ଦିବସ ପାଳନ 

masiha

ନବରଙ୍ଗପୁରରେ ପଲ୍ସ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ, ବିଧାୟକ ନିଜେ ଶିଶୁକୁ ପୋଲିଓ ବୁନ୍ଦା ଖୁଆଇଲେ 

Sunil Chandra Nayak

ରାଜାରାଜୁଡ଼ା ଅମଳର ବାବା ଐଶ୍ବାନେଶ୍ବର ଶୈବପୀଠ ସମ୍ମୁଖରେ ପ୍ରସିଦ୍ଧ ଉଡାପର୍ବ ମହାସମାରୋହରେ ସଂପନ୍ନ; ୫୦ ହଜାରରୁ ଉର୍ଦ୍ଧ୍ବ ଜନ ସମାଗମ

masiha

Leave a Comment

error: Content is protected !!