ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ଶୋଭାଯାତ୍ରା 

ଭବାନୀପାଟଣା ତା ୧୭.୬.୨୦୨୩: ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଏକ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବ୍ରତ କୁମାର ନାୟକ ଏବଂ ଶ୍ରୀ ତନ୍ମୟ କୁମାର ଦରୱାନ ଶୁଭାରମ୍ଭ କରିଥିଲେ। ଏହି ସଚେତନତା ଶୋଭାଯାତ୍ରା ରେ ବିକାଶ ଜିଏନଏମ ଟ୍ରେନିଙ୍ଗ କେନ୍ଦ୍ରର ଛାତ୍ର ଛାତ୍ରୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଭ୍ୟ, ଅଙ୍ଗନବାଡ଼ି କର୍ମୀ, “ଶକ୍ତି” କର୍ମକର୍ତ୍ତା, ୟୁନି ସେଫ୍ ଅଧିକାରୀ,ଜିଲ୍ଲା ସ୍ତରୀୟ ଅଧିକାରୀ ,ଶ୍ରମ କାର୍ଯ୍ୟାଳୟ ର କର୍ମଚାରୀ ପ୍ରମୁଖ ସାମିଲ ଥିଲେ। ଶୋଭାଯାତ୍ରା ରେ ଶିଶୁ ଶ୍ରମିକ ନିରାକରଣ ସମ୍ବନ୍ଧୀୟ ସଚେତନତା ସ୍ଲୋଗାନ ଦିଆଯାଇଥିଲା।ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ର ଲକ୍ଷ୍ୟ ଧା ର୍ଯ୍ୟରେ ଏହି ସଚେତନତା ବାର୍ତ୍ତା ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି। ସଚେତନତା ଶୋଭାଯାତ୍ରାରେ ସମୟରେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ,ସହକାରୀ ଶ୍ରମ ଅଧିକାରୀ ଶ୍ରୀ ଜିତମ୍ ମାଝୀ, ଡି ଆଇ ପି ଆର୍ ଓ ଶ୍ରୀ ମନୋଜ ବେହେରା,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ସ୍ୟେଲନ୍ଦୁ ମହାପାତ୍ର, ୟୁନୀ ସେଫ୍ କର୍ମଚାରୀ ଶ୍ରୀ ଦିବ୍ୟ ରଞ୍ଜନ ଯୋଶୀ,ଶିଶୁ ସୁରକ୍ଷା ୟୁନିଟ ର ଅଂଶୁମାନ ବାବୁ ଓ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିୟୂଜ୍ ସର୍ଭିସ୍ 

Related posts

ପାରିମାଳ ୟୁଥ କ୍ଲବ ଆନୁକୂଲ୍ୟରେ ଆଞ୍ଚଳିକ ହକି ପ୍ରତିଯୋଗିତା

masiha

ପ୍ରଧାନ ଶିକ୍ଷକ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା 

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ଏବଂ ଆନ୍ତର୍ଜାତୀୟ ଶ୍ରମିକ ଦିବସ -୨୦୨୩ ପାଳିତ

Leave a Comment

error: Content is protected !!