ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିପଡାରେ ସନ୍ମୁଖା ଏଗ୍ରିଟେକ୍ ଲିମିଟେଡ୍ ପକ୍ଷରୁ କୃଷକ ସମ୍ମିଳନୀ

ବାଲିପଡାରେ ସନ୍ମୁଖା ଏଗ୍ରିଟେକ୍ ଲିମିଟେଡ୍ ପକ୍ଷରୁ କୃଷକ ସମ୍ମିଳନୀ  

ରୁପ୍ରା, 12/10 (ଅଜୟ ସେନାପତି ) : ନର୍ଲା ବ୍ଲକ ଭାନପୁର ପଞ୍ଚାୟତ ଅନ୍ତର୍ଗତ ବାଲିପଡା ଠାରେ ସନ୍ମୁଖା ଏଗ୍ରିଟେକ୍ ଲିମିଟେଡ୍ ପକ୍ଷରୁ ଏକ କୃଷକ ସମ୍ମିଳନୀ ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ଏଗ୍ରିଟେକ୍ ଲିମିଟେଡ୍ ର ବିକ୍ରୟ ପରିଚାଳକ ଶ୍ରୀ ଫକୀର ଚରଣ ସାହୁ ଓ ମାର୍କେଟିଂ ଡେଭଲପର୍ ଶ୍ରୀ ବାସୁଦେବ ଦାସ ଯୋଗଦେଇ କମ୍ପାନୀରେ ପ୍ରସ୍ତୁତ ହେଉଥିବା ବିଭିନ୍ନ କୀଟନାଶକ ଔଷଧ, ଜୈବିକ ସାର ଓ ଅଣୁସାର ଆଦିର ବ୍ୟବହାର ସହିତ କେମିତି ଜୈବିକ ପଦ୍ଧତିରେ ମାଟି ଉର୍ବର ରଖି ଫସଲରେ ଉତ୍ପାଦନ ବୃଦ୍ଧି ହେଇପାରିବ ତା ଉପରେ ଉପସ୍ଥିତ ଥିବା ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ସେହିପରି ଉକ୍ତ ବୈଠକରେ କ୍ଷେତ୍ର ସହାୟକ ଶ୍ରୀ ଶୁଭେନ୍ଦୁ କୁମାର ସେନାପତି ଏବଂ ସତେଜ ଫର୍ଟିଲାଇଜର୍ ପ୍ରୋପାଇଟର୍ ଶ୍ରୀ ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । 

ଏହି ସମ୍ମିଳନୀରେ 50 ରୁ ଅଧିକ ଚାଷୀ ଉପସ୍ଥିତ ଥିଲେ । ସନ୍ମୁଖା କମ୍ପାନୀର ରିଜିଓନାଲ୍ ମ୍ୟାନେଜର୍ ଶ୍ରୀ ଦିଲୀପ କୁମାର ସାହୁ, ଆସିଷ୍ଟାଣ୍ଟ ଜେନେରାଲ୍ ମ୍ୟାନେଜର ଡାଃ ପ୍ରଶାନ୍ତ ପରିଡା ଏବଂ ସିନିୟର ମାର୍କେଟ୍ ଡେଭଲପମେଣ୍ଟ୍ ଅଫିସର୍ ଶ୍ରୀ ସୁରେଶ କୁମାର ମିଶ୍ର ଉପସ୍ଥିତ ରହି ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ ।

 

Related posts

ମଣ୍ଡେଇ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ପ୍ରତିଯୋଗିତା ଆୟୋଜନ କମିଟି ର ପ୍ରସ୍ତୁତି ବୈଠକ 

masiha

ଜାରିଙ୍ଗ ଠାରେ ରକ୍ତଦାନ ଶିବିର ୬୦ ୟୁନିଟ ରକ୍ତ ସଂଗୃହୀତ 

masiha

ସି ଭି ରମଣ ଗ୍ଲୋବାଲ୍ ୟୁନିଭରସିଟି ଜି-୨୦ ଜନ ଭାଗିଦାରୀ ଅଭିଯାନ

Sunil Chandra Nayak

Leave a Comment

error: Content is protected !!