ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ଟ୍ୟାକ୍ସ ବାର ଆସୋସିଏସନର କନଫରେନ୍ସ ୨୦୨୩ (ଜ୍ଞାନସେତୁ) ଆସନ୍ତା ୨୬ ଓ ୨୭ରେ

ରାଉରକେଲା/ ରାଉରକେଲା ଟ୍ୟାକ୍ସବାର ଆସୋସିଏସନ୍ ର ଦୁଇଦିନିଆ ଜାତୀୟ ସମ୍ମିଳନୀ ୨୦୨୩ (ଜ୍ଞାନସେତୁ) ଚଳିତ ମାସ ୨୬ ଓ ୨୭ତାରିଖ ଦିନ ବେଦବ୍ୟାସ ସ୍ଥିତ ପାହାଡି ହୋଟେଲ ଠାରେ ଆୟୋଜନ କରିବ ବୋଲି ବ୍ରାହ୍ମଣୀକ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଜ୍ଞାନସେତୁ କାର୍ଯ୍ୟକ୍ରମରେ ସର୍ବଭାରତୀୟ ସ୍ତରର ଟ୍ୟାକ୍ସ ପ୍ରବକ୍ତା ମାନେ ଯୋଗଦେଇ ଜିଏସଟି ଓ ଇନକମ୍ ଟ୍ୟାକ୍ସ ସଂପର୍କରେ ଆଲୋଚନା କରିବେ। ଏଥିରେ ମୁଖ୍ୟଅତିଥି ଓ ସମ୍ମାନିତ ଅତିଥି ଭାବେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ଅନ୍ୟତମ ବିଚାରପତି ସି ଆର ଦାସ ଯୋଗଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଆସୋସିଏସନ୍ ର ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଅଗ୍ରୱାଲ, ଉପାଧ୍ୟକ୍ଷ ପି ସି ରଥ, ସଂପାଦକ ଦିଲିପ ଅଗ୍ରୱାଲ, ସଞ୍ଜୟ କୁମାର ଅଗ୍ରୱାଲ,ବିକାଶ ରାଠି, ସୁରେନ୍ଦ୍ର ପ୍ରଜାପତି, ନରେଶ ଅଗ୍ରୱାଲ,ପ୍ରଦୀପ ଯାଦବ,ସଞ୍ଜୟ ମିଶ୍ର, ଦିଲ୍ଲୀପ ସିଂହ,ଦ୍ବିତିକୃଷ୍ଣ ପ୍ରଧାନ, ପିତାମ୍ବର ପାଣିଗ୍ରାହୀ, ପଦ୍ମନାଭ ବିଶି, ବି ପି ଦାସ ଓ ଲୋକସମ୍ପର୍କ ଅଧିକାରୀ ପ୍ରଦୀପ୍ତ କୁମାର ରାଉତ ପ୍ରମୁଖ ଙ୍କ ସହ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉପନ୍ୟାସ ” ଅନ୍ତିମ ପରୀକ୍ଷା” ଓ ” ମମତା ” ପାଇଁ ଔପନ୍ୟାସିକ ଭାଗିରଥି ଗିରିଙ୍କୁ ସାରସ୍ବତ ସମ୍ମାନ 

masiha

ମୋହନ ସରକାର ଭତ୍ତା ବୃଦ୍ଧି ପାଣିର ଗାର : ଏହାକୁ ବିରୋଧ କରି ବାରିପଦା ବିଜେଡି ପକ୍ଷରୁ ବିକ୍ଷୋଭ 

masiha

ଆନ୍ତର୍ଜାତୀୟ ମହିଳା ଦିବସ ୨୦୨୪ ପାଳିତ

masiha

Leave a Comment

error: Content is protected !!