ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ

ନର୍ଲା ୧୭/୧ (ମନିସ) ନର୍ଲା ପୋଲିସ ପକ୍ଷରୁ ୩୪ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି। ନର୍ଲା ଆଇଆଇସି ଗଙ୍ଗାଧର ମେହେରଙ୍କ ନେତୃତ୍ବରେ ଏହି ସଡକ ସୁରକ୍ଷା ସପ୍ତାହ ପାଳନ ହୋଇଥିବା ବେଳେ ସଡ଼କ ସୁରକ୍ଷା ପାଇଁ ସମସ୍ତେ କିଭଳି ଟ୍ରାଫିକ ନିୟମ ପାଳନ କରିବେ, ବାଇକ ଚଳାଇବା ବେଳେ ହେଲମେଟ ପରିଧାନ କରିବା ,କାରରେ ଗଲାବେଳେ ସିଟବେଲ୍ଟ ଲଗାଇବା, ମଦ୍ୟପାନ କରି ଗାଡ଼ି ଚାଳନା ନ କରିବା ସମ୍ପର୍କରେ ଲୋକମାନଙ୍କୁ ଶୋଭାଯାତ୍ରା ମାଧ୍ୟମରେ ଅବଗତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ନର୍ଲା ପୋଲିସ କର୍ମଚାରୀ,ଏସ୍ଆଇ ନିସିକା ମାଝୀ, ନର୍ଲା ଡିଗ୍ରୀ କଲେଜ ଅଧ୍ୟକ୍ଷ ନାରାୟଣ ପ୍ରସାଦ ନାଏକ, ଅଧ୍ୟାପିକା ବାସନ୍ତୀ ସାହୁ ଓ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ସେହିପରି ଯୁକ୍ତ ଦୁଇ କଲେଜ ଛାତ୍ରଛାତ୍ରୀମାନଙ୍କ ସହ ଅଧ୍ୟାପକ ସୁରେଶ ନାଏକ, ମନୋଜ ନନ୍ଦ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କୁ ସଡ଼କ ସୁରକ୍ଷା ଉପରେ ସଚେତନ କରିଥିଲେ।

ଦୀପକ କୁମାର ଠାକୁର ନର୍ଲା ମସୀହା ପ୍ରତିନିଧି

Related posts

କୃଷି ଭିତ୍ତିକ ଚାଷୀ ମାନଙ୍କ ତାଲିମ ଶିବିର

Sunil Chandra Nayak

ଆମ ପରମ୍ପରାରେ ରଜ ଉତ୍ସବ ଆଲୋଚନାଚକ୍ର 

Sunil Chandra Nayak

ଶତାୟୁ,ବି.ବି.ହାଇସ୍କୁଲ, ଢେଙ୍କାନାଳରେ ବିମଳ କିଶୋର ମିଶ୍ର ସ୍ମାରକୀ ଶ୍ରେଷ୍ଠ ଛାତ୍ର -ଛାତ୍ରୀ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!