ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକଙ୍କ ପିତୃ ବିୟୋଗ

ନବରଙ୍ଗପୁର–(ମସିହା)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକର ବରିଷ୍ଠ ସାମ୍ବାଦିକ ଗୋପାଳ କୃଷ୍ଣ ନାୟକଙ୍କ ପିତା ସଦାଶିବ ନାୟକଙ୍କ ଭୋର ସମୟ ରେ ପରଲୋକ ଘଟି ଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ହୋଇଥିଲା । ସେ କିଛି ଦିନ ଧରି ଅସୁସ୍ଥତା ଅନୁଭବ କରୁଥିବା ବେଳେ ଗତକାଲି ସନ୍ଧ୍ୟା ରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସା ଚାଲିଥିଲା । ତେବେ ସୋମବାର ଭୋର ରେ ତାଙ୍କ ପରଲୋକ ହୋଇଛି । ମୃତ୍ୟୁ ସମୟରେ ପୁତ୍ର ଗୋପାଳ, ଗୋକୁଳ ଝିଅ ଇନ୍ଦିରା, ନନ୍ଦିନୀ ଏବଂ ଗୀତାଞ୍ଜଳି ଉପସ୍ଥିତ ଥିଲେ । ଏହି ଖବର ପ୍ରଚାରିତ ହେବା ପରେ ତେନ୍ତୁଳିଖୁଣ୍ଟି ସମେତ ସମଗ୍ର ବ୍ଲକ ଅଂଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା । ସେ ଜଣେ ସରଳ ଓ ଶାନ୍ତ ସ୍ଵଭାଵ ର ବ୍ୟକ୍ତି ରୂପେ ସମଗ୍ର ଅଂଚଳ ରେ ପରିଚିତ ଥିଲେ ! ତାଙ୍କ ଶେଷ ଦର୍ଶନ ପାଇଁ ବିଭିନ୍ନ ଅଂଚଳ ରୁ ଶତାଧିକ ଲୋକଙ୍କ ଭିଡ଼ ଜମିଥିଲା । ଆଜି ସ୍ଥାନୀୟ ଶ୍ମଶାନରେ ତାଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ଜ୍ୟୋଷ୍ଠ ପୁତ୍ର ଗୋପାଳ ମୁଖାଗ୍ନି ଦେଇଥିଲେ । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣେଇବାକୁ ଜିଲ୍ଲା ଡବ୍ଲ୍ୟୁ ଜେ ୟୁ ସାମ୍ବାଦିକ ସଂଘର କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ।ସର୍ବୋପରି ସମସ୍ତ ସାମ୍ବାଦିକ ସଂଘ ଏଥି ନେଇ ସ୍ଵର୍ଗୀୟ ଆତ୍ମାର ସଦ୍ ଗତି ନିମନ୍ତେ ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ପ୍ରାର୍ଥନା ଜଣାଇବା ସହିତ ତାଙ୍କ ପରିବାରକୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି ଜଣାଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ 

Related posts

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ମହିଳା ଦିବସ ସମାରୋହ 

masiha

ନର୍ଲା: ୧୨ ଗୋଟି ରୂପାନ୍ତରିଣ ହାଇସ୍କୁଲ ଲୋକାର୍ପିତ

ନବରଙ୍ଗପୁର ସାଂସଦ ଙ୍କ ସମୀକ୍ଷା ବୈଠକ 

masiha

Leave a Comment

error: Content is protected !!