ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ଭନ୍ଧୀୟ ଜିଲ୍ଲା ସମନ୍ୟୟ କମିଟି ବୈଠକ 

ଭବାନୀପାଟଣା ତା ୧୭.୬.୨୦୨୩: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ ଙ୍କ ଅଧ୍ୟକ୍ଷତାରେ ଏକ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ସମନ୍ୟୟ କମିଟି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ର ଯୁବପିଢୀ ଙ୍କୁ ତମାଖୁ ସେବନର ଭୟାବହ ପରିଣାମ ବିଷୟରେ ସଚେତନତା ଓ ନିରାକରଣ ଅଭିଯାନ ଉପରେ ବିଶେଷ ଆଲୋଚନା ହୋଇଥିଲା।ତମାଖୁ ମୁକ୍ତ ଜିଲ୍ଲା ପାଇଁ ବିଭିନ୍ନ ପଦକ୍ଷେପ ସଚେତନତା କାର୍ଯ୍ୟକ୍ରମ,ବିଦ୍ୟାଳୟ ମାନଙ୍କରେ ତମାଖୁ ମୁକ୍ତ ପରିବେଶ, COPTA ନିୟମ ୨୦୨୩କୁ ରୂପାୟନ ଓ ତ୍ୱରାନ୍ୱିତ ପଦକ୍ଷେପ, ସ୍କାଡ ଓ ଫାଇନ୍, ତମାଖୁ ମୁକ୍ତ ଗ୍ରାମ ଘୋଷଣା ଉପରେ ବିଶେଷ ଯୋଜନା କୁ ରୂପାୟନ ପାଇଁ ଅଧିକାରୀ ଙ୍କୁ ଦାୟିତ୍ୱ ଦିଆଗଲା।ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ଜନ ପ୍ରତିନିଧି, ସ୍ୱୟଂ ସହାୟକ ଗୋଷ୍ଠୀ,ସ୍ଵେଚ୍ଛାସେବୀ ସଂସ୍ଥା,ସଂପୃକ୍ତ ସରକାରୀ ଅଧିକାରୀ,ଶିକ୍ଷକ, ବୁଦ୍ଧିଜୀବୀ,ଛାତ୍ର ଛାତ୍ରୀ ମାନଙ୍କୁ ସାମିଲ କରାଯାଇଛି।୨୦୨୨-୨୩ ରେ କାର୍ଯ୍ୟକାରୀ ସ୍କ୍ୱାଡ ଦ୍ଵାରା ୧୨ ଟି ଜାଗା ରେ ଚଢାଉ କରାଯାଇ ୧୮୧ ଆଇନ ଉଲଘଂନକାରୀ ଙ୍କ ଠାରୁ ୩୩,୫୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ୩୧.୫.୨୦୨୩ ରୁ ୩୧.୭.୨୦୨୩ ପର୍ଯ୍ୟନ୍ତ ଚାଲୁରହିବ।୨୦୨୩-୨୪ ରେ ୯୨ ବିଦ୍ୟାଳୟ ଏବଂ ୬ ମହାବିଦ୍ୟାଳୟ ରେ ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ରୂପେ ଘୋଷଣା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବୈଠକରେ ସି ଡି ଏମ ଓ ଡ ଗିରିଶ ଚନ୍ଦ୍ର ରାଉତ, ଡି ପି ଏଚ୍ଚ ଓ ଡ ମନୋ ମାଝୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିଜୟ କୁମାର ନନ୍ଦ, ଡି ପି ଏମ ଶ୍ରୀ ଅବନୀ ମହାପାତ୍ର, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଏଲ ଓ ସୁବାସ ଚନ୍ଦ୍ର ମଣ୍ଡଳ, ଡି ପି ଓ ପ୍ରହ୍ଲାଦ ପ୍ରଧାନ,ଅବକାରୀ ଅଧିକ୍ଷକ ରଞ୍ଜନ ନାୟକ,ସଞ୍ଜୟ ମିଶ୍ର ଆଇ ପି ଇ, ଡି ଇ ଓ ତଥା ସ୍ବାସ୍ଥ୍ୟ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏପିଡେମୀଓଲୋଜିଷ୍ଟ୍ ନିହାର ରଞ୍ଜନ ଠାକୁର।

ମସିହା ନିୟୂଜ୍ ସର୍ଭିସ୍ 

Related posts

ବେଦବ୍ୟାସ ପୀଠ ବିକାଶ ମଞ୍ଚ ଓ ରିଟାୟାଡ ଏମ୍ଲୋଇଜ୍ ଆସୋସିଏସନ ର ମିଳିତ ଆନୁକୂଲ୍ୟରେ’ ଶ୍ରୀମଦ୍ ଭାଗବତ: ଭକ୍ତି ଲୀଳାମୃତ ‘ ଶୀର୍ଷକ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

ପରିଚୟ ତରଫରୁ ଯୁବ କଳାକାର ସମାବେଶ

Sunil Chandra Nayak

ନବରଙ୍ଗପୁର ମହାବିଦ୍ୟାଳୟ ର ରସାୟନ ବିଜ୍ଞାନ ଡେମୋନଷ୍ଟ୍ରେଟର ସହଦେବ ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!